ପ୍ରଥମ ଦିନରେ ୮୯ଜଣଙ୍କୁ ନୋଟିସ

ସାକ୍ଷୀଗୋପାଳ,୮/୯(ଏସଏସନିୟୁଜ) ସାକ୍ଷୀଗୋପାଳ ମନ୍ଦିରର ଉନ୍ନତି ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ପୁରୀ ଭଳି ସାକ୍ଷୀଗୋପାଳ ମନ୍ଦିର ଚତୁପାଶ୍ୱର୍ରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଓ ଘର ଗୁଡିକ ଉଛେଦ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମ ଦିନରେ ୮୯ ଜଣଙ୍କୁ ନୋଟିସ ଜାରି କରି ୧୫ ଦିନ ମଧ୍ୟରେ ଘର ବା ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଖାଲି କରିଦେବା ପାଇଁ କୁହାଯାଇଛି । ଆଗ ଉଛେଦ କରାଯାଉଥିବାରୁ ବ୍ୟବସାୟୀ ମାନେ ଏବେ ଚିନ୍ତାରେ ପଡିବା ସହ ଆଗ ଥଇଥାନ କରାଯାଉ ପରେ ଉଛେଦ କରାଯାଉ ବୋଲି କହିଛନ୍ତି ।

Comments (0)
Add Comment