Browsing daily archive

July 27, 2021

ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁ

ଭୁବନେଶ୍ୱର,୨୭/୭(ଏସଏସନିୟୁଜ) ଡ଼େଙ୍ଗୁ ଯୋଗୁଁ ରାଜଧାନୀରେ ଗଲା ପ୍ରଥମ ଜୀବନ ।ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ ହୋଇଛି । ଶୈଳଶ୍ରୀ ବିହାରର ଜଣେ ୧୫ ବର୍ଷିୟା ନାବାଳିକା ଗତ କିଛିଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ । ନାବାଳିକା ଜଣକ ଡେଙ୍ଗୁରେ ଆକ୍ରାନ୍ତ ଥିଲେ ନା ଅନ୍ୟ କୌଣସି କାରଣ ଅଛି, ସେନେଇ ତନାଘନା ଜାରି ରହିଛି ବୋଲି ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଅନ୍ତର‌୍ୟ୍ୟାମୀ ମିଶ୍ର କହିଛନ୍ତି ।

ହଟିବନି ଐତିହାସିକ ଘୋଡ଼ା

ଭୁବନେଶ୍ୱର,୨୭/୭(ଏସଏସନିୟୁଜ) ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା ଐତିହାସିକ ଘୋଡ଼ା ସ୍ଥାନାନ୍ତର ହେବନି ବୋଲି ଆଜି ବିଏମସି କମିସନର ସୂଚନା ଦେବା ସହ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି । ଘୋଡା ସ୍ଥାନାନ୍ତର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିବା ପରେ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ଘୋଡା ସେଠାରୁ ହଟିବ ନାହିଁ ବୋଲି କହିଛନ୍ତି । ସ୍ମାର୍ଟସିଟି ପ୍ରକଳ୍ପ ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଘୋଡ଼ା ଟିକୁ ହଟାଇ ରାଜ୍ୟପାଳ ଭବନ ଛକ ଠାରେ ରଖାଯିବ […]

ମହମ୍ମଦ ସିକନ୍ଦର ଆଲାମଙ୍କ ରାଜ୍ୟସ୍ତରୀୟ ଜନ୍ମବାର୍ଷିକୀ ପାଳିତ

ଭୁବନେଶ୍ୱର,୨୭/୭(ଏସଏସନିୟୁଜ)ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ଵର୍ଗତ ସିକନ୍ଦର ଆଲାମଙ୍କ ୮୨ତମ ଜୟନ୍ତୀ ପାଳନ ଅବସରରେ ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା , ସ୍ୱର୍ଗତ ସିକନ୍ଦର ଆଲାମଙ୍କ ଧର୍ମପତ୍ନୀ ନଇମା ଆଲାମ୍ ତଥା ତାଙ୍କ କନ୍ୟା ଜଣାଶୁଣା ଗାୟିକା ନାଜିଆ ଆଲାମ୍ ଓ ବିଜେଡିର ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି ଉପସ୍ଥିତ ଥିଲେ । ସ୍ୱର୍ଗତ ଆଲାମ୍‌ଙ୍କ […]

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମମତା ବାନାର୍ଜୀ

ଭୁବନେଶ୍ୱର,୨୭/୭(ଏସଏସନିୟୁଜ) ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦୀଙ୍କୁ ଭେଟିଛନ୍ତି । ଜନସଂଖ୍ୟା ଅଧାରରେ ପଶ୍ଚିମବଙ୍ଗକୁ କମ ଟୀକା ମିଳୁଥିବା ବେଳେ ଟୀକା ଯୋଗାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ମମତା ।ଏହାସହ ରାଜ୍ୟର ନାମ ପରିବର୍ତ୍ତନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି ମମତା ।ପ୍ରଧାନମନ୍ତ୍ରୀ ଏହା ଉପରେ ଚିନ୍ତା କରିବେ ବୋଲି କହିଥିବା କହିଛନ୍ତି ମମତା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଦିଲ୍ଲୀରେ ମୋଦୀଙ୍କ ସହ ମମତାଙ୍କର ଏହା […]

ଘୁଞ୍ଚିଲା ଦ୍ୱିତୀୟ ଟି-୨୦

ଭୁବନେଶ୍ୱର,୨୭/୭(ଏସ ଏସ ନିୟୁଜ)ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଟିମ୍‌ର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି ।ପାଣ୍ଡ୍ୟା ପଜିଟିଭ ଚିହ୍ନଟ ହେବା ପରେ ଆଜି ହେବାକୁ ଥିବା ମ୍ୟାଚ୍ ଘୁଞ୍ଚିବାକୁ ପଡିଛି ।ଫଳରେ ଆଜି ହେବାକୁ ଥିବା ଦ୍ୱିତୀୟ ଟି-୨୦ ଘୁଞ୍ଚିଛି।

ଭିଜିଲାନ୍ସ ଜାଲରେ ଫସିଲେ କିରାଣି

ସମ୍ବଲପୁର, ୨୭/୭(ଏସଏସନିୟୁଜ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଧନକଉଡ଼ା ବିଇଓ ଅଫିସ ମୁଖ୍ୟ କିରାଣିଙ୍କୁ ଧରିଛି ଭିଜିଲାନ୍ସ । ଏକକାଳିନ ତାଙ୍କ କାର୍ଯ୍ୟାଳୟ ସମେତ ସାକ୍ଷୀପଡ଼ା ସ୍ଥିତ ଦିଲ୍ଲୀପଙ୍କ ୩ ମହଲା ବିଶିଷ୍ଟ ବାସଭବନ ସମେତ ଅନ୍ୟ ଏକ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଚଢ଼ାଉ ସମୟରେ ବିଭିନ୍ନ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି ।

ରାଉରକେଲାରେ ପିଲା ବିକ୍ରି ଗ୍ୟାଙ୍ଗକୁ ଧରିଲା ପୋଲିସ

ରାଉରକେଲା,୨୭/୭(ଏସଏସନିୟୁଜ) ରାଉରକେଲା ରେ ନିରୀହ ଗିରିବଲୋକ ମାନଙ୍କୁ ଅର୍ଥ ଲୋଭ ଦେଖାଇ ଶିଶୁ ପୁତ୍ରକୁ ୩ ରୁ ୪ ଲକ୍ଷ ଏବଂ ଶିଶୁ କନ୍ୟାଙ୍କୁ ୩୦ ହଜାର ଟଙ୍କାରେ ବ୍ୟବସାୟ କରୁଥିବା ବଡଧରଣ ପିଲା ବିକ୍ରି ରାକେଟର ପର୍ଦ୍ଦାଫାଶ କରିଛି ରାଉରକେଲା ପ୍ଲାଂଟ ସାଇଟ ପୋଲିସ । ପ୍ରଥମେ ନିରୀହ ଗରିବଙ୍କୁ ଯୋଗାଯୋଗ କରି ଟଙ୍କାର ଲୋଭ ଦେଖାଇ ପିଲା ବିକ୍ରି କରିବାକୁ ରାଜିକରାଉଥିଲେ ।ଗରିବ ତଥା ଆର୍ଥକ ଅନାଟନରେ ବଂଚୁଥିବା ପରିବାର ସେମାନଙ୍କ ଜନ୍ମକଲା ଛୁଆକୁ […]

ବେଆଇନ ପଥର ଖଣି ଉପରେ ଚଢ଼ାଉ କଲା ପୋଲିସ

ବେଗୁନିଆ, ୨୭/୭(ଏସଏସନିୟୁଜ) ବେଆଇନ ପଥର ଖଣି ଉପରେ ଚଢ଼ାଉ କରି ବେଗୁନିଆ ଥାନା ପୋଲିସ ଖଣି ଭିତରେ ଥିବା ଦୁଇଟି ଜେ ସି ବି କୁ ଜବତ କରିବାସହ ଚାଳକଦ୍ୱୟଙ୍କୁ ଗିରଫ କରିଛି । ରାଉତପଡା ଏବଂ ବାଲିବେରେଣିରେ ୩ ଟି ପଥରଖଣି ନିଲାମ ହୋଇଥିଲେ ମଧ୍ୟ ଆବଶ୍ୟକିୟ କାଗଜପତ୍ର ହୋଇନାହିଁ ।କିନ୍ତୁ ଏହି ବେଆଇନ ଖଣିରୁ ରାତିଅଧିଆ ପଥରକଟା ସାଙ୍ଗକୁ ବୁହା ଚାଲିଛି ।ଏହି ଅଭିଯୋଗ ପାଇବାପରେ ବେଗୁନିଆ ପୋଲିସ ଅଚାନକ ଚଢଉକରି ଖଣି ଭିତରେ […]

ଆଖଣ୍ଡଳମଣିଙ୍କ ପୀଠର ସମ୍ପ୍ରସାରଣ କାର୍ଯ୍ୟ କୁ ନେଇ ପ୍ରଶ୍ନ ଉଠାଇଲେ ମନମୋହନ

ଆରଡି,୨୭/୭(ଏସଏସନିୟୁଜ)କରୋନାପାଇଁ ଦେବାଦେବୀଙ୍କ ପୀଠ ବନ୍ଦ ରହିଛି ।କିନ୍ତୁ ନୀତିକାନ୍ତୀ ଚାଲିଛି ।ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ମଣିବାବାଙ୍କ ନୀତିକାନ୍ତୀ ପହଡ ଖୋଲିବା ଠାରୁ ପହଡ ପଡିବା ଯାଏଁ ପାଞ୍ଚଧୂପ ଅନ୍ନନୀତି ସହ ବେଶ ପାଇଁ ଦୈନିକ ୧୦/୧୨ ହଜାର ଟଙ୍କା ଖର୍ଚ୍ଚ ହେଉଛି । କରୋନା ପାଇଁ ଭକ୍ତ ମନ୍ଦିର ଆସୁନଥିବାରୁ ଦାନଦକ୍ଷିଣାରୁ ବଞ୍ଚିତ ହେଉଥିବା ଏହି ସେବାୟତ ପରିବାର ଦୁର୍ଦିନ ସମୟରେ ଆର୍ଥିକ ଅନାଟନ ମଧ୍ୟରେ ମଣିବାବାଙ୍କ ସମସ୍ତ ନୀତିକାନ୍ତି ପୂର୍ବପରି କରୁଛନ୍ତି ।ଅଦ୍ୟାବଧି ସେବାୟତମାନଙ୍କୁ […]

ପାଣି ପିଇବା ବାହାନାରେ ବନ୍ଧୁକ ଦେଖାଇ ଲୁଟିଲେ

ଗଂଜାମ , ୨୭/୭(ଏସଏସନିୟୁଜ) ବୁଗୁଡ଼ା ଥାନା ଅଧିନସ୍ଥ କର୍ସିଙ୍ଗ ଗାଁର ନିଶାକର ପ୍ରଧାନଙ୍କ ଘରୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ସୁନା ଓ ନଗଦ ଟଙ୍କା ଲୁଟିନେଇଥିବାର ଅଭିଯୋଗ ହୋଇଛି । ପିଇବାପାଇଁ ପାଣିବୋତଲ ମାଗି ଜବରଦସ୍ତ ୪ଜଣ ଦୁର୍ବୃତ୍ତ ଘରେ ପଶି ପରିବାର ଲୋକଙ୍କୁ ମାଡ ମାରିଥିଲେ ।ଏହାପରେ ବନ୍ଧୁକ ଦେଖାଇ ଭୟଭିତ କରି ମହିଳାମାନେ ପିନ୍ଧିଥିବା ଗହଣାଠାରୁ ଆରମ୍ଭ କରି ଆଲମିରା ଭାଙ୍ଗି ପ୍ରାୟ ୭ ଲକ୍ଷ ଟଙ୍କା ସୁନା ଅଳଙ୍କାର ସହ ନଗଦ ୧୦ […]