Browsing daily archive

July 10, 2021

ଚେକିଂ ବେଳେ ଅଟୋ ଧକ୍କାରେ ହାବିଲଦାର ଗୁରୁତର

ଭୁବନେଶ୍ୱର ୧୦/୭(ଏସଏସନିୟୁଜ) ସଟଡାଉନ ସମୟରେ ଭୁବନେଶ୍ୱର ସ୍ଥିତ କଳ୍ପନା ଛକରେ ଚେକିଂ ସମୟରେ ଏକ ଅଟୋ ଧକ୍କାରେ ଜଣେ ହାବିଲଦାର ଗୁରୁତର ଆହତ ହୋଇଛନ୍ତି । ଉକ୍ତ ଅଟୋ ଚାଳକ ଟ୍ରାଫିକ ନୀୟମଭାଙ୍ଗି ଯାଉଥିବାବେଳେ ହାବିଲଦାର ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।କିନ୍ତୁ ସେ ଧକ୍କା ଦେଇ ଉକ୍ତ ସ୍ଥାନରୁ ଖସି ପଳାଇଥିଲେ ।ଫଳରେ ଦୁର୍ଘଟଣାର ଶିକାର ହୋଇଥିବା ହାବିଲଦାରଙ୍କୁ ଚିକିସ୍‌।ପାଇଁ ଏମ୍ସରେ ଭର୍ତ୍ତି କରାଯିବାସହ ଅଟୋ ଚାଳକକୁ ମଧ୍ୟ ଅଟକ ରଖାଯାଇଥିବାର ଜଣାପଡିଛି ।

ଅବସର ଗ୍ରହଣ କଲେ ଜଷ୍ଟିସ୍ ସଞ୍ଜୁ ପଣ୍ଡା

କଟକ, ୧୦/୭(ଏସଏସନିୟୁଜ) ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଡକ୍ଟର ଜଷ୍ଟିସ୍ ସଞ୍ଜୁ ପଣ୍ଡା ଅବସର ଗ୍ରହଣ କରିବାସହ ତାଙ୍କର ଶେଷ କାର‌୍ୟ୍ୟ ଦିବସଥିଲା ଶୁକ୍ରବାର । ୧୯୮୫ରେ ଓକିଲାତି ଜୀବନ ଆରମ୍ଭ କରି ୨୦୦୭ ମାର୍ଚ ୧ରେ ସେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ଓ ୨୦୨୦ ଜାନୁଆରି ୫ରେ ସେ ଓଡ଼ିଶା ହାଇକୋର୍ଟର କାର‌୍ୟ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

ବାହାର ଲୋକଙ୍କୁ ପୁରୀ ମନା

ପୁରୀ , ୧୦/୭(ଏସଏସନିୟୁଜ) ମହାମାରୀ କରୋନାପାଇଁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଏଥର ବିନାଭକ୍ତରେ ଓ କଟକଣା ମଧ୍ୟରେ ହେବାକୁ ଯାଉଛି । ପୁରୀ ସହରରେ ୧୧ ତାରିଖ ରାତି ୮ଟାରୁ କର୍ପ୍ୟୁ ଲାଗୁ ହେବ । ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ପୁରୀ ସହରରେ ଜୁଲାଇ ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ତ ୧୪୪ ଧାରା ବଳବତ୍ତର ରହିବ। ପୁରୀ ସହରରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। […]

ମରଣଯନ୍ତା ପାଲଟିଛି ତ୍ରିଶୁଳିଆ ସୁବାସ ସେତୁ

ବାରଙ୍ଗ,୯ /୭(ଏସଏସନିୟୁଜ) ବାରଙ୍ଗରୁ କଟକକୁ ସଂଯୋଗ କରୁଥିବା ତ୍ରିଶୁଳିଆ ସୁବାସ ବୋଷ ସେତୁ ଏବେ ପାଲଟିଛି ମରଣଯନ୍ତା।ପ୍ରତିଦିନ ଶହ ଶହ ଯାନବାହନ ଏହି ସେତୁ ଉପରେ ଯାତାୟାତ କରୁଥିବା ବେଳେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଥିବା ଦେଖିବାକୁ ମିଳୁଛି।ଶୁକ୍ରବାର ରାତି ସାଢ଼େ ଦଶ ଘଟିକା ସମୟରେ ଭୁବନେଶ୍ୱର ରୁ କଟକ ଅଭିମୁଖେ ଯାଉଥିବା ଏକ କାରକୁ ବିପରୀତ ଦିଗରୁ ଆସୁଥିବା ଏକ ବାଲି ବୋଝେଇ ହାଇୱା ଧକ୍କା ଦେଇଥିଲା।ଫଳରେ କାର ର ସମ୍ମୁଖ ଭାଗ ସମ୍ପୂର୍ଣ […]

ଏୟାରଲିଫ୍ଟ ରେ ଆସିଲେ ୨ ଆହତ ଯବାନ

ଭୁବନେଶ୍ୱର,୧୦/୭(ଏସଏସନିୟୁଜ) ବୌଦ୍ଧ-କନ୍ଧମାଳ ସୀମାରେ ଉମା ଜଙ୍ଗଲରେ ଗୁଇନ୍ଦା ସୂଚନାକୁ ଆଧାର କରି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ବେଳେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ମାଓବାଦୀଙ୍କ ଗୁଳିରେ ୨ ଜଣ ଏସ୍ଓଜି ଯବାନ ଆହତ ହୋଇଛନ୍ତି। ସିଆରପିଏଫ୍ ଯବାନମାନେ ସେମାନଙ୍କୁ ଉଦ୍ଧାର କରିଥିଲେ କୋରାପୁଟ-ମାଲକାନଗିରି ଗସ୍ତରେ ଆସୁଥିବାର ଖବର ଡିଜିପି ଅଭୟ ଙ୍କ ପାଖରେ ପହଁଚିଥିଲା ।ଏହିସମୟରେ ଅଭୟ କୋରାପୁଟ-ମାଲକାନଗିରି ଗସ୍ତରେ ଯାଉଥିଲେ ।ଅଭୟ ଗ୍ରସ୍ଥ ବାତିଲ କରି ବୌଦ୍ଧର ପାଦେଲପଡ଼ାରେ ପହଞ୍ଚି ୨ ଯବାନଙ୍କୁ ନିଜ […]

ଚର୍ଚ୍ଚାରେ ଅଶ୍ୱିନୀ ବୈଷ୍ଣବ

୧-ଟୋକନ୍‌ ପାଇ ଧାନ ବିକି ପାରିଲେନି ୨୦ ହଜାର ଚାଷୀ । ୨–ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଟାଉନରେ ଲାଗିବ କର୍ଫ୍ୟୁ । ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ଯାଏଁ କର୍ଫ୍ୟୁ । ୩-ଦାୟିତ୍ୱ ନେଉ ନେଉ ନୂଆ ଫର୍ମୁଲା ଆଣି ଚର୍ଚ୍ଚାରେ ଅଶ୍ୱିନୀ ବୈଷ୍ଣବ । ଏଣିକି ରେଳମନ୍ତ୍ରାଳୟରେ ଦୁଇ ସିଫ୍ଟରେ ହେବ କାର୍ଯ୍ୟ । ୪-୧୩ରେ ଭାରତୀୟ ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି। ୫-ମନରେଗା ଶ୍ରମିକମାନଙ୍କୁ […]

ଆଜିର ଅନୁଚିନ୍ତା

?ରୁଷି ଯାଇଥିବା ମଣିଷକୁ ମନେଇ ହେବ,” କିନ୍ତୁ ” ବଦଳି ଯାଇଥିବା ମଣିଷ କୁ କେବେବି ମାନେଇ ହେବନାହିଁ । ?ଆଜିର ଦୁନିଆଁରେ ସେହି ଲୋକଙ୍କୁ ସବୁବେଳେ ଦୁଃଖ ମିଳେ…. ଯିଏ କି ସମସ୍ତଙ୍କୁ ନିଜର ବୋଲି ଭାବିନିଏ । ?ମନର କଷ୍ଟ କେହି ବି ବୁଝନ୍ତିନି, ଶେଷରେ ନିଜେ ବୁଝି ପୁଣି ଆଗକୁ ବଢିବାକୁ ହୁଏ । ଏହା ହିଁ ହେଉଛି ଯିବନ । ?ସବୁ ପାଠ ବହିରେ ନଥାଏ, କିଛି ଶିକ୍ଷା ସମୟ ଆଉ […]

ଆଜିର ରାଶିଫଳ

ଜୁଲାଇ ମାସ ୧୦ ତାରିଖ ୨୦୨୧ ମସିହା(ଶନିବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ଅମାବାସ୍ୟା,କନ୍ୟା ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର, ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ଭକ୍ଷଣ ନିଷେଧ। ମେଷ :-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ। ବୃଷ :- ଆଜି ନିଜ […]