ନିଆଁପାଣି ବାସନ୍ଦ ହେଲେ

ଆନନ୍ଦପୁର, ୨/୮(ଏସଏସନିୟୁଜ) ନିଆଁପାଣି ବାସନ୍ଦ ହେଲେ ।ପୁଣି ଗ୍ରାମସଭାରେ ୨୫ ଲକ୍ଷ ୬୦ ହଜାର ଟଙ୍କା ଜରିମାନା ହେଲା । ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ମହେଶ୍ବର ବାସ୍କେ ଙ୍କ ସହ ଏପରି କରାଯାଇଥିଲା । ଘସିପୁରା ବ୍ଲକ୍ ଖାଳିଆମେଣ୍ଟା ପଞ୍ଚାୟତ ନିଆଳିଝରଣ ଗ୍ରାମରେ ଏଭଳି ଘଟଣା ଘଟିଛି । ନାଗାଡ଼ାହି ଗ୍ରାମର ଜଣେ ଭିନ୍ନ ଜାତିର ଯୁବତୀଙ୍କୁ ୬ ମାସ ତଳେ ମହେଶ୍ବର ବାସ୍କେ ବିବାହ କରି ବାହାରେ ରହୁଥିଲେ। ଏବେ ଗାଁକୁ ଆସିବାପରେ ତାଙ୍କଉପରେ ଗ୍ରାମବାସୀ ସଭାରେ ୨୫ ଲକ୍ଷ ୬୦ ହଜାର ଟଙ୍କା ଜରିମାନା ସହ ନିଆଁପାଣି ବାସନ୍ଦ କରାଯାଇଛି ।ବାଧ୍ୟହୋଇ ସେ ଗାଁଛାଡି ମାମୁଘରେ ଆଶ୍ରୟ ନେଇଛନ୍ତି।ତେବେ ଯୁବତୀଙ୍କ ଭାଇ ଆନନ୍ଦପୁର କୋର୍ଟରେ ଏ ସମ୍ପର୍କରେ ମାମଲା ଦାଏର କରିବାପରେ କୋର୍ଟଙ୍କ ନିର୍ଦେଶକ୍ରମେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment