ମରଣଯନ୍ତା ପାଲଟିଛି ତ୍ରିଶୁଳିଆ ସୁବାସ ସେତୁ

ବାରଙ୍ଗ,୯ /୭(ଏସଏସନିୟୁଜ) ବାରଙ୍ଗରୁ କଟକକୁ ସଂଯୋଗ କରୁଥିବା ତ୍ରିଶୁଳିଆ ସୁବାସ ବୋଷ ସେତୁ ଏବେ ପାଲଟିଛି ମରଣଯନ୍ତା।ପ୍ରତିଦିନ ଶହ ଶହ ଯାନବାହନ ଏହି ସେତୁ ଉପରେ ଯାତାୟାତ କରୁଥିବା ବେଳେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଥିବା ଦେଖିବାକୁ ମିଳୁଛି।ଶୁକ୍ରବାର ରାତି ସାଢ଼େ ଦଶ ଘଟିକା ସମୟରେ ଭୁବନେଶ୍ୱର ରୁ କଟକ ଅଭିମୁଖେ ଯାଉଥିବା ଏକ କାରକୁ ବିପରୀତ ଦିଗରୁ ଆସୁଥିବା ଏକ ବାଲି ବୋଝେଇ ହାଇୱା ଧକ୍କା ଦେଇଥିଲା।ଫଳରେ କାର ର ସମ୍ମୁଖ ଭାଗ ସମ୍ପୂର୍ଣ ଭାଙ୍ଗି ଯାଇଥିଲା। ଦୁର୍ଘଟଣାରେ କାର୍ ଚାଳକ ଜଣକ ଗୁରୁତର ହୋଇଥିଲେ।ଅନ୍ୟପଟେ ଦୁର୍ଘଟଣା ଘଟାଇ ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ଖବର ପାଇ ମର୍କତନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ।ପରେ ପୋଲିସ ଗାଡ଼ି ଦୁଇଟିକୁ ଜବତ କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ମର୍କତନଗର ଥାନା ଭାରପ୍ରାପ୍ତ ଅଧିକାରୀ ବିୟୁଟି ମହାନ୍ତି ସୂଚନା ଦେଇଛନ୍ତି।ଅନ୍ୟପଟେ ସେତୁ ଉପରେ ଭାରିଯାନ ଗୁଡ଼ିକ ଦ୍ରୁତ ଗତିରେ ଯାତାୟାତ କରୁଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment