Browsing daily archive

July 27, 2021

ଗଞ୍ଜେଇ ସହ କାର ଜବତ

ବୌଦ୍ଧ , ୨୭/୭(ଏସଏସନିୟୁଜ)ବିଶେଷସୁତ୍ରରୁ ଖବରପାଇ ବାଉଁଶୁଣୀ ପୁଲିସ ବାଉଁଶୁଣୀ-ଗୁନ୍ଦୁଳିଆ ରାସ୍ତାର ଛେଳିବାହାଲ୍ ଛକ ନିକଟରେ ଓଆର୍‌୧୭କେ-୬୬୯୯ନଂ କାରକୁ ରୋକି ଯାଂଚ କରିବାପରେ କାର୍‌ରୁ ୬୦ କେଜି ଗଂଜେଇ ଜବତ କରିଛନ୍ତି ।ଏହାସହ କାର ଆଗରେ ପାଇଲଟରେ ଆସୁଥିବା ଦୁଇଟି ବାଇକକୁ ମଧ୍ୟ ଜବତ କରିବାସହ ଚାଳକଦ୍ୱୟ ବିହାରର ଜିତେନ୍ଦ୍ର ଯାଦବ ଓ ଥାଟିପାଲି ଗ୍ରାମର ସିପୁନ ଖମାରୀକୁ ଗିରଫ କରିଛନ୍ତି ।

ହକ ପାଇଁ ଧାରଣା ଦେଲେ ଗ୍ରାମବାସୀ

ଲାଞ୍ଜିଗଡ଼, ୨୭/୭(ଏସଏସନିୟୁଜ) ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବାର ପ୍ରତିବାଦକରି ଲାଞ୍ଜିଗଡ଼ ବ୍ଲକ୍ ଛତ୍ରପୁର ଗ୍ରାମର ପ୍ରକୃତ ହିତାଧିକାରୀମାନେ ଛତ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ସାମ୍‌ନାରେ ଧାରଣା ଦେଇଛନ୍ତି। ମନରେଗା ଯୋଜନାରେ କାମ ମିଳୁନାହିଁ। କାମ ପାଇଲେ ପାଉଣା ମଧ୍ୟ ଠିକଭାବେ ମକ୍ଟଳରନାହି ।ଏହାସହ ବିଭିର୍ଣ ସରକାରୀ ସୁବିଧାରୁ ଏମାନେ ବଂଚିତ ହେଉଛନ୍ତି ବୋଲି ଧାରଣାରତ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ।ଗ୍ରାମବାସୀମାନେ ଜୁଲାଇ ୧୬ ତାରିଖରେ ଲାଞ୍ଜିଗଡ଼ କଳାହାଣ୍ଡି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୈାଣସି […]

ସମ୍ବଲପୁର ସହରରେ ଜଘନ୍ୟ ହତ୍ୟାକାଣ୍ଡ

ସମ୍ବଲପୁର, ୨୭/୭(ଏସଏସନିୟୁଜ) ସୋମବାର ବିଳମ୍ବିତ ରାତିରେ ଧନୁପାଲି ଥାନା ଗୋବିନ୍ଦତଲା ପୁଲିସ କଲୋନି ପାଖ ହରିଓମ୍ ନଗରରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଘରେ ବନିତ ଯାଦବ, ତାଙ୍କ ପତ୍ନୀ ଓ ଦୀପକ ଯାଦବ ତିନିଜଣ ଶୋଇଥିବା ଅବସ୍ଥାରେ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।ଦୀପକ ଯାଦବ ନାମକ ଯୁବକକୁ ଭୁଜାଲିରେ ନିର୍ମମ ଭାବେ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।ଏହାସହ ବନିତଙ୍କୁ ଘଟଣାସ୍ଥଳରୁ ଗୁରୁତର […]

ରାଜଧାନୀର ଛାତି ଉପରେ ଗ୍ୟାଙ୍ଗୱାର

୧– ଟ୍ୟାପରୁ ସର୍ବୋତ୍ତମ ଗୁଣମାନର ପାଣି ପାଇବାରେ ପୁରୀ ଭାରତର ପ୍ରଥମ ସହର, ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ୨– ମହାରାଷ୍ଟ୍ର ବର୍ଷା ଓ ବନ୍ୟାର ତାଣ୍ଡବ: ୧୪୯ ମୃତ, ୨ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ ୩-କରୋନା କଟକଣା ଭିତରେ ଖୋଲିଲା ସ୍କୁଲ । ଅନଲାଇନ ଦୁନିଆରୁ ବାହାରି କଳାପଟାରେ ପୁଣି ପାଠ ପଢ଼ିଲେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ୪-ପୁଣି ସୀମା ଡେଇଁଲା ଚୀନ । ପୂର୍ବ ଲଦାଖର […]

ଆଜିର ରାଶିଫଳ

ଜୁଲାଇ ମାସ ୨୭ ତାରିଖ ୨୦୨୧ମସିହା(ମଙ୍ଗଳବାର)ଶ୍ରାବଣମାସ,କୃଷ୍ଣପକ୍ଷ,ତିଥି-ଚତୁର୍ଥୀ,ମିଥୁନ ଓ ସିଂହ ରାଶିର ଘାତ ଚନ୍ଦ୍ର,ମକର ରାଶିର ଘାତବାର,ଚତୁର୍ଥୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା ବେଲ ଭକ୍ଷଣ ନିଷେଧ । ମେଷ:-ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍‌ ରହିବ । ଋଣମୁକ୍ତ […]

ଆଜିର ଅନୁଚିନ୍ତା

🦚ଯିଏ ସମ୍ମାନ ମିଳିଲେ ବି ଗର୍ବ କରେନାହିଁ,ଯିଏ ଅପମାନ ହେଲାପରେ ବି ରାଗେନାହିଁ,ଏବଂ ରାଗିଯାଇ ବାଧିଲା ଭଳି କଥା କହେ ନାହିଁ, ବାସ୍ତବରେ ସେ ହିଁ ମହାନ ହୋଇଥାଏ। 🦚ଯେଉଁ ମଣିଷ ଅନ୍ୟ ପାଇଁ ଚିନ୍ତା କରିଥାଏ, ତା ଠାରେ ପରମାତ୍ମା ବାସ କରିଥାନ୍ତି। ଆଉ ଯେଉଁ ମଣିଷ ନିଜ ସ୍ୱାର୍ଥ ପାଇଁ ଚିନ୍ତା କରିଥାଏ ସେ କେବଳ ମାୟାର ଦାସ ହୋଇଥାନ୍ତି । 🦚ଯେ ପର୍ଯ୍ୟନ୍ତ ନିରକ୍ଷରତା ଦୂର ନ ହୋଇଛି ସେ ପର୍ଯ୍ୟନ୍ତ ଚୋରି, […]