Browsing monthly archive

September 2021

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୦୯ ତାରିଖ ୨୦୨୧ ମସିହା(ଗୁରୁବାର)ଭାଦ୍ରମାସ-ଶୁକ୍ଳପକ୍ଷ,ତିଥି-ତୃତୀୟା,ବୃଷ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଟଳ,ମୂଳା ଭକ୍ଷଣ ନିଷେଧ । ମେଷ-ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାବବେ, ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣି ଅଶାନ୍ତି ଅନୁଭବ କରିବେ। ବୃଷ-ଆଜି ଅଫିସରେ […]

ହଙ୍ଗାମା କରିବା ପରେ…

୧. ଭାରତୀୟ ବାୟୁସେନା ୫୬ଟି ପରିବହନ ବିମାନ କିଣିବ, କ୍ୟାବିନେଟ ଦେଲେ ମଂଜୁରୀ । ୨. ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷିତ : ଅଶ୍ବିନ ଫେରିଲେ,ଧୋନି ଉତ୍ସାହଦାତା । ୩. ଯଦି ସର୍ଜରୀ ସମୟରେ କୌଣସି ରୋଗୀଙ୍କ ମୃତ୍ୟୁ ହୋଇଯାଏ ତେବେ ଏହା ଡାକ୍ତରଙ୍କ ଅବହେଳା କାରଣରୁ ହୋଇଛି ବୋଲି କୁହାଯାଇ ପାରିବ ନାହିଁ । ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ୪. କ୍ରୀଡ଼ାବିତ୍‌ଙ୍କ ସହ ଭାବବିନିମୟ କଲେ କ୍ରୀଡା ମନ୍ତ୍ରୀ […]

ଆଜିର ଅନୁଚିନ୍ତା

🍁ସୁନ୍ଦର ମୁହଁଟିଏ କିଛିଦିନ ପାଇଁ ମନେ ରୁହେ।କିନ୍ତୁ ସୁନ୍ଦର ହୃଦୟରଟିଏ ସାରା ଜିବନ ପାଇଁ ମନରେ ସାଇତି ହୋଇ ରହିଯାଏ । 🍁ମଣିଷର ପ୍ରକୃତି:-ପ୍ରଶୟ ଦେଲେ- ମୁଣ୍ଡରେ ଚଢ଼େ ଆଦର କଲେ- ଖୋସାମତ ଭାବେ ଉପଦେଶ ଦେଲେ- ମୁହଁ ମୋଡେ ଉପକାର କରିଥିଲେ- ଅସ୍ବୀକାର କରେ। 🍁ଜୀବନରେ କେବେ କାହା ପଛରେ ଦୌଡନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ । […]

ନରାଜ ବ୍ୟାରେଜ ରୁ ଖସିପଡ଼ି ଯୁବକ ଗୁରୁତର

ବାରଙ୍ଗ,୮/୯(ଏସଏସନିୟୁଜ)ନରାଜ ବ୍ୟାରେଜ ରେ ଅଘଟଣ।ବ୍ୟାରେଜରୁ ତଳକୁ ଖସିପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି।ଯୁବକ ଜଣକ ହେଉଛନ୍ତି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଅଧୀନସ୍ଥ ନରାଜ ଗ୍ରାମର ଦୀପକ ପୃଷ୍ଟି(୩୨)।ସୂଚନା ମୁତାବକ ବୁଧବାର ଅପରାହ୍ନରେ ଦୀପକ ମହାନଦୀର ଜଳସ୍ରୋତ କୁ ଦେଖୁଥିବା ସମୟରେ ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ତଳେ ଥିବା କଂକ୍ରିଟ ଚଟାଣ ଉପରେ ଖସି ପଡ଼ିଥିଲେ।ଫଳରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଗୋଡିସାହି ଫାଣ୍ଡି ଏବଂ କଟକ ଅଗ୍ନିଶମ ବାହିନୀକୁ […]

ପାୱାର ଶୋ’ କଲେ ଶ୍ରୀମୟୀ

୧. ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକ ପର୍ବ କାର୍ଯ୍ୟକ୍ରମରେ ଏକ ନୂଆ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଯାହାର ନାମ ରହିଛି ‘ବିଦ୍ୟାଞ୍ଜଳୀ’। ୨. ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍‌ ପରୀକ୍ଷା ଫଳ ପ୍ରକାଶିତ । ୩. ଶିଖର-ଆୟଶାଙ୍କ ହେଲା ବିବାହ ବିଚ୍ଛେଦ, ଭାବୁକ ପୋଷ୍ଟ ଜରିଆରେ ସୂଚନା ଦେଲେ ପତ୍ନୀ ଆୟଶା ମୁଖାର୍ଜୀ । ୪. ଆସନ୍ତାକାଲି ପୁଣି ବିଧାନସଭାରେ ଆସିବ ‘ଓବିସି’ ସଂରକ୍ଷଣ ସଂକଳ୍ପ । ୫. ଟି୨୦ ବିଶ୍ୱକପ୍‌ରେ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ପଶ୍ଚାତାପ କରୁଥିବା ମଣିଷ ହିଁ ପରିବର୍ତ୍ତନକୁ ଆପଣେଇ ପାରେ,ଭୁଲକୁ ଗ୍ରହଣ କରୁୁନଥିବା ଲୋକ ପାଇଁ ପରିବର୍ତ୍ତନ ଏକ ଅସମ୍ଭବ ଏବଂ ଅନିଶ୍ଚିତ ପରିଧି !! ➡️”ଦୁଃଖିଲୋକ ଅବସ୍ଥାରେ ପଡ଼ି ପାପ କରିଥାଏ ।ଅସତ୍ୟ ସମାନ ପାପ କିଛି ନାହିଁ ।ସମସ୍ତ ସତ୍ୟ କର୍ମର ମୂଳ ଆଧାର ହେଉଛି ସତ୍ୟ ➡️”ଆରମ୍ଭ ଯେପରି ହେଉ ନା କାହିଁକି,ଈଶ୍ୱରଙ୍କ ଏହି ସୃଷ୍ଟିରେ ଶେଷ ପରିଣତି ଉତ୍ତମ ହେବା ଥୟ !! ➡️”ସୁସ୍ଥ ଥିବା ପର୍ଯନ୍ତ ନିଜ ଆତ୍ମାର […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୦୮ ତାରିଖ ୨୦୨୧ ମସିହା(ବୁଧବାର)ଭାଦ୍ରମାସ-ଶୁକ୍ଳପକ୍ଷ,ତିଥି-ଦ୍ଵିତୀୟା,ବୃଷ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବୋଇତିକଖାରୁ,ପୋଟଳଭକ୍ଷଣ ନିଷେଧ । ମେଷ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ବୃଷ-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ […]

ପୌର ନିର୍ବାଚନ ପାଇଁ ଫିଟିଲା ବାଟ

ଭୁବନେଶ୍ୱର, ୭/୯(ଏସଏସନିୟୁଜ) ପୌର ନିର୍ବାଚନ ପାଇଁ ଫିଟିଲା ବାଟ ।ଏଥିନିମନ୍ତେ ଆଜି ବିଧାନସଭାରେ ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍ ପାରିତ ହୋଇଛି ।ଏହି ଆଧାରରେ ଏସସି, ଏସଟି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ରହିଛି । ସଂଶୋଧିତ ଆଇନ ଅନୁସାରେ ପ୍ରଥମେ ଏସସି, ଏସଟିଙ୍କୁ ସଂରକ୍ଷଣ ଓ ପରେ ଅବଶିଷ୍ଟ ଅଂଶକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କରାଯିବ ।କିନ୍ତୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଆସନ ୨୭ ପ୍ରତିଶତରୁ କମ୍ ହେବ […]

ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ

ଭଦ୍ରକ, ୭/୯(ଏସଏସନିୟୁଜ) ଏକ ଅଟୋରେ ନକଲି ଜର୍ଦ୍ଦା ନେଇ ଯାଜପୁର ଯାଉଥିବାବେଳେ ପୁରୁଣାବଜାର ପୁଲିସ ହାତରେ ଧରାପଡିଛି ।ବିଶେଷସୁତ୍ରରୁ ଖବରପାଇ ପୋଲିସ ଚଢଉ କରି ଅଟୋସହ ଦେଢ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ନକଲି ଜର୍ଦ୍ଦାକୁ ଜବତ କରିଛି ।ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ଅଢେଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।ଏହିଗଟଣାରେ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟଚାଳଣ କରିଛି ।

ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି

ବ୍ରହ୍ମଗିରି,୭/୯(ଏସଏସନିୟୁଜ)ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ଲହଡ଼ି ମାରୁଛି ।ସମୁଦ୍ର ପାଣି ଗାଁ ଭିତରକୁ ମାଡ଼ି ଆସିଥିବାରୁ ଲୋକଙ୍କ ମନରେ ଭୟରବାତାବରଣ ସୃଷ୍ଟି ହେବାସହ ଛନକା ପଶିଯାଇଛି ।କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁରେ ଆଜି ସକାଳେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ ।ଯାହାଫଳରେ ଗ୍ରାମବାସୀମାନେ ଭୟଭିତ ହୋଇପଡିଥିବାବେଳେ ଲାକେମାନଙ୍କ ଘରେ ପାଣି ପଶିବାରୁ ଜିନିଷପତ୍ର ନଷ୍ଟ ହୋଇଯାଇଥିବାର ଜଣାପଡିଛି ।