ଏୟାରଲିଫ୍ଟ ରେ ଆସିଲେ ୨ ଆହତ ଯବାନ

ଭୁବନେଶ୍ୱର,୧୦/୭(ଏସଏସନିୟୁଜ) ବୌଦ୍ଧ-କନ୍ଧମାଳ ସୀମାରେ ଉମା ଜଙ୍ଗଲରେ ଗୁଇନ୍ଦା ସୂଚନାକୁ ଆଧାର କରି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ବେଳେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ମାଓବାଦୀଙ୍କ ଗୁଳିରେ ୨ ଜଣ ଏସ୍ଓଜି ଯବାନ ଆହତ ହୋଇଛନ୍ତି। ସିଆରପିଏଫ୍ ଯବାନମାନେ ସେମାନଙ୍କୁ ଉଦ୍ଧାର କରିଥିଲେ କୋରାପୁଟ-ମାଲକାନଗିରି ଗସ୍ତରେ ଆସୁଥିବାର ଖବର ଡିଜିପି ଅଭୟ ଙ୍କ ପାଖରେ ପହଁଚିଥିଲା ।ଏହିସମୟରେ ଅଭୟ କୋରାପୁଟ-ମାଲକାନଗିରି ଗସ୍ତରେ ଯାଉଥିଲେ ।ଅଭୟ ଗ୍ରସ୍ଥ ବାତିଲ କରି ବୌଦ୍ଧର ପାଦେଲପଡ଼ାରେ ପହଞ୍ଚି ୨ ଯବାନଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣିଥିଲେ। ଏହାପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏୟାରପୋର୍ଟରୁ ଏମ୍ସ ଅଣାଯାଇ ସ୍ୱତନ୍ତ୍ର ଡାକ୍ତରୀ ଦଳ ଆହତ ଯବାନଙ୍କୁ ଚିକିତ୍ସା କରୁଥିବାର ଜଣାପଡିଛି ।

Comments (0)
Add Comment