Browsing daily archive

September 9, 2021

ଗଣେଶପୂଜାରେ ଭୁଲରେ କରନ୍ତୁ ନାହିଁ ୪ଟି କାମ,ନହେଲେ॰॰॰

ପୁରାଣ ଅନୁସାରେ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଭଗବାନ ଶ୍ରୀ ଗଣେଶ ଜନ୍ମ ହୋଇଥିଲେ। ସେହି କାରଣରୁ ଏହି ଦିନରେ ଗଣେଶ ଚତୁର୍ଥୀ ରୂପରେ ପାଳନ କରାଯାଏ। ବିଦ୍ୟା ଏବଂ ସମୃଦ୍ଧିର ଦେବତା ଭଗବାନ ଗଣେଶ ମାତା ପାର୍ବତୀ ଏବଂ ଭଗବାନ ଶିବଙ୍କ ପୁତ୍ର ଅଟନ୍ତି।ଭଗବାନ ଗଣେଶଙ୍କ ପୂଜା କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଏବଂ ଦୁଃଖରୁ ମୁକ୍ତି ମିଳିଥାଏ। ସେହି କାରଣରୁ ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା ମଧ୍ୟ କୁହାଯାଏ। ବିଦ୍ୟାର୍ଥୀ ମାନଙ୍କୁ […]

ଗଣେଶ ପୁଜାରୁ ହେବ ୫ଟିରାଶିର ରାଜଯୋଗ,ଜାଣନ୍ତୁ କିଏ?

🕉ଗଣେଶାୟ ନମଃ🕉 ଗଣେଶ ଚତୁର୍ଥୀ ୧୦ ସେପ୍ଟେମ୍ବରରେ ୫ ଟି ରାଶିରେ ହେବ ମହାସଂଯୋଗ। ଆସନ୍ତୁ ଜାଣିବା ! ୫୮ ବର୍ଷ ପରେ ୧୦ ସେପ୍ଟେମ୍ବର ୨୦୨୧ ଶୁକ୍ରବାର ଠାରୁ ଶ୍ରୀ ଗଣେଶ ଚତୁର୍ଥୀ ଦିନ ଠାରୁ ହିଁ ଏହି ୪ ଟି ରାଶି ପାଇଁ ଆସୁଛି ଅତ୍ୟନ୍ତ ହିଁ ଖୁସିର ଦିନ। ଏମାନଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିବାକୁ ଯାଉଛି। ଏମାନଙ୍କ ଜୀବନରେ କିଛି ଏପରି ପୃବର୍ତନ ଆସିବ ଯାହା ଦ୍ୱାରା ଚମକି ଉଠିବ ଏମାନଙ୍କ […]

ବ୍ୟବସାୟୀଙ୍କୁ ଗୁଳିମାଡ଼

କଟକ,୯/୯(ଡିଏନଏ)ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳିମାଡ଼ । କଟକ ସହର ଉପକଣ୍ଠ ଅଥଙ୍ଗା ନିକଟରେ ଗୁଳିକାଣ୍ଡ ଘଟିଛି । ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଗୁରୁତର ଆହତ ହେବାସହ ତାଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି । ଲୁଟ୍ ପାଇଁ ବାଇକରେ ୨ ଦୁର୍ବୃତ୍ତ ଆସି ବ୍ୟବସାୟୀଙ୍କୁ ଗୁଡିମାଡ କରିଛନ୍ତି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଜାରି ରହିଥିବାବେଳେ ବ୍ୟବସାୟୀଙ୍କୁ ଚିକିସ୍‌ାପାଇଁ ଏସସିବିରେ ଭର୍ତ୍ତି କରାଯାଇଛି ।  

ନିଲମ୍ବିତ ହେଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର,୮/୯(ଏସଏସନିୟୁଜ) ଚିଲିକା ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଶାନ୍ତ ଜଗଦ୍ଦେବ ଙ୍କୁ ବିଜେଡି ନିଲମ୍ବନ କରିଛି ।ପ୍ରାୟ ସମୟରେ ଚର୍ଚ୍ଚାରେ ରହୁଥିବା ବିଧାୟକ ଜଗଦ୍ଦେବଙ୍କ ବିରୋଧରେ ବୁଧବାର ସନ୍ଧ୍ୟାରେ ମାଡପିଟର ଅଭିଯୋଗ ଆସିଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଶୃଙ୍ଖଳିତ ଆଚରଣ ପାଇଁ ପ୍ରଶାନ୍ତଙ୍କୁ ନିଲମ୍ବନ କରିଛନ୍ତି ।

ଇଚ୍ଛା ମୃତ୍ୟୁ ମାଗିଥିଲେ ଦୁଷ୍ମନ୍ତ

ଭୁବନେଶ୍ବର,୮/୯(ଏସଏସନିୟୁଜ)ବୁଧବାର ବିଧାନସଭା ସମ୍ମୁଖରେ ନିଜର ହାତ କାଟିବା ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଗତସିଂହପୁର କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବୁଧବାର ସାଢ଼େ ୧୧ଟା ପାଖାପାଖି ବିଧାନସଭା ମୁଖ୍ୟ ଫାଟକ ସମ୍ମୁଖରେ ପହଁଚିଥିଲେ ଦୁଷ୍ମନ୍ତ ।ସେଠାରେ ହଠାତ୍ ହାତ କାଟି ଦେଇରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ଚିତ୍କାର କରିବା ପରେ ପୁଲିସ କର୍ମଚାରୀମାନେ ତାଙ୍କପାଖରେ ପହଁଚିଥିଲେ । ପୁଲିସ ଅଧିକାରୀମାନେ ସଙ୍ଗେସଙ୍ଗେ ଚିକିସ୍‌ାପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ […]

ପ୍ରଥମ ଦିନରେ ୮୯ଜଣଙ୍କୁ ନୋଟିସ

ସାକ୍ଷୀଗୋପାଳ,୮/୯(ଏସଏସନିୟୁଜ) ସାକ୍ଷୀଗୋପାଳ ମନ୍ଦିରର ଉନ୍ନତି ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ପୁରୀ ଭଳି ସାକ୍ଷୀଗୋପାଳ ମନ୍ଦିର ଚତୁପାଶ୍ୱର୍ରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଓ ଘର ଗୁଡିକ ଉଛେଦ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମ ଦିନରେ ୮୯ ଜଣଙ୍କୁ ନୋଟିସ ଜାରି କରି ୧୫ ଦିନ ମଧ୍ୟରେ ଘର ବା ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଖାଲି କରିଦେବା ପାଇଁ କୁହାଯାଇଛି । ଆଗ ଉଛେଦ କରାଯାଉଥିବାରୁ ବ୍ୟବସାୟୀ ମାନେ ଏବେ ଚିନ୍ତାରେ ପଡିବା ସହ […]

କେନାଲକୁ ଖସିଲା ପିସିଆର ଭ୍ୟାନ

ସତ୍ୟବାଦୀ , ୮/୯(ଏସଏସନିୟୁଜ) ଗତକାଲି ବିଳମ୍ବିତ ରାତିରେ ସତ୍ୟବାଦୀ ଥାନାର ଏକ ପିସିଆର ଭ୍ୟାନ କେନାଲ ମଧ୍ୟକୁ ଖସିପଡିବାରୁ ଡ୍ରାଇଭର ସହ ଜଣେ ପୁଲିସ କର୍ମଚାରୀ ଅଳ୍ପକେ ରକ୍ଷାଯାଇଛନ୍ତି । ଗାଡିଟି ପାର୍ବତୀପୁର ଠାରେ କେନାଲ ଭିତରକୁ ଓଲଟି ପଡିଥିଲା । ଗାଡି ଭିତରେ ଥିବା ପୁଲିସ କର୍ମଚାରୀ ଓ ଡ୍ରାଇଭର ଗାଡି ଭିତରୁ ବାହାରି ଜୀବନ ରକ୍ଷା କରିଥିବା ଜଣାପଡିଛି । ପରେ ସ୍ଥାନିୟ ଲୋକଙ୍କ ସାହାଯ୍ୟରେ ଏକ ଟ୍ରାକ୍ଟର ଦ୍ୱାରା ଗାଡିଟିକୁ ଉଠାଯାଇଥିଲା । […]

ଏଣିକି ଶନିବାର ମିଳିବ ଜଗା ଦର୍ଶନ

ପୁରୀ,୮/୯(ଏସଏସନିୟୁଜ) ଏଣିକି ଶନିବାର ଜଗା ଦର୍ଶନ ହୋଇପାରିବ । ସରକାର ଙ୍କ ପକ୍ଷରୁ କୋଭିଡ୍ କଟକଣା କୋହଳ ହେଉଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଦର୍ଶନ କଟକଣା କୋହଳ କରାଯାଇଛି ।ଅଗରୁ ଶନି ଓ ରବିବାର ସାଧାରଣ ଦର୍ଶନ ଦୁଇଦିନ ବନ୍ଦ ରହୁଥିବା ବେଳେ ଏବେ ଶନିବାରଦିନ ଭକ୍ତମାନେ ଜଗା ଦର୍ଶନ କରିପାରିବେ ।କେବଳ ରବିବାର ବିଶୋଧନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ।ଏହାସହ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ ସହ ଶ୍ରୀମନ୍ଦିର ଭିତରେ ଦୀପ, ଧୂପ ଲଗାଇବାରେ […]

ଅବକାରୀ ବିଭାଗ ଧରିଲା ୨୭୦ କିଲୋ ଗଞ୍ଜେଇ

ମାଲକାନଗିରି,୮/୯(ଏସଏସନିୟୁଜ)ମାଲକାନଗିରି ଅବକାରୀ ବିଭାଗର ଏକ ଟିମ୍ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରଜାବନ୍ଧ ଗ୍ରାମରେ ଚଢାଉ କରି ୨୭୦ କିଲୋ ଗଞ୍ଜେଇ ଜବତ କରିବା ସହ ହରି ହନ୍ତାଳ ନାମକ ବ୍ୟକ୍ତିକୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ହରି ହନ୍ତାଳଙ୍କ ଘର ଉପରେ ଚଢଉ କରିଥିଲା ।ତାଙ୍କଘରୁ ୧୧ ବସ୍ତାରେ ଥିବା ୨୭୦ କିଲୋ ଗଂଜେଇକୁ ଜବତ କରିବା ସହ ହନ୍ତାଳଙ୍କୁ ଗିରଫ କରିଥିଲେ।

ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଯବାନ

ମାଲକାନଗିରି,୮/୯(ଏସଏସନିୟୁଜ) ୫ କିଲୋ ଓଜନର ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଛନ୍ତି ଯବାନ । ସୀମାନ୍ତ କୋଣ୍ଡାଗାଓଁ ଅନ୍ତର୍ଗତ ବାୟାନାର ରାସ୍ତାରେ ଆଇଟିବିପି ଏବଂ ଡିଆରଜି ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହାକୁ ଉଦ୍ଧାର କରିଛନ୍ତି । ସର୍ଚ୍ଚ ଅପରେସନ ବେଳେ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ପ୍ରେସର କୁକରରେ ନକ୍ସଲ ଆରଡିଏକ୍ସ ଭର୍ତ୍ତି କରି ଲ୍ୟାଣ୍ଡମାଇନ ପୋତିଥିବା ଦେଖିବାକୁ ପାଇଥିଲେ ।ପରେ ଯବାନମାନେ ବୋମାକୁ ଘଟଣାସ୍ଥଳରେ ହିଁ ନିଷ୍କ୍ରିୟ କରିଥିଲେ।