Browsing monthly archive

August 2021

ନିଆଁପାଣି ବାସନ୍ଦ ହେଲେ

ଆନନ୍ଦପୁର, ୨/୮(ଏସଏସନିୟୁଜ) ନିଆଁପାଣି ବାସନ୍ଦ ହେଲେ ।ପୁଣି ଗ୍ରାମସଭାରେ ୨୫ ଲକ୍ଷ ୬୦ ହଜାର ଟଙ୍କା ଜରିମାନା ହେଲା । ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ମହେଶ୍ବର ବାସ୍କେ ଙ୍କ ସହ ଏପରି କରାଯାଇଥିଲା । ଘସିପୁରା ବ୍ଲକ୍ ଖାଳିଆମେଣ୍ଟା ପଞ୍ଚାୟତ ନିଆଳିଝରଣ ଗ୍ରାମରେ ଏଭଳି ଘଟଣା ଘଟିଛି । ନାଗାଡ଼ାହି ଗ୍ରାମର ଜଣେ ଭିନ୍ନ ଜାତିର ଯୁବତୀଙ୍କୁ ୬ ମାସ ତଳେ ମହେଶ୍ବର ବାସ୍କେ ବିବାହ କରି ବାହାରେ ରହୁଥିଲେ। ଏବେ ଗାଁକୁ ଆସିବାପରେ […]

ଆନ୍ଦୋଳନକୁ ଓହ୍ଲାଇଲେ ଗାଇଡ୍ ଓ ଫଟୋଗ୍ରାଫର

କୋଣାର୍କ,୨/୮(ଏସଏସନିୟୁଜ)୩ ମାସ ଧରି ବନ୍ଦ ପଡ଼ିଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି । ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ କମି ଆସୁଥିବା ବେଳେ ରାଜ୍ୟରେ ଏବେ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଛି । ପୁଣି ଧିରେ ଧିରେ ସବୁ କିଛି ଖୋଲିବା ଆରମ୍ଭ ହୋଇଛି । କରୋନା କଟକଣା ମଧ୍ୟରେ ସୂର୍ଯ୍ୟ ମନ୍ଦିର ଖୋଲିଥିବା ବେଳେ ଟୁରିଷ୍ଟ ଗାଇଡ୍ ଓ ଫଟୋଗ୍ରାଫରଙ୍କ ଉପରେ କଟକଣା ଲଗାଯାଇଛି । ତେବେ ପର୍ଯ୍ୟଟକ […]

୫ ଦୋକାନରୁ ଚୋରି

ନବରଙ୍ଗପୁର,୨/୮(ଏସଏସନିୟୁଜ) ଗତ ରାତିରେ ଶଙ୍ଖାରି ସାହି ଏବଂ ସୁନାରୀ ସାହି ନିକଟସ୍ଥ ପୁରୁଣା ଦୈନିକ ବଜାରରେ ଥିବା ହୋଲସେଲ ଦୋକାନ, ଅଣ୍ଡା ଦୋକାନ, ପାନ ଦୋକାନ ଓ କିରାଣୀ ଦୋକାନ ଆଦି ୫ ଗୋଟି ଦୋକାନ ରୁ ଚୋରି ହୋଇଛି । ଦୁର୍ବୁତ୍ତମାନେ ଦୋକାନ ର ତାଲା ଭାଙ୍ଗି ମୂଲ୍ୟବାନ ଜିନିଷ ସହିତ ନଗଦ ଟଙ୍କା ନେଇ ଯାଇଥିବା ଜଣାପଡିଛି ।ଖବରପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ଫୁଲୁଛି ସୁବର୍ଣ୍ଣରେଖା

ବାଲେଶ୍ୱର, ୨/୮(ଏସଏସନିୟୁଜ) ଫୁଲୁଛି ସୁବର୍ଣ୍ଣରେଖା । ଗତ କିଛିଦିନ ଧରି ଲଗାଣ ବର୍ଷା ହୋଇଥିବାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜଘାଟ ଠାରେ ସୁବର୍ଣ୍ଣରେଖା ର ଜଳପତ୍ତନ ବିପଦସଂକେତ ଉପରେ ଚାଲିଛି । ନଦୀର ଗାଲୁଡ଼ିହ ବ୍ୟାରେଜ ରୁ ମିନିଟ ପ୍ରତି ୩ ଲକ୍ଷ କ୍ୟୁସେକ୍ ରୁ ଅଧିକ ବର୍ଷା ପାଣି ନିଷ୍କାସିତ ହେବାରୁ ସୁବର୍ଣ୍ଣରେଖା ର ଜଳସ୍ତର ବୃଦ୍ଧି ପାଇଚାଲିଛି। ବର୍ଷା ପାଣି ଯୋଗୁ ଜଳେଶ୍ୱର,ଭୋଗରାଇ ର ଧୋୟା ଅଞ୍ଚଳ ବୁଡିରହିଛି। […]

ଗୁଣିଗାରେଡି ସନ୍ଦେହରେ ୩ଜଣଙ୍କୁ ହତ୍ୟା ଅଭିଯୋଗ

ଅନୁଗୁଳ,୨/୮(ଏସଏସନିୟୁଜ) ଗୁଣି ସନ୍ଦେହରେ ଗାଁର ଲୋକମାନେ ୩ଜଣଙ୍କୁ ପିଟି ପିଟି ମାରି ନଦୀରେ ଫିଙ୍ଗିଦେଇଥିବା ଭଳି ଅଭିଯୋଗ ହୋଇଛି । ଏହିଭଳି ଅଭାବନୀୟ ଘଟଣା ପାଲଲହଡ଼ା ବ୍ଲକ ଖମାର ଥାନା ଆଦିବାସୀ ସାହିରେ ଘଟିଛି । ରବିବାର ଦିନ ବୁଧୁରାମ ନାମକ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କ ସନ୍ଧାନ ମିଳିପାରିନାହିଁ । ଏ ଘଟଣା‌ରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଗତ ୩ମାସ ତଳେ ଏକଭୋଜିରେ ଆଦିବାସୀ ସାହିର୩ଜଣ ବୁଧୁରାମ […]

ଡେଙ୍ଗୁ ସଚେତନତା ପଦଯାତ୍ରା

ଜଟଣୀ, ୨/୮(ଏସଏସନିୟୁଜ) ବିଏମସି ଓ ସିଏମସିରେ ଡେଙ୍ଗୁ ର ପ୍ରକୋପ ଧିରେଧିରେ ବୃଦ୍ଧି ପାଇବାରେ ଲାଗିଛି ।ଏହାକୁ ଦୃଷ୍ଟିରେ ରଖି ଜଟଣୀ ପୌରପରିଷଦ ପକ୍ଷରୁ ଡେଙ୍ଗୁ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୌରପ୍ରଶାସନ ଦେବବ୍ରତ ସାହୁ ଙ୍କ ନେତୃତ୍ବରେ ଓ ଷଣ୍ଢପୁର ମହିଳା ଆରୋଗ୍ୟ ମହିଳା ସମିତି ଆୟୋଜନରେ ଡେଙ୍ଗୁ ସଚେତନତା ପଦଯାତ୍ରାରେ ୱାର୍ଡର ସମସ୍ତ ସ୍ୱଚ୍ଛସାଥୀ ଏବଂ ପ୍ରତ୍ୟକ ୱାର୍ଡର ସ୍ୱଚ୍ଛ ସୁପରଭାଇଜରଙ୍କ ସହିତ ଆଶା ଦିଦି ମାନେ ସାମିଲ ହୋଇ ଜଟଣୀ ସହର […]

ଆଜିର ଅନୁଚିନ୍ତା

ବ୍ରହ୍ମାଙ୍କ ସ୍ତବରେ ପ୍ରୀତ ହୋଇ ଶ୍ରୀଭଗବାନ କହିଲେ ,ହେ ସୃଷ୍ଟିକର୍ତ୍ତା ବ୍ରହ୍ମା ! ଏହି ଜଗତର ସମସ୍ତ ପ୍ରାଣୀମାନଙ୍କ ଶରୀରରେ ମୁଁ ଆତ୍ମା ରୂପରେ ବିଦ୍ୟମାନ ଅଟେ। କିନ୍ତୁ ବିଷ୍ଣୁ ମାୟାରେ ମୋହିତ ହୋଇ ଅଜ୍ଞାନତା ବଶତଃ ସଂଶୟ ଚିତ୍ତ ଯୁକ୍ତ ପ୍ରାଣୀ ମୋର ଆତ୍ମା ସ୍ଵରୂପକୁ ସମସ୍ତ ପ୍ରାଣୀ ମାନଙ୍କ ଭିତରେ ଅନୁଭବ କରି ପାରି ନଥାଏ। ଯଦି ଶାରୀରିକ ମାୟା ମୋହ ତ୍ୟାଗ କରି ଭଗବତ୍ ପ୍ରେମରେ ଉଦବୁଦ୍ଧ ହୋଇ ପ୍ରାଣୀ ପ୍ରେମ ଭକ୍ତିରେ […]

ଆଜିର ରାଶିଫଳ

ମେଷ– କାର୍ଯ୍ୟଦକ୍ଷତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଓ ସଫଳତା ଅର୍ଜନ କରିବେ । କେତେକ ଅସହିଷ୍ଣୁ ମନୋଭାବର ପରଶ୍ରୀକାରତ ବନ୍ଧୁଙ୍କ ଅସମ୍ମାନଜନିତ କଥାରୁ କଳହ ହୋଇପାରେ । ବୃଷ– ପ୍ରତ୍ୟେକ କ୍ଷେତ୍ରରେ ଯାହା କରିବେ ଭଲ ରୂପେ ଭାବି ଚିନ୍ତି କରିବା ଭଲ ହେବ । ପ୍ରସ୍ତୁତି ପଥରେ ଥିବା କାମଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡିବ । ମିଥୁନ – ପାରିବାରିକ ସମସ୍ୟା ଓ ଅର୍ଥର ବୋଝ ମନକୁ ବିଚଳିତ କରିବ । କର୍ମକ୍ଷେତ୍ରରେ […]

ନିକଟତମ ହେବ ଶନି

➡️୧-ଆଜିଠାରୁ ଖୋଲିବ ସୂର୍ଯ୍ୟମନ୍ଦିର, ଏକକାଳୀନ ଗୋଟିଏ ଦିନରେ ସର୍ବାଧିକ ଦୁଇହଜାର ପର୍ଯ୍ୟଟକ ଅନଲାଇନ ରେ ଟିକେଟ କାଟି ମନ୍ଦିର ବୁଲି ପାରିବେ । ➡️୨-ଆଜି ପ୍ରଧାନମନ୍ତ୍ରୀ ମୋଦୀ ଆଭାସୀ ମାଧ୍ୟମରେ ବ୍ୟକ୍ତି ଏବଂ ଅଭିପ୍ରାୟ କୈନ୍ଦ୍ରିକ ଡିଜିଟାଲ୍‌ ସଲ୍ୟୁସନ୍‌ e-RUPI କରିବେ ଶୁଭାରମ୍ଭ । ➡️୩-ଆସନ୍ତା ୧୬ରୁ ନବମ ପିଲାଙ୍କ ପାଇଁ ଖୋଲିବ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ତର୍ଜମା କରାଯିବା ପରେ ନିଆଯିବ ନିଷ୍ପତ୍ତି। ଗାଇଡଲାଇନ ମାନି ଖୋଲିବାକୁ ମିଳିଲା ଅନୁମତି । ➡️୪-ଇତିହାସ […]

ସ୍କୁଲ୍ ଖୋଲିବା ନେଇ ଗାଇଡଲାଇନ

ଭୁବନେଶ୍ୱର , ୧/୮(ଏସଏସନିୟୁଜ) ସ୍କୁଲ୍ ଖୋଲିବା ନେଇ ଗାଇଡଲାଇନକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ୍ ଖୋଲିଛି। ୧୬ରୁ ନବମ ପିଲାଙ୍କ ପାଇଁ ଖୋଲିବ। ଏକାଦଶ ପାଇଁ ନାମଲେଖା ହୋଇନି. ଅଗଷ୍ଟ ମାସ ପାଇଁ ଯେଉଁ କୋଭିଡ୍ ଗାଇଡ୍‌ଲାଇନ୍ ଜାରି କରାଯାଇଛି, ସେଥିରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସଂପୃକ୍ତ ବିଭାଗ ଗୁଡ଼ିକ ନିଷ୍ପତ୍ତି ନେଇ ପାରିବେ ବୋଲି କୁହାଯାଇଛି। ବିସ୍ତୃତ ଭାବେ ବିଭାଗ ପକ୍ଷରୁ […]