ବର୍ଷାରେ ଅଘଟଣ

ଭୁବନେଶ୍ୱର,୧୩/୯(ଏସଏସନିୟୁଜ)ପ୍ରଳୟଙ୍କରୀ ବର୍ଷାରେ ଧାନ ଫସଲ ଦେଖିବାକୁ ଯାଉଥିବା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ନୂଆଗଡ ଗ୍ରାମପଞ୍ଚାୟତ ମୋରମରସିଂହ ଗ୍ରାମର କମ୍ବେଶ୍ୱର ପାଟ୍ଟଶାଣୀ ପ୍ରଖର ସୁଅରେ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି ।ଆଜି ସକାଳେ କମ୍ବେଶ୍ୱର ବିଲକୁ ଯିବାସମୟରେ ନାଳ କଡ଼ ରାସ୍ତାରେ ଯାଉଥିବାବେଳେ ପ୍ରଖର ପାଣିର ସୁଅରେ ଭାସିଯାଇ ଗଭୀର ପାଣି ଭିତରକୁ ଚାଲିଯାଇ ସୁଅରେ ସେ ଭାସି ଯାଇଥିଲେ । କେନ୍ଦ୍ରାପଡ଼ାର ପାଟକୁରା ଥାନା ଅଞ୍ଚଳ ବଡ଼ବେତର ଗାଁରେ ରାତିରେ ଶୋଇଥିବା ବେଳେ ଘରର କାନ୍ଥ ଭୁଶୁଡ଼ିଅଭୟ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ନିରିକାଇ ଥାନା ଅଞ୍ଚଳରେ ବେଣୀପୁର ଢିଅ ସାହି ଗାଁରେ କାନ୍ଥ ପଡ଼ି ନର୍ମଦା ପୃଷ୍ଟି ନାମକ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ।ସେହିଭଳିଭାବେ ପ୍ରବଳ ବର୍ଷା ପରେ ଜଗତସିଂହପୁରରେ ତଳିଆ ଅଞ୍ଚଳର ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।ଅନ୍ୟପଟେ ରାସ୍ତାପାର ହେଉଥିବାବେଳେ ବାଇକ୍ ସହ ଭାସିଗଲେ ଚାଳକ ।ବରଗଡ଼ ଜିରା ନଦୀରେ ଏହିଭଳି ଅଘଟଣ ଘଟିଛି ।ବାଇକ ସହ ଯୁବକ ଜଣଙ୍କ ଭାସିଯାଇଛନ୍ତି ।ଏହାକୁ ଦେଖି ସ୍ଥାନୀୟ ଲୋକମାନେ ଯୁବକଜଣଙ୍କୁ ଉଦ୍ଧାର କରିବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

 

Comments (0)
Add Comment