ଆଜିର ଅନୁଚିନ୍ତା

ତାରିଖ : ୦୧/୦୮/୨୦୨୧ରବିବାର

ଆଜିର ନୀତିବାଣୀ
🔔”ମୁହଁ ସାମନାରେ ମିଠାକଥା କହି ପଛରୁ ଛୁରୀ ଭୂଷୁଥିବା ବନ୍ଧୁଙ୍କଠାରୁ ଦୂରେଇ ରହିବା ଆବଶ୍ୟକ । ଏଭଳି ବନ୍ଧୁଙ୍କ ଦ୍ୱାରା କୌଣସି ଉପକାର ସାଧିତ ହୋଇପାରେ ନା ଲାଭ ମିଳିପାରେ? ଏମାନେତ ହେଉଥିବା କାର୍ଯ୍ୟକୁ ଭଣ୍ଡୁର କରାଇ ଦେଇପାରନ୍ତି । ଏମାନଙ୍କୁ କେବେ ବିଶ୍ୱାସ କରିବା ଉଚିତ୍ ନୁହେଁ । ଏମାନଙ୍କ ଅପେକ୍ଷା ବୁଦ୍ଧିମାନ ଶତ୍ରୁ ବରଂ ଖୁବ୍ ଭଲ !
🔔”ଯିଏ ନିଜର ବନ୍ଧୁଘରେ ରହି ତାଙ୍କର ପତ୍ନୀ, ଭଗିନୀ ବା ଅନ୍ୟ ସ୍ତ୍ରୀ ଲୋକଙ୍କୁ ଅଶ୍ଳୀଳ ଇଙ୍ଗିତ କରେ, ପ୍ରେମ ପ୍ରାର୍ଥନା କରେ ବା ସ୍ୱାର୍ଥସାଧନ ପାଇଁ ପ୍ରୟୋଗ କରିବାକୁ ଚାହେଁ ସେପରି ଦୁଷ୍ଟ ବନ୍ଧୁ ଠାରୁ ଦୁରରେ ରହିବା ଭଲ !!”
🔔”ସମାନତା ମଧ୍ୟରେ ସୌନ୍ଦର୍ଯ୍ୟ ଓ ବିଭେଦତା ମଧ୍ୟରେ ଧ୍ୱଂସ ଲୁଚି ରହିଥାଏ !!”
🔔”ସର୍ବଦା ଉତ୍ତମ କୁଳଶୀଳ, ସଚ୍ଚରିତ୍ର, ନିଷ୍ଠାପର ଲୋକଙ୍କ ସହିତ ବନ୍ଧୁତା ବାନ୍ଧିବା ଆବଶ୍ୟକ !!”
🔔”ସୁନ୍ଦରୀ ତରୁଣୀର ରୂପ ସୌନ୍ଦର୍ଯ୍ୟରେ ଭୁଲି ତା ଜାଲରେ ଛନ୍ଦି ହୋଇ ତାକୁ ପ୍ରେମିକା, ପତ୍ନୀ ବନାଇଲେ ନିଜର ସୁଖ ଶାନ୍ତି ହରାଇବାକୁ ପଡିପାରେ !!”
🔔”ସେଇ ପ୍ରକୃତ ବନ୍ଧୁ ଯିଏ ବନ୍ଧୁଙ୍କୁ ରକ୍ଷା କରେ । ବନ୍ଧୁ ଭାଇ ବିରାଦରଠାରୁ ଅଧିକ । ଜୀବନରେ ପ୍ରକୃତ ବନ୍ଧୁ ହିଁ ଅନେକ ଉପକାର କରିଥାଏ !!”
ଆଜିର ଅନୁଚିନ୍ତା
💔”ଏହା ଜରୁରୀ ନୁହେଁ ଯେ ପ୍ରତ୍ୟେକ Gift କିଛି ଜିନିଷ ହିଁ ହୋଇଥିବ, ପ୍ରେମ, ଯତ୍ନ, ସମ୍ମାନ ମଧ୍ୟ ଏକ ବହୁତ ଭଲ Gift, କେବେ କାହାକୁ ଦେଇକରି ତ ଦେଖ…. !
💔”ଏକାକୀ ରହିବା ଏବଂ ଏକାକୀ କାନ୍ଦିବା ଜଣେ ବ୍ୟକ୍ତିଙ୍କୁ ଅତି ଶକ୍ତିଶାଳୀ କରେ !!
💔”ଯେଉଁମାନେ ତୁମକୁ Ignore କରନ୍ତି, ସେମାନଙ୍କୁ କେବେ Care କର ନାହିଁ, ଯେଉଁମାନେ ତୁମ ପାଇଁ ଅନ୍ୟମାନଙ୍କୁ Ignore କରନ୍ତି, ସେମାନଙ୍କ ନିଶ୍ଚୟ Care ନିଅ !
💔”ଭଲ ଚିନ୍ତା କର, ଭଲ କୁହ ଏବଂ ଭଲ କର, କାରଣ ସବୁକିଛି ତୁମ ପାଖକୁ ଫେରି ଆସିବ !
💔”ପରିଚୟ କେବଳ କାର୍ଯ୍ୟ ଦ୍ୱାରା କରାଯାଇଥାଏ,ଦୋକାନରେ ମହଙ୍ଗା ପୋଷାକ କଣ୍ଢେଇ ମଧ୍ୟ ପିନ୍ଧି ବସିଥାଏ କିମ୍ବା ଠିଆ ହୋଇଥାଏ !
💔”ପାରିବାରିକ ଧନ କିଏ ପାଇଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏଠାରେ ରାଜା ସିଏ ଯିଏ କଠିନ ପରିଶ୍ରମ କରି ନିଜକୁ ଯୋଗ୍ୟ କରନ୍ତି !
💔”ଯଦି ତୁମେ ସୂର୍ଯ୍ୟ ପରି ଜ୍ୟୋତି କରିବାକୁ ଚାହୁଁଛ, ତା ହେଲେ ପ୍ରଥମେ ସୂର୍ଯ୍ୟ ପରି ଜଳ … !
🙏ଓଁ ସୂର୍ଯ୍ୟ ଦେବାୟ ନମଃ🙏. ଆଜି ରବିବାର ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ!

Comments (0)
Add Comment