Browsing monthly archive

August 2021

ସିନ୍ଧୁଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର,୧/୮(ଏସଏସନିୟୁଜ)ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଲେ ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଲେ । ହେ ବିଙ୍ଗ୍ ଜିଆଓଙ୍କୁ ସିଧାସଳଖ ୨-୦ ସେଟରେ ହରାଇବାପରେ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମଙ୍ଗଳବାର ଖୋଲିବ ନନ୍ଦନକାନନ

ବାରଙ୍ଗ,୧/୮(ଏସଏସନିୟୁଜ)କରୋନାର ଦ୍ୱିତୀୟ ଲହର କାରଣରୁ ଦୀର୍ଘ ୩ମାସ ବନ୍ଦ ରହିଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନ ମଙ୍ଗଳବାରଦିନ ଖୋଲିବ ବୋଲି ନନ୍ଦନକାନନ ନିର୍ଦ୍ଦେଶକ ମନୋଜକୁମାରମହାପାତ୍ର କହିଛନ୍ତି ।ତେବେ ନନ୍ଦନକାନନକୁ ବୁଲିବାକୁ ଆସିବାକୁଥିବା ପର୍ଯ୍ୟଟକମାନେ କୋଭିଡ ନୀୟମ ପାଳନ କରିବାକୁ ପଡିବ ।ମାସ୍କ ପିନ୍ଧିବା,ସାମାଜିକ ଦୁରତା ବଜାୟରଖିବା ସହ ପଶୁପକ୍ଷୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଜନ୍ତୁଖୁଆଡମାନଙ୍କୁ ଛୁଇଇବାକୁ ବାରଣ କରାଯାଇଛି । ଗେଟରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନି. ଥଣ୍ଡା, କାଶ ହେଉଥିବା ପର୍ଯ୍ୟଟକଙ୍କ ପ୍ରବେଶକୁ ବାରଣ କରାଯାଇଛି ।ତେବେ ଯୁଦ୍ଧକାଳିନ ଭିତିରେ […]

ପତ୍ନୀର ଶବକୁ ଟ୍ରଲିରେ ବୋହିଲେ ସ୍ୱାମୀ

ବାଲେଶ୍ୱର , ୧/୮(ଏସଏସନିୟୁଜ) ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଶାଳିକୋଠା ଗାଁରେ ଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶାଳିକୋଠା ଗାଁର ପୂର୍ଣ୍ଣ ସିଂଙ୍କ ସ୍ତ୍ରୀ ଗତ ଦୁଇ ଦିନ ହେଲା ନିଖୋଜ ଥିବାବେଳେ ଏକ ନାଳରୁ ତାଙ୍କ ମୃତ ଦେହ ଭାସୁଥିବା ଅବସ୍ଥାରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ଉଦ୍ଧାର କରିଥିଲେ । ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ନମିଳିବାରୁ ପୂର୍ଣ୍ଣ ସିଂ ସ୍ତ୍ରୀର ଶବକୁ ଟ୍ରଲିରେ ମେଡ଼ିକାଲ […]

ମେଣ୍ଢା ଚୋରକୁ ଧରିଲା ପୋଲିସ

ବାଲିପାଟଣା,୧/୮(ଏସଏସନିୟୁଜ) ଗତକାଲି ବିଳମ୍ବିତରାତିରେ ବାଲିପାଟଣା ପୋଲିସ ପେଟ୍ରୋଲିଙ୍ଗ ବେଳେ ଦଣ୍ଡାସାହି ନିକଟରେ ୨ ମେଣ୍ଢା ଚୋରକୁ ଧରିଛନ୍ତି । ଓଆର ୧୯ ବି ୧୯୭୧ ନଂକାରରେ ବାଲିପାଟଣା ଥାନା ଅଞ୍ଚଳର ସୁଜିତ ବିଶ୍ୱାଳ ଏବଂ ନିଆଳି ଥାନା ଅଞ୍ଚଳର ବାପି ଭୋଇ ଆସୁଥିବାବେଳେ ପୋଲିସ ସେମାନଙ୍କୁ ସନ୍ଦେହରେ ରୋକିଥିଲେ ।କାର ଯାଂଚବେଳେ ଡିକିରେ ବ୍ଲାକଟେପରେ ୩ ଟି ମେଣ୍ଢାଙ୍କ ମୁହଁବନ୍ଧା ହୋଇରହିଥିବାର ଦେଖିବାକୁ ପାଇଥିଲେ ।ମେଣ୍ଢା କେଉଁଠୁ ଆଣିଥିବାର ସଠିକ ବିବରଣୀ ନଦେଇପାରିବାରୁ ପୋଲସି ସେମାନଙ୍କୁ ଆଣି […]

ତେଲଟାଙ୍କିରେ ତେଲ କମଦେବାକୁ ନେଇ ହୋହାହ୍ଲା

ଚନ୍ଦ୍ରଶେଖରପୁର,୧/୮(ଏସଏସନିୟୁଜ)ଚନ୍ଦଶେଖରପୁର ଥାନାପଛପଟେ ଥିବା ପେଟ୍ରୋଲପମ୍ପରେ ତେଲ କମ୍‌ଦେବାକୁ ନେଇ ରବିବାରଦିନ ହୋହାହ୍ଲା ହୋଇଛି ।ଖବରପାଇ ଚନ୍ଦ୍ରଶେଖରପୁର ଥାନାପୋଲିସ ଘଟଣାସ୍ଥଳରେ ପହଁଚିବାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।ତେବେ ଏ ବିଷୟରେ ଚନ୍ଦ୍ରଶେଖରପୁରଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରକାସ ଯେ, କରୋନାକାଳରେ ଡିଜେଲ ଓ ପେଟ୍ରୋଲ ମୁଲ୍ୟ ଆଶିତତଭାବେ ବୃଦ୍ଧି ପାଇଛି ।ଗୋଟେପଟେ ତେଲମୁଲ୍ୟ ବୃଦ୍ଧି ଓ ଅନ୍ୟପଟେ ଗ୍ରାହକମାନେ ତେଲଟାଙ୍କିରେ ଠକାମିର ଶିକାର ହେବା ଘଟଣା ଚନ୍ଦ୍ରଶେଖରପୁରଥାନା ପଛପଟ ପେଟ୍ରୋଲପମ୍ପରେ ଘଟିଥିବାର ଅଭିଯୋଗ ହୋଇଛି । ଡମଣା […]

ରାସ୍ତାରେ ଭାଲୁ

ନବରଙ୍ଗପୁର,୧/୮(ଏସଏସନିୟୁଜ) ନନ୍ଦା ହାଣ୍ଡି ବ୍ଲକ ଅଣ୍ଟାସର ଗାଁ ଦାନ୍‌ଡରେ ବୁଲୁଛି ଭାଲୁ । ରାସ୍ତା କଡ଼ରେ ନିର୍ମାଣଧୀନ ଘର ଭିତରେ ମା’ ଭାଲୁ ସହ ଦୁଇଟି ଛୁଆ ଭାଲୁ ରହିଥିବାରୁ ଗାଁରେ ଆତଙ୍କ ଖେଳିଯାଇଛି ।ଏହି ରାସ୍ତାଦେଇ ଗ୍ରାମବାସୀମାନେ ଭୟରେ ଯାତାୟତ କରିବାକୁ ନିରାପଦ ମଣୁନାହାନ୍ତି । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଅନୁଧ୍ୟାନ ଆରମ୍ଭ କରିଛି ।

ପାଇଖାନା ଟାଙ୍କିରେ ପଡ଼ି ୨ ଶିଶୁ ମୃତ

ଭୁବନ, ୧/୮(ଏସଏସନିୟୁଜ) ସନ୍ଧ୍ୟାରେ ଖେଳୁଥିବା ବେଳେ ଅସାବଧାନତାବଶତଃ ପଡ଼ୋଶୀଙ୍କର ଏକ ଖୋଲା ପାଇଖାନା ଟାଙ୍କିରେ ପଡ଼ି ପ୍ରିୟତମା (୬) ଓ ଶ୍ରୁତି (୪) ନାମକ ଦୁଇଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଭୁବନ ଥାନା ଅନ୍ତର୍ଗତ କହ୍ନେଇପାଳ ଗାଁ ପାତ୍ରସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରିୟତମା ଓ ଶ୍ରୁତି ସନ୍ଧ୍ୟା ସମୟରେ ଦୌଡ଼ାଦୌଡ଼ି ହୋଇ ଖେଳୁଥିବାବେଳେ ପଡ଼ୋଶୀଙ୍କର ଏକ ଖୋଲା ପାଇଖାନା ଟାଙ୍କିରେ ପଡ଼ିଯାଇଥିଲେ।ଦୀର୍ଘ ସମୟ ପର‌୍ୟ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି […]

ସବୁଜ ସଂକେତକୁ ଅପେକ୍ଷା କରିଛି ନନ୍ଦନକାନନ

ବାରଙ୍ଗ,୧/୮(ଏସଏସନିୟୁଜ) କରୋନାର ଦ୍ୱିତୀୟ ଲହର କାରଣରୁ ଦୀର୍ଘ ୩ମାସ ବନ୍ଦ ରହିଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଅଗଷ୍ଟ ପ୍ରଥମସପ୍ତାହରୁ ଖୋଲିବାକୁ ଯାଉଥିବାର ଜଣାପଡିଛି ।ତେବେ ଏଥିପାଇଁ ପୁର୍ବପ୍ରସ୍ତୁତି ମଧ୍ୟ ନନ୍ଦନକାନନ କରିଛି ।ନନ୍ଦନକାନନ ଖୋଲିଲେ କଣକଣ ଗାଇଡଲାଇନକୁ ପର୍ଯ୍ୟଟକମାନେ ମାନିବେ ତାହାମଧ୍ୟ ଆଲୋଚନା ମାଧ୍ୟମରେ ଏକପ୍ରକାର ନିଷ୍ପତି ହୋଇଛି । ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏନ୍‌କ୍ଲୋଜରକୁ ପର୍ଯ୍ୟଟକଙ୍କୁ ସ୍ପର୍ଶ ନକରିବା ,ଗେଟରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନି. ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ, […]

ବିରଞ୍ଚି ଏତେ ପଇସା ଆଣିଲେ କେଉଁଠୁ ?

୧–ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ: ବିଜ୍ଞାନରେ ପାସ ହାର ୯୫.୧୫%, ବାଣିଜ୍ୟରେ ୯୪.୯୬% ୨–ଅଗଷ୍ଟ ମାସର ଗାଇଡଲାଇନ ନେଇ ଏସଆରସିଙ୍କ ଘୋଷଣା। ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ୩–ଭୁବନେଶ୍ବର, କଟକ ଓ ପୁରୀରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ। ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ। ଏଣିକି ରାସ୍ତାକଡ଼ର ଦୋକାନରେ ଖାଇପାରିବେ ଲୋକେ ୪–ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ 🔔”ମୁହଁ ସାମନାରେ ମିଠାକଥା କହି ପଛରୁ ଛୁରୀ ଭୂଷୁଥିବା ବନ୍ଧୁଙ୍କଠାରୁ ଦୂରେଇ ରହିବା ଆବଶ୍ୟକ । ଏଭଳି ବନ୍ଧୁଙ୍କ ଦ୍ୱାରା କୌଣସି ଉପକାର ସାଧିତ ହୋଇପାରେ ନା ଲାଭ ମିଳିପାରେ? ଏମାନେତ ହେଉଥିବା କାର୍ଯ୍ୟକୁ ଭଣ୍ଡୁର କରାଇ ଦେଇପାରନ୍ତି । ଏମାନଙ୍କୁ କେବେ ବିଶ୍ୱାସ କରିବା ଉଚିତ୍ ନୁହେଁ । ଏମାନଙ୍କ ଅପେକ୍ଷା ବୁଦ୍ଧିମାନ ଶତ୍ରୁ ବରଂ ଖୁବ୍ ଭଲ ! 🔔”ଯିଏ ନିଜର ବନ୍ଧୁଘରେ ରହି ତାଙ୍କର ପତ୍ନୀ, ଭଗିନୀ ବା ଅନ୍ୟ […]