କାଲିଠାରୁ କ୍ୟାମ୍ପେନ ମୋଡ଼ ଟିକାକରଣ

ଭୁବନେଶ୍ୱର,୨୦/୬(ଏସ ଏସ ନିଉଜ)ଆସନ୍ତା କାଲିଠାରୁ ଆରମ୍ଭ ହେବ କ୍ୟାମ୍ପେନ ମୋଡ଼ ଟିକାକରଣ ।୨୦୦୦ ଟିକାକରଣ କେନ୍ଦ୍ରରେ ଦିଆଯିବ ଟିକା ।ବର୍ତ୍ତମାନ ଦଶ ଲକ୍ଷ କୋଭିସିଲ୍ଡ ଏବଂ ଚାରି ଲକ୍ଷ କୋଭାକ୍ସିନ ଟିକା ମହଜୁଦ ରହିଛି । ଉଭୟ ଅନଲାଇନ ଓ ଅଫଲାଇନରେ ଦିଆଯିବ ଟିକା।୫୦ପ୍ରତିଶତ ଅନଲାଇନ ଓ ୫୦ପ୍ରତିଶତ ଅନସ୍ପଟ ରେଜିଷ୍ଟ୍ରେସନ ମାଧମରେ ଟିକାକରଣ କରାଯିବା ନେଇ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।ଯେଉଁଠି ଲୋକମାନେ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି ସେଠାରେ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯିବା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି।

Comments (0)
Add Comment