ରାସ୍ତାରେ ବୁଲିଲା ସାପ

ଚୌଦ୍ୱାର,୧୩/୯(ଏସ ଏସ ନିୟୁଜ)ଲଘୁଚାପ ଜନିତ ଲଗାଣ ବର୍ଷାରେ ଚୌଦ୍ୱାରର ବିଭିର୍ଣ ଅଂଚଳ ଜଳମଗ୍ନ ହୋଇଛି।ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।ଏହି ବର୍ଷାରେ 15ଫୁଟର ବିରାଟ ଅଜଗର ସାପ କୁ ଦେଖିବାକୁ ମିଳିଛି।ସାପଟି ବର୍ଷା ଭିତରେ ରାସ୍ତାରେ ବୁଲୁଛି।ଚୌଦ୍ୱାର ଥାନା ଆନ୍ତର୍ଗତ ଦେବୀ ନଗର ଗ୍ରାମ ମୁଖ୍ୟ ଦ୍ୱାର 55ନମ୍ବର ଜାତୀୟ ରାଜପଥ ରେ ଅଜଗର ସାପଟି ବୁଲୁଥିବାର ଲୋକମାନେ ଦେଖିବାକୁ ପାଇଛନ୍ତି।
ଆଜି ପ୍ରାୟ ସନ୍ଧ୍ୟା 7 ଟା 30 ମିନିଟ ସମୟରେ ସାପଟି ରାସ୍ତାରେ ଦେଖାଯାଇଥିଲା । ସ୍ଥାନୀୟ ଲୋକ ମାନେ ସାପଟିକୁ ଘେରି ଯାଇ ଚୌଦ୍ୱାର ବନପାଳଙ୍କୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରି ଆସି ଅଜଗର ସାପଟି କୁ ଉଦ୍ଧାର କରି ଜଙ୍ଗଲରେ ସୁରକ୍ଷିତ ଭାବରେ ଛଡା ହେବ ବୋଲି ସୂଚନା ଦେଇଛନ୍ତି।
ଥିଲେ ।

Comments (0)
Add Comment