୫-ଟି ସଚିବଙ୍କ କଟକ ଗ୍ରସ୍ଥ

କଟକ, ୧୮/୭(ଏସଏସନିୟୁଜ) ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି କଟକର ଏସସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ ସାଇଟ ଗସ୍ତ କରି ଏହାର କାମର ସମୀକ୍ଷା କରିଛନ୍ତି। ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବ ନବୀକରଣ କାମରେ ବାଧକ ସାଜିଥିବା ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକିୟା ଉପରେ ତର୍ଜମା କରିବାସହ ଏସସିବି ମେଡିକାଲ କଲେଜ ଏବଂ ଡାକ୍ତରଖାନାର ଉନ୍ନତିମୂଳକ କାମ ମଧ୍ୟ ତଦାରଖ କରିଥିଲେ । ଏହି ଗସ୍ତ ସମୟରେ ୫-ଟି ସଚିବଙ୍କ ସହ ବିଭିର୍ଣ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment