ଆଜିର ଅନୁଚିନ୍ତା

 ତାରିଖ - ୨୭:୦୭:୨୦୨୧,ମଙ୍ଗଳବାର

🦚ଯିଏ ସମ୍ମାନ ମିଳିଲେ ବି ଗର୍ବ କରେନାହିଁ,ଯିଏ ଅପମାନ ହେଲାପରେ ବି ରାଗେନାହିଁ,ଏବଂ ରାଗିଯାଇ ବାଧିଲା ଭଳି କଥା କହେ ନାହିଁ, ବାସ୍ତବରେ ସେ ହିଁ ମହାନ ହୋଇଥାଏ।
🦚ଯେଉଁ ମଣିଷ ଅନ୍ୟ ପାଇଁ ଚିନ୍ତା କରିଥାଏ, ତା ଠାରେ ପରମାତ୍ମା ବାସ କରିଥାନ୍ତି। ଆଉ ଯେଉଁ ମଣିଷ ନିଜ ସ୍ୱାର୍ଥ ପାଇଁ ଚିନ୍ତା କରିଥାଏ ସେ କେବଳ ମାୟାର ଦାସ ହୋଇଥାନ୍ତି ।
🦚ଯେ ପର୍ଯ୍ୟନ୍ତ ନିରକ୍ଷରତା ଦୂର ନ ହୋଇଛି ସେ ପର୍ଯ୍ୟନ୍ତ ଚୋରି, ଜୁଆ,ମଦ ଓ ବ୍ଯଭିଚାର ବନ୍ଦ ହେବ ନାହିଁ ।
🦚ଅହଂକାର କେବେ କାହାର ଆତ୍ମ ସୁରକ୍ଷା ର କବଚ ହୋଇ ନପାରେ। ସେ ଦେବତା, ଦାନବ କିମ୍ବା ମନୁଷ୍ୟ ବି ହେଉ । ଅହଂକାର କେବଳ ମଣିଷ କୁ ଗଭୀର ଖାଇ ଭିତରେ ଫିଙ୍ଗି ଦେଇଥାଏ।
🦚ଯେମିତି ପତି ପତ୍ନୀ ର ସମ୍ପର୍କ ଜନ୍ମ ଜନ୍ମାନ୍ତର ପାଇଁ ନିଶ୍ଚିତ ଠିକ ସେହିପରି ମାତା-ପିତାଙ୍କ ସମ୍ବନ୍ଧ ମଧ୍ୟ ଜନ୍ମ ଜନ୍ମାନ୍ତର ପାଇଁ ନିବିଡ଼ ବନ୍ଧନରେ ବନ୍ଧା। ଏସବୁ ସମ୍ପର୍କ ଆତ୍ମୀୟ, ଦିବ୍ୟ , ଐଶ୍ୱରୀୟ।
🌻ଅସ୍ତ ତ ଦିନେ ନା ଦିନେ ହବାକୁ ପଡ଼ିବ, ସେ ସୂର୍ଯ୍ୟ ହେଉ ବା ମଣିଷ କିନ୍ତୁ ସାହାସ ଓ ଧର୍ଯ୍ୟ ସୂର୍ଯ୍ୟ ଠାରୁ ଶିଖିବା ଉଚିତ । ଯିଏକି ସନ୍ଧ୍ୟାରେ ଅସ୍ତ ହୋଇ ମଧ୍ୟ୍ୟ ପ୍ରତ୍ୟେକ ଦିନ ସକାଳୁ ଏକ ନୂତନ ବିଶ୍ୱାସର ସହିତ ଉଦୟ ହୋଇଥାଏ ।
🌻ଶାନ୍ତି ରହିବାକୁ ଚେଷ୍ଟା କରନ୍ତୁ ଜୀବନରେ, ନିଜକୁ ବହୁତ ମଜବୁତ୍ କରି ପାରିବଏ । କାହିଁକି ନା …ଲୁହା ଥଣ୍ଡାରେ ହିଁ ମଜବୁତ୍ ଥାଏ ଗରମ ଅବସ୍ଥାରେ ତ ତାକୁ ଯେପରି ଚାହିଁବେ ସେପରି ଆକାର ଦେଇ ପାରିବେ ।
🌻ନକାରାତ୍ମକ ପରିସ୍ଥିତିରେ ମଧ୍ୟ ଆମେ ସକାରାତ୍ମକ ଚିନ୍ତା କରିବା ଉଚିତ ଏବଂ ଆମର ସକରାତ୍ମକ ଚିନ୍ତାଧାରା ହିଁ ସମସ୍ତ ସମସ୍ୟାର ସମାଧାନ କରିଥାଏ ।
🌻ଲକ୍ଷ୍ଯ ସ୍ଥଳର ପଥ ଯେତେ ବି କଠିନ ହେଉଥାଉ ନା କାହିଁକି, ଯଦି ନିଜର ଇଛା ଶକ୍ତି ଆଉ ଆତ୍ମ ବିଶ୍ଵାସ ଥିବ ; ତାହାଲେ ଆମେ ଆମର ଲକ୍ଷ୍ୟ ସ୍ଥଳରେ ନିଶ୍ଚିତ ଭାବରେ ପହଞ୍ଚି ପାରିବା ଏଥିରେ ଟିକେ ହେଲେ ସନ୍ଦେହ ନାହିଁ ।
🌻ଏତେ ରାଗ, ରୁଷା, ଅଭିମାନ, ଇର୍ଷା, Ego କଣ ପାଇଁ, ନିଶ୍ବାସ ବନ୍ଦ ହେଇଗଲେ ସବୁ ଶେଷ ହୋଇଯିବ ।
ଆଜି ମଙ୍ଗଳବାର ପ୍ରଭୁ ହନୁମାନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ଦିନ କାଟୁଥାଆନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା,ଜୟ ଜଗନ୍ନାଥ,ଜୟ ଶ୍ରୀରାମ ,ଶୁଭ ସକାଳ।

Comments (0)
Add Comment