ପୂର୍ବତନ ଫୁଟୁବଲ ଖେଳାଳିଙ୍କ ବିୟୋଗ

ବାରଙ୍ଗ,୧୬/୬(ଏସ ଏସ ନିୟୁଜ) ମରିଚିଆ ୟୁଥ ସ୍ପୋର୍ଟସ କ୍ଲବର ଜଣେ ଆଗ ଧାଡ଼ିର ଫୁଟୁବଲ ଖେଳାଳି କବିନ୍ଦ୍ର ପରିଡା (କବି)ଙ୍କର ଆଜି ୫୬ ବର୍ଷରେ ଅଚାନକ ମୃତ୍ୟୁ ଘଟିଛି।ଆଜି ସେ ସକାଳୁ ସବୁଦିନ ପରି ନିଜର ନିତ୍ୟ କର୍ମ ସାରି ଘରେ ଥିବା ବେଳେ ଅଚାନକ ଅସୁସ୍ଥ ହୋଇପଡି ହୃଦଘାତ ରେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି।କବିଙ୍କ ମୃତ୍ୟୁ ଖବର ଗ୍ରାମରେ ପ୍ରଘଟିତ ହେବା ପରେ ବହୁ କ୍ରୀଡ଼ାପ୍ରେମୀମାନେ ତାଙ୍କ ବାସଭବନରେ ପହଂଚି ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିବା ସହ ଶେଷ ଦର୍ଶନ କରିଥିଲେ ।ଏହା ସହିତ ମରିଚିଆ ୟୁଥ ସ୍ପୋର୍ଟସ କ୍ଲବ ଜଣେ ଟାଣୁଆ କ୍ରୀଡ଼ାବିତଙ୍କୁ ହରାଇଛି।ପ୍ରକାଶ ଯେ,କବିନ୍ଦ୍ର ଜଣେ ବରିଷ୍ଠ ପାଲା ବାୟକ ଭାବରେ ବିଭିର୍ଣ୍ଣ ଅଂଚଳରେ ସୁନାମ ଅର୍ଜନ କରିଥିବା ବେଳେ କିଛି ବର୍ଷ ପୂର୍ବେ ମରିଚିଆ ୟୁଥ ସ୍ପୋର୍ଟସ କ୍ଲବ ତରଫରୁ ଅନେକ ମ୍ୟାଚ ଖେଳି କ୍ଲବକୁ ଚାମ୍ପିଆନ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ।ଏହା ସହିତ ବାରଙ୍ଗ ସମେତ କଟକ ଓ ଭୁବନେଶ୍ୱର ଆଦି ଅଞ୍ଚଳର ବିଭିର୍ଣ୍ଣ ଟୁର୍ଣ୍ଣମେଣ୍ଟରେ ଦର୍ଶନୀୟ କ୍ରୀଡା ପ୍ରଦର୍ଶନ କରି ନିଜ ପାଇଁ ତଥା କ୍ଲବ ପାଇଁ କିମ୍ବଦନ୍ତୀ ସାଜିଥିଲେ।ଆଜି ତାଙ୍କର ମୃତ୍ୟୁ ଘଟିବା ନେଇ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।ଶେଷରେ ମରିଚିଆ ଗ୍ରାମ ସ୍ମଶାନରେ ତାଙ୍କର ପୁତ୍ର ବୁଲୁ ପରିଡା ମୁଖାଗ୍ନି ଦେଇଛନ୍ତି।
(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ)

Comments (0)
Add Comment