Browsing daily archive

September 13, 2021

ରାସ୍ତାରେ ବୁଲିଲା ସାପ

ଚୌଦ୍ୱାର,୧୩/୯(ଏସ ଏସ ନିୟୁଜ)ଲଘୁଚାପ ଜନିତ ଲଗାଣ ବର୍ଷାରେ ଚୌଦ୍ୱାରର ବିଭିର୍ଣ ଅଂଚଳ ଜଳମଗ୍ନ ହୋଇଛି।ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।ଏହି ବର୍ଷାରେ 15ଫୁଟର ବିରାଟ ଅଜଗର ସାପ କୁ ଦେଖିବାକୁ ମିଳିଛି।ସାପଟି ବର୍ଷା ଭିତରେ ରାସ୍ତାରେ ବୁଲୁଛି।ଚୌଦ୍ୱାର ଥାନା ଆନ୍ତର୍ଗତ ଦେବୀ ନଗର ଗ୍ରାମ ମୁଖ୍ୟ ଦ୍ୱାର 55ନମ୍ବର ଜାତୀୟ ରାଜପଥ ରେ ଅଜଗର ସାପଟି ବୁଲୁଥିବାର ଲୋକମାନେ ଦେଖିବାକୁ ପାଇଛନ୍ତି। ଆଜି ପ୍ରାୟ ସନ୍ଧ୍ୟା 7 ଟା 30 ମିନିଟ ସମୟରେ ସାପଟି ରାସ୍ତାରେ ଦେଖାଯାଇଥିଲା । […]

ଆସୁଛି ଆଉ ଏକ ବର୍ଷା

ଭୁବନେଶ୍ୱର,୧୩/୯(ଏସଏସନିୟୁଜ)ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଏହାଭିତରେ ଗୋଟିଏ ବର୍ଷା ଥମିନି ଆସୁଛି ଆଉ ଏକ ବର୍ଷା ଓ ଆଉ ଏକ ଘୂର୍ଣ୍ଣିବଳୟ ବଙ୍ଗୋପସାଗରେ ଆସନ୍ତା ୧୭ତାରିଖରେ ସୃଷ୍ଟି ହେବାକୁଯାଉଛି । ଏହି ଘୂର୍ଣ୍ଣିବଳୟ ୧୭ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟିହୋଇ ୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିପାରେ । ଏହା ପ୍ରଭାବରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି ବର୍ଷା ଲାଗି ରହିବ ବୋଲି […]

ଧୋଇନେଲା ମାଟିବନ୍ଧ,ତିଆରି କଲେ ଅସ୍ଥାୟୀପୋଲ

ରଣପୁର,୧୩/୯(ଏସଏସନିୟୁଜ)ଲଘୁଚାପଜନିତ ଆଜି ଦିନତମାମ ଲଗାଣ ବର୍ଷାରେ ଧୋଇଗଲା ମାଟିବନ୍ଧ ଗ୍ରାମବାସୀମାନେ ନିଜ ଉଦ୍ୟମରେ ଏକ ଅସ୍ଥାୟୀ ପାଲେ ନିର୍ମାଣ କରିଥିବାର ଦେଖିବାକୁ ମିଳିଛି ।ଏହିଭଳି ଘଟଣା ରଣପୁର ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବନ୍ଧମୁଣ୍ତା ପଞ୍ଚାୟତରେ ଦେଖିବାକୁମିଳିଛି । ବନ୍ଧମୁଣ୍ତା ପଞ୍ଚାୟତ ଅଧୀନ ରାଆଁଳାସ୍ଥିତ ମା’ ଖିଲାମୁଣ୍ତା ମନ୍ଦିର ରାସ୍ତାରେ ବଡ଼ନଈ ନଦୀ ପ୍ରବାହିତ ହୋଇ ନିକଟସ୍ଥ ଭେଟବର ଡ୍ୟାମ୍ ସହିତ ମିଶିଛି। ବନ୍ଧମୁଣ୍ତା ପଞ୍ଚାୟତ ସମେତ ଜଙ୍ଗଲ ପାଣି ଏହି ବଡ଼ନଈ ଦେଇ ବୋହି ଯାଉଥିବାରୁ […]

ବୁଡ଼ିଲେ ବାବା ଆଖଣ୍ଡଳମଣି

ଆରଡ଼ି,୧୩/୯(ଏସଏସନିୟୁଜ) ଲଗାଣ ବର୍ଷାରେ ବୁଡିଲେ ବାବା ମଣି ।ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବାବାଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ପାଣି।ବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯିବାରୁ ସକାଳ ପହିଲି ନୀତିକାନ୍ତିରେ ମଙ୍ଗଳ ଆଳତୀ, ପୂଜାର୍ଚ୍ଚନା ବିଳମ୍ବ ହୋଇଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ମୋଟର ଚାଳିତ ପମ୍ପ ଦ୍ୱାରା ଜଳନିଷ୍କାସନ କରାଯିବାକାର୍ଯ୍ୟ ଆରମ୍ଭ ହୋଇଥିଲା । ସେହିଭଳିଭାବେ ଭୁବନେଶ୍ୱର ବୈତାଳ ମନ୍ଦିର, ଅଲାରନାଥ ମନ୍ଦିରରେ ଲଘୁଚାପଜନିତ ବର୍ଷା ଯୋଗୁ ପାଣି ପସିଥିବାର ଜଣାପଡିଛି ।

ବର୍ଷାରେ ଅଘଟଣ

ଭୁବନେଶ୍ୱର,୧୩/୯(ଏସଏସନିୟୁଜ)ପ୍ରଳୟଙ୍କରୀ ବର୍ଷାରେ ଧାନ ଫସଲ ଦେଖିବାକୁ ଯାଉଥିବା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ନୂଆଗଡ ଗ୍ରାମପଞ୍ଚାୟତ ମୋରମରସିଂହ ଗ୍ରାମର କମ୍ବେଶ୍ୱର ପାଟ୍ଟଶାଣୀ ପ୍ରଖର ସୁଅରେ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି ।ଆଜି ସକାଳେ କମ୍ବେଶ୍ୱର ବିଲକୁ ଯିବାସମୟରେ ନାଳ କଡ଼ ରାସ୍ତାରେ ଯାଉଥିବାବେଳେ ପ୍ରଖର ପାଣିର ସୁଅରେ ଭାସିଯାଇ ଗଭୀର ପାଣି ଭିତରକୁ ଚାଲିଯାଇ ସୁଅରେ ସେ ଭାସି ଯାଇଥିଲେ । କେନ୍ଦ୍ରାପଡ଼ାର ପାଟକୁରା ଥାନା ଅଞ୍ଚଳ ବଡ଼ବେତର ଗାଁରେ ରାତିରେ ଶୋଇଥିବା ବେଳେ ଘରର କାନ୍ଥ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୧୩ ତାରିଖ ୨୦୨୧ ମସିହା(ସୋମବାର)ଭାଦ୍ରମାସ-ଶୁକ୍ଳପକ୍ଷତିଥି-ସପ୍ତମୀ,ନକ୍ଷତ୍ର- ଅନୁରାଧା,ମିଥୁନ ରାଶିର ଘାତବାର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତାଳ,ନଡ଼ିଆ ଭକ୍ଷଣ ନିଷେଧ । ମେଷ:=ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ। ବୃଷ:=ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ […]

ଆଜିର ଅନୁଚିନ୍ତା

ଆଜିର ସୁ-ବିଚାର 🦋 ସଫଳତା…..!!! ଗୋଟିଏ ଦିନରେ ମିଳିବନି.. ଗୋଟିଏ ଦିନ ନିଶ୍ଚୟ ମିଳିବ।🦋ଜୀବନରେ କେବେ କାହା ପଛରେ ଦୌଡନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ। 🦋ପକୃତ ସଚ୍ଚୋଟ ଲୋକ କଥା ରେ ନୁହେଁ, କାମରେ କରି ଦେଖେଇଥାନ୍ତି..। 🦋କୂଅରୁ ପାଣି ବାହାର କରୁଥିବା ଲୋକର ଧ୍ୟାନ ଈଶ୍ୱର ସ୍ମରଣ ପ୍ରତି ରହିବା ଉଚିତ୍ 🦋ସଂସାରରେ ମନୁଷ୍ୟ ହିଁ ଏକମାତ୍ର […]

ଭୁବନେଶ୍ବର ଅବସ୍ଥା ବେହାଲ

୧. ଜାତୀୟ ସିନିୟର ମହିଳା ହକି ଶିବିର : ଓଡ଼ିଶାରୁ ୫ ଜଣ । ୨. ପ୍ରବଳ ରୁ ପ୍ରବଳ ବର୍ଷା ହେବ,ସାତ ଜିଲ୍ଲାକୁ ରେଡ୍ ୱାର୍ଣ୍ଣି । ଅନ୍ୟପକ୍ଷରେ ପାଣିପାଗ ବିଭାଗ ପୁରୀ , ଖୋର୍ଦ୍ଧା , କଟକ , ଜଗତସିଂହପୁର , କେନ୍ଦ୍ରାପଡ଼ା , ଢେଙ୍କାନାଳ ଓ ନୟାଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ବେଇ ରେଡ୍ ୱାର୍ଣ୍ନି ଜାରି କରିଛି । ୩. ଲଘୁଚାପ ବର୍ଷାରେ ଭୁବନେଶ୍ବର ଅବସ୍ଥା ବେହାଲ, […]