Browsing monthly archive

July 2021

୧୫ ନାଗ ସାପ ଛୁଆ କୂଅରୁ ଉଦ୍ଧାର

ବ୍ରହ୍ମପୁର, ୧୮/୭(ଏସଏସନିୟୁଜ) ଲାଞ୍ଜିପଲ୍ଲୀ ଗଣେଶ ନଗରସ୍ଥିତ ପ୍ରଶାନ୍ତ କୁମାର ଦାସଙ୍କ ଘର ବଗିଚା କୂଅରୁ ୧୫ଟି ନାଗ ସାପ ଛୁଆକୁ ସ୍ନେକ୍ ହେଲ୍‌ପ ଲାଇନ୍ ସଭ୍ୟମାନେ ଉଦ୍ଧାର କରିଛନ୍ତି । ପ୍ରଶାନ୍ତଙ୍କ ପତ୍ନୀ ବଗିଚାକୁ ଯାଇଥିବାବେଳେ କୁଅରେ କିଛି ଭାସୁଥିବାର ଦେଖିବାକୁ ପାଇବାସହ ସନ୍ଦେହ ହେବାରୁ ସ୍ନେକ୍ ହେଲ୍‌ପ ଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ।

କୁମ୍ଭିର ପାଇଁ ପୁରସ୍କାର

ବଡମ୍ବା ,୧୮/୭(ଏସଏସନିୟୁଜ) କୁମ୍ଭିର ପାଇଁ ପୁରସ୍କାର ଘୋଷଣା କରିଛି ବନବିଭାଗ । କୁମ୍ଭିରକୁ ଧରି ବନବିଭାଗକୁ ହସ୍ତାନ୍ତର କଲେ ବନବିଭାଗ ଦେବ ପୁରସ୍କାର । ଏହିଭଳି ଘଟଣା ବଡମ୍ବା ଅଞ୍ଚଳରେ ହୋଇଛି ।କୁମ୍ଭିରକୁ ନେଇ ବଡମ୍ବା ଅଞ୍ଚଳର ଲୋକମାନଙ୍କ ଭିତରେ ଆତଙ୍କ ଖେଳିଯାଇଛି ।ନଦୀରେ କୁମ୍ଭିର ଦେଖାଯିବାପରେ ଲାକେମାନଙ୍କ ମଧ୍ୟରେ ଭାଳେଣୀ ପଡିଛି । ମହାନଦୀରେ ହିରାକୁଦରୁ ପାଣି ଅ।ସିବା ପରେ କୁମ୍ଭିରକୁ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଛନ୍ତି ।

ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ

ମାଲକାନଗିରି,୧୮/୭(ଏସ ଏସ ନିୟୁଜ) ମାଲକାନଗିରିରେ ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି।ଏସ୍ ପି ଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର ।ସବିତାଙ୍କ ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।

ଶାଢିରେ ଗଞ୍ଜେଇ

କଳାହାଣ୍ଡି, ୧୮/୭(ଏସଏସନିୟୁଜ) ଶାଢି ବୋଝେଇ ବୋଲେରୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କେସିଙ୍ଗା ଆଦର୍ଶ ଥାନା ପୋଲିସ୍ । ଗତକାଲି ପୋଲିସ ଗାଡିମଟର ଯାଂଚ କରୁଥିବାବେଳେ ଶାଢି ବୋଝେଇ ବୋଲେରୋକୁ ରୋକିବାପରେ ନୁଆ ତରିକାରେ ଶାଢି ପ୍ୟାକେଟ ଭିତରେ ଗଞେଇ ଚାଲଣର ପର୍ଦାଫାସ କରିଥିଲା ।ଏହିଘଟଣାରେ ବିହାର ଅଂଚଳର ଡ୍ରାଇଭର, ଜଣେ ଯୁବତୀ ଓ ଅନ୍ୟ ଏକ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

କାଲିଠୁ ମୌସୁମୀ ଅଧିବେଶନ

ଭୁବନେଶ୍ବର, ୧୮/୭(ଏସଏସନିୟୁଜ) ସଂସଦର ମୌସୁମୀ ଅଧିବେଶନ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୩ରେ ଶେଷ ହେବ। ଲୋକସଭା ଓ ରାଜ୍ୟସଭାରେ ଦିନ ୧୧ଟାରୁ ସଂଧ୍ୟା ୬ଟା ଯାଏ ଗୃହ କାର‌୍ୟ୍ୟ ଚାଲୁ ରହିବା ସହ ଏଥିରେ ୧୯ଟି କାର‌୍ୟ୍ୟ ଦିବସ ରହିବ।ଏଥିନିମନ୍ତେ ଆଜି ସର୍ବଦଳୀୟ ବୈଠକ ବସିବ । କରୋନା ସମୟରେ ଅଧିବେଶନ ବସୁଥିବାରୁ ସମସ୍ତ ସଦସ୍ୟ କୋଭିଡ୍ ପ୍ରୋଟୋକଲ ମାନିବାକୁ ହେବ ବୋଲି କୁହାଯାଇଛି।

ଧରାପଡିଲେ ଦୁଇ ଚୋରା ବନ୍ଧୁକ ବେପାରୀ

ଭୁବନେଶ୍ବର, ୧୮/୭(ଏସଏସନିୟୁଜ) ଖୋର୍ଦ୍ଧାରେ ବନ୍ଧୁକ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ଦୁଇ ଅନ୍ତଃରାଜ୍ୟ ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ବସନ୍ତ ମହାରଣା ଓ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ । ଖୋର୍ଦ୍ଧା ରଣପୁର ସୀମାରୁ ଏମାନଙ୍କୁ ଗିରଫ କରିଛି ଏସଟିଏଫ୍ ।

୫-ଟି ସଚିବଙ୍କ କଟକ ଗ୍ରସ୍ଥ

କଟକ, ୧୮/୭(ଏସଏସନିୟୁଜ) ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି କଟକର ଏସସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ ସାଇଟ ଗସ୍ତ କରି ଏହାର କାମର ସମୀକ୍ଷା କରିଛନ୍ତି। ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବ ନବୀକରଣ କାମରେ ବାଧକ ସାଜିଥିବା ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକିୟା ଉପରେ ତର୍ଜମା କରିବାସହ ଏସସିବି ମେଡିକାଲ କଲେଜ ଏବଂ ଡାକ୍ତରଖାନାର ଉନ୍ନତିମୂଳକ କାମ ମଧ୍ୟ ତଦାରଖ କରିଥିଲେ । ଏହି ଗସ୍ତ ସମୟରେ ୫-ଟି ସଚିବଙ୍କ ସହ […]

ଆମ୍ବ ପାଇଁ ଫସିଲା ଭାଲୁ

ନୂଆପଡ଼ା,୧୮/୭(ଏସଏସନିୟୁଜ) ଆମ୍ବ ଖାଇବା ପାଇଁ ଆସି ଫସିଯାଇଥିଲା।୫ ଦିନ ଧରି ନୂଆପଡା ସହରରେ ଆତଙ୍କସୃଷ୍ଟି କରିଥିବା ସହବନବିଭାଗକୁ ନାକେଦମ କରିଥିବା ଏହି ଭାଲୁ ଆଜି ଭୋର ତିନିଟାରେ ଯନ୍ତାରେ ପଡିଛି । ଗତ୫ଦିନ ତଳେ ଜିଲ୍ଲାପାଳଙ୍କ ସରକାରୀ ବାସଭବନକୁ ଏକ ଭାଲୁ ପଶିଆସିଥିଲା ।ଏହି ଭାଲୁଟିକୁ ଧରିବାପାଇଁ ବନବିଭାଗ ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।ଶନିବାରଦିନ ଜିଲ୍ଲାପାଳଙ୍କ ବାସଭବନରେ ଭାଲୁକୁ ଧରିବା ପାଇଁ ବନ ବିଭାଗ ଯନ୍ତା ରଖିଥିଲା । ଆଜି ଭୋର ତିନିଟାରେ […]

ବିଦ୍ରୋହୀ ବିଧାୟକ

୧–ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୬ ସୋମବାରଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବ। ୨–ସକାଳ ୧୦ଟାରୁ ଦିନ ୧..୩୦ ପର୍ଯ୍ୟନ୍ତ କାର୍ଯ୍ୟନିର୍ଘଣ୍ଟ ସ୍ଥିର କରାଯାଇଛି। ସ୍କୁଲରେ ଖେଳଛୁଟି ହେବନି। ପିଲା ଘରେ ଯାଇ ଖାଇ ପାରିବେ। ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ବନ୍ଦ ରହିବ। ୩–ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ଏକାଦଶ ଶ୍ରେଣୀ ପାଇଁ ସେପ୍ଟେମ୍ବର […]

ଆଜିର ରାଶିଫଳ

ଜୁଲାଇ ମାସ ୧୮ ତାରିଖ ୨୦୨୧ ମସିହା(ରବିବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ନବମୀ,ନକ୍ଷତ୍ର- ସ୍ୱାତି,ମେଷ ରାଶିର ଘାତବାର, ନବମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ ଭକ୍ଷଣ ନିଷେଧ। ମେଷ :-ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ:-ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ […]