Browsing monthly archive

June 2021

କଂଗ୍ରେସର ଧାରଣା

ଭୁବନେଶ୍ୱର,୧୮/୬(ଏସଏସନିୟୁଜ) ମାଷ୍ଟର କ୍ୟାଣ୍ଟିନରେ ଥିବା ଘୋଡ଼ା ପ୍ରତିମୂର୍ତ୍ତି କୁ ରାଜଭବନ ଆଗକୁ ସ୍ଥାନାନ୍ତରଣ ନିଷ୍ପତ୍ତିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି ।ଜଟଣୀ ବିଧାୟକ ସୁରେଶକୁମାର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଧାରଣା ଦେଇଛନ୍ତି ।ଲଗାତାର ଦ୍ୱିତୀୟ ଦିନ ଲାଗି କଂଗ୍ରେସ ବିଧାୟକ ନିଜ ସମର୍ଥକଙ୍କ ସହ ଘୋଡାମୂର୍ତି ତଳେ ଧାରଣା ଦେଇଛନ୍ତି ।୧୯୮୮ରେ ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନରେ ଏହି ଘୋଡାକୁ ସ୍ଥାପନ କରାଯାଇଥିଲା ।

ବିନା ପରୀକ୍ଷାରେ ରେଜଲ୍ଟ

୧-ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା : ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ଏନ୍.ଆର.ଇ.ଜି.ଏ ଶ୍ରମିକ, ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ । ୨-ବିନା ପରୀକ୍ଷାରେ ରେଜଲ୍ଟ ବାହାର କରିବା ପାଇଁ ବାହାରିଲା ସୂତ୍ର । ୩୧ ଜୁଲାଇ ସୁଦ୍ଧା ବାହାରିବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ଦଶମ-ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ମାର୍କ ଆଧାରରେ ହେବ ମୂଲ୍ୟାୟନ ।ଜୁଲାଇ ୨୦ ମଧ୍ୟରେ ଦଶମ । […]

ଆଜିର ଅନୁଚିନ୍ତା

➡️”ଯଦି ଦୁନିଆରେ କିଛି କଠିନ କାମ ଥାଏ ତାହା ହେଉଛି ନିଜେ ନିଜକୁ ଖୁସି ରଖିବା , ସେଥିପାଇଁ ଆପଣଙ୍କୁ ଯେତେବେଳେ ବି ଖୁସିର ମଉକା ମିଳୁଛି ତାକୁ ଅଣଦେଖା କରନ୍ତୁ ନାହିଁ ➡️”ଦୁନିଆ ଆଜି ଏମିତି ସ୍ଥିତିରେ ଅଛି ଯେ ଏଠି ସବୁବେଳେ ଚୁପ୍ ରହିଯିବା ଠିକ୍ , କାହିଁକିନା ଲୋକେ ଆମ ଶବ୍ଦ ଗୁଡିକର ଭୁଲ୍ ଅର୍ଥ ବାହାର କରିବାରେ ବ୍ୟସ୍ତ ଅଛନ୍ତି ! ➡️”ଯେମିତି କଲମ ଯେତେ ଦାମୀ ହେଉ ପଛେ ଯଦି […]

ଆଜିର ରାଶିଫଳ

ଜୁନ ମାସ ୧୮ ତାରିଖ ୨୦୨୧ ମସିହା(ଶୁକ୍ରବାର)ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି-ଅଷ୍ଟମୀ ,ବୃଷ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିରଘାତବାର,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ନଡ଼ିଆ ଲାଉ ଭକ୍ଷଣ ନିଷେଧ । ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ […]

ରାତ୍ରୀର ଖବର ସଂକ୍ଷେପରେ

  ଓଡିଶାରେ ୧୩ଟି ଆଦିମ ଜନଜାତିର ୬୬,୨୧୪ ଜଣ ବ୍ୟକ୍ତି ବାସ କରୁଛନ୍ତି। କୋଭିଡ୍ ସହାୟତା ବାବଦରେ ପ୍ରତି ପରିବାରକୁ ୫୦୦୦ ଟଙ୍କା ଲେଖାଏ ଦିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ?ବଲିଉଡ ଅଭିନେତା ଅକ୍ଷୟ କୁମାର ଗୁରୁବାର ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଲାଇନ ଅଫ କଣ୍ଟ୍ରୋଲ ନିକଟ ନିରୁ ଗାଁର ସ୍କୁଲ କୋଠା ନିର୍ମାଣ ପାଇଁ 1 କୋଟି ଟଙ୍କା ଦାନ କରିଛନ୍ତି । ?କରୋନା ସହ ଲଢେଇ କରୁଛନ୍ତି କଣ୍ଠଶିଳ୍ପୀ ତପୁ […]

୧୬୯୦ କୋଟି ଟଙ୍କାର କୋଭିଡ୍‌ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭/୬(ଏସ ଏସ ନିୟୁଜ)୧୬୯୦ କୋଟି ଟଙ୍କାର କୋଭିଡ୍‌ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏଥିରେ ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ, ଜନଜାତି ଉପକୃତ ହେବେ । କାଳିଆ ହିତାଧିକାରୀ ଓ ଭୂମିହୀନ ଚାଷୀଙ୍କୁ ଅତିରିକ୍ତ ୧ ହଜାର ଟଙ୍କା ମିଳିବ l୧୭ ଲକ୍ଷ ୮୩ ହଜାର ଚାଷୀ ପରିବାରକୁ ୧ ହଜାର ଟଙ୍କା ଲେଖାଏଁ ମିଳିବ । କାଳିଆର ସବୁ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୨୦୭ କୋଟି ଟଙ୍କା ସହାୟତା ଦିଆଯିବ ।

କମିଶନରେଟ୍ ପୋଲିସ ଆରମ୍ଭ କଲା ୨ଟି ଆପ୍

ଭୁବନେଶ୍ୱର,୧୭/୬(ଏସ ଏସ ନିୟୁଜ)କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହେଲା ୨ଟି ଆପ୍ । ଚୋରଙ୍କ ସମ୍ପର୍କରେ ତଥ୍ୟ ଦେବ ‘କୁଣ୍ଡଳି’ ଆପ୍ । ଚୋରି ସାମଗ୍ରୀ ସମ୍ପର୍କରେ ତଥ୍ୟ ଦେବ ‘ସନ୍ଧାନ’ ଆପ୍ । ଚୋରି ସାମଗ୍ରୀ ଏବଂ ଏଥିରେ ସଂପୃକ୍ତ ଅପରାଧୀ ତଥ୍ୟ ରଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ।ଅପରାଧୀଙ୍କ ପୂରା ବାୟୋଡାଟା ସହ ଜବତ ହୋଇଥିବା ସାମଗ୍ରୀର ପ୍ରକୃତ ମାଲିକଙ୍କ ତଥ୍ୟ ରହିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପିୟଦର୍ଶୀ ।

ମାଟ୍ରିକ୍ ଆଧାରରେ ହେବ ଯୁକ୍ତ ଦୁଇ ମୂଲ୍ୟାୟନ

ଭୁବନେଶ୍ୱର,୧୭/୬(ଏସ ଏସ ନିୟୁଜ) ମାଟ୍ରିକ୍ ଆଧାରରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ହେବା ନେଇ କାଉନ୍ସିଲ୍ ଅଫ୍ ହାଇଅର୍ ସେକେଣ୍ଡାରି ଏଜୁକେସନର ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ କହିଛନ୍ତି । ମୂଲ୍ୟାୟନ ପାଇଁ ମାଟ୍ରିକ୍ ମାର୍କ ବେଷ୍ଟ ବୋଲି ସେ କହିଛନ୍ତି । ଏନେଇ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ବୈଷୟିକ କମିଟି ରିପୋର୍ଟ ଦେବ । ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବା ପରେ ଶେଷ ନିଷ୍ପତ୍ତି ସରକାର ନେବେ ବୋଲି ସେ କହିଛନ୍ତି ।ଅନ୍ୟପକ୍ଷରେ […]

IFS ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର,୧୭/୬(ଏସ ଏସ ନିୟୁଜ)IFS ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ବୈଦ୍ୟନାଥପୁର ଥାନା ମାମଲାରେ ମିଳିଛି ଜାମିନ । ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ଜାମିନ ମିଳିଥିବା ନେଇ ଅଭୟଙ୍କ ଓକିଲ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା ଦେଇଛନ୍ତି। ମୋଟ ୩ଟିରୁ ପୂର୍ବରୁ ୨ଟି ମାମଲାରେ ଜାମିନ ପାଇଥିଲେ ଅଭୟ। ସମସ୍ତ ମାମଲାରେ ଜାମିନ ପାଇଥିବାରୁ ଜେଲରୁ ମୁକୁଳିବା ସ୍ପଷ୍ଟ. ହୋଇଛି।

ପୂର୍ବତନ ଫୁଟୁବଲ ଖେଳାଳିଙ୍କ ବିୟୋଗ

ବାରଙ୍ଗ,୧୬/୬(ଏସ ଏସ ନିୟୁଜ) ମରିଚିଆ ୟୁଥ ସ୍ପୋର୍ଟସ କ୍ଲବର ଜଣେ ଆଗ ଧାଡ଼ିର ଫୁଟୁବଲ ଖେଳାଳି କବିନ୍ଦ୍ର ପରିଡା (କବି)ଙ୍କର ଆଜି ୫୬ ବର୍ଷରେ ଅଚାନକ ମୃତ୍ୟୁ ଘଟିଛି।ଆଜି ସେ ସକାଳୁ ସବୁଦିନ ପରି ନିଜର ନିତ୍ୟ କର୍ମ ସାରି ଘରେ ଥିବା ବେଳେ ଅଚାନକ ଅସୁସ୍ଥ ହୋଇପଡି ହୃଦଘାତ ରେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି।କବିଙ୍କ ମୃତ୍ୟୁ ଖବର ଗ୍ରାମରେ ପ୍ରଘଟିତ ହେବା ପରେ ବହୁ କ୍ରୀଡ଼ାପ୍ରେମୀମାନେ ତାଙ୍କ ବାସଭବନରେ ପହଂଚି […]