ଆନ୍ଦୋଳନକୁ ଓହ୍ଲାଇଲେ ଗାଇଡ୍ ଓ ଫଟୋଗ୍ରାଫର

କୋଣାର୍କ,୨/୮(ଏସଏସନିୟୁଜ)୩ ମାସ ଧରି ବନ୍ଦ ପଡ଼ିଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି । ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ କମି ଆସୁଥିବା ବେଳେ ରାଜ୍ୟରେ ଏବେ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଛି । ପୁଣି ଧିରେ ଧିରେ ସବୁ କିଛି ଖୋଲିବା ଆରମ୍ଭ ହୋଇଛି । କରୋନା କଟକଣା ମଧ୍ୟରେ ସୂର୍ଯ୍ୟ ମନ୍ଦିର ଖୋଲିଥିବା ବେଳେ ଟୁରିଷ୍ଟ ଗାଇଡ୍ ଓ ଫଟୋଗ୍ରାଫରଙ୍କ ଉପରେ କଟକଣା ଲଗାଯାଇଛି । ତେବେ ପର୍ଯ୍ୟଟକ ମାନେ ଅନଲାଇନ୍ ରେ ଟିକେଟ୍ କାଟି ସୂର୍ଯ୍ୟମନ୍ଦିର ବୁଲିପାରିବେ । କରୋନା କଟକଣାର ସମସ୍ତ ପ୍ରୋଟକଲକୁ ମାନି ଦୈନିକ ୨ ହଜାର ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ । ପର୍ଯ୍ୟଟକମାନେ ମନ୍ଦିର ପରିସର ବୁଲି ଏହାକୁ ମନଭରି ଉପଭୋଗ କରିପାରିବେ ।ତେବେ ଗାଇଡ୍ ଓ ଫଟୋଗ୍ରାଫରଙ୍କ ପ୍ରବେଶ ଉପରେ ରୋକ୍ ଲାଗିଥିବାବେଳେ ସେମାନେ ମନ୍ଦିର ଗେଟ୍ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Comments (0)
Add Comment