ଏଣିକି ଶନିବାର ମିଳିବ ଜଗା ଦର୍ଶନ

ପୁରୀ,୮/୯(ଏସଏସନିୟୁଜ) ଏଣିକି ଶନିବାର ଜଗା ଦର୍ଶନ ହୋଇପାରିବ । ସରକାର ଙ୍କ ପକ୍ଷରୁ କୋଭିଡ୍ କଟକଣା କୋହଳ ହେଉଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଦର୍ଶନ କଟକଣା କୋହଳ କରାଯାଇଛି ।ଅଗରୁ ଶନି ଓ ରବିବାର ସାଧାରଣ ଦର୍ଶନ ଦୁଇଦିନ ବନ୍ଦ ରହୁଥିବା ବେଳେ ଏବେ ଶନିବାରଦିନ ଭକ୍ତମାନେ ଜଗା ଦର୍ଶନ କରିପାରିବେ ।କେବଳ ରବିବାର ବିଶୋଧନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ।ଏହାସହ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ ସହ ଶ୍ରୀମନ୍ଦିର ଭିତରେ ଦୀପ, ଧୂପ ଲଗାଇବାରେ କଟକଣାକୁ ହଟାଇ ଦିଆଯାଇଛି।ତେବେ ସ୍ବତନ୍ତ୍ର ପର୍ବପର୍ବାଣୀରେ ଶ୍ରୀମନ୍ଦିର ବନ୍ଦ ରଖାଯିବାନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପରିବର୍ତ୍ତିତ ଏସ୍‌ଓପି ଜାରି କରାଯାଇ ଏହି ନିୟମ ୧୩ ତାରିଖରୁ ଲାଗୁହେବ ବୋଲି କୁହାଯାଇଛି ।

Comments (0)
Add Comment