ଆଜିର ଅନୁଚିନ୍ତା

ତାରିଖ : ୦୮/୦୯/୨୦୨୧,ବୁଧବାର

ଆଜିର ନୀତିବାଣୀ
➡️”ପଶ୍ଚାତାପ କରୁଥିବା ମଣିଷ ହିଁ ପରିବର୍ତ୍ତନକୁ ଆପଣେଇ ପାରେ,ଭୁଲକୁ ଗ୍ରହଣ କରୁୁନଥିବା ଲୋକ ପାଇଁ ପରିବର୍ତ୍ତନ ଏକ ଅସମ୍ଭବ ଏବଂ ଅନିଶ୍ଚିତ ପରିଧି !!
➡️”ଦୁଃଖିଲୋକ ଅବସ୍ଥାରେ ପଡ଼ି ପାପ କରିଥାଏ ।ଅସତ୍ୟ ସମାନ ପାପ କିଛି ନାହିଁ ।ସମସ୍ତ ସତ୍ୟ କର୍ମର ମୂଳ ଆଧାର ହେଉଛି ସତ୍ୟ
➡️”ଆରମ୍ଭ ଯେପରି ହେଉ ନା କାହିଁକି,ଈଶ୍ୱରଙ୍କ ଏହି ସୃଷ୍ଟିରେ ଶେଷ ପରିଣତି ଉତ୍ତମ ହେବା ଥୟ !!
➡️”ସୁସ୍ଥ ଥିବା ପର୍ଯନ୍ତ ନିଜ ଆତ୍ମାର ନିୟନ୍ତ୍ରଣ କରିବାକୁ ଚେଷ୍ଟା କର। କାରଣ ମୃତ୍ୟୁ ଭୟରେ କୌଣସି ଯଥୋଚିତ କାର୍ଯ୍ୟ ହୋଇପାରେ ନାହିଁ !!
➡️”ଜୀବନରେ କେବେ କାହା ପଛରେ ଦୌଡନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ !!
ଆଜିର ଅନୁଚିନ୍ତା
➡️”ସେହି ମଣିଷ ସମ୍ପର୍କ ର ମୂଲ୍ୟ ବୁଝି ପାରେ ନାହିଁ ଯେଉଁ ମଣିଷ ସମ୍ପର୍କ ଅପେକ୍ଷା ସ୍ଵାର୍ଥ ର ମୂଲ୍ୟ କୁ ଅଧିକ ବୁଝୁଥାଏ !!
➡️”ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ । ତାକୁ କେହି ପରିବର୍ତ୍ତନ କରି ପାରିବେ ନାହିଁ । ବିଜ୍ଞାନର ଅଗ୍ରଗତି ଘଟିଲେ ବି ମଣିଷ ଜୀବନକୁ ରକ୍ଷା କରିପାରୁନି । ମଣିଷ ଯେତେଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି ସେତିକି ଦିନ ତାର ଲୀଳା ଖେଳା କରି ପୁଣି ଫେରିଯିବ । ସୃଷ୍ଟିକର୍ତ୍ତା ହେଉଛନ୍ତି ନିର୍ଦ୍ଦେଶକ , ଆମେମାନେ ଜଣେ ଜଣେ କଳାକାର । ତେଣୁ ପ୍ରତିଦିନ ସକାଳୁ ପ୍ରଭୁଙ୍କୁ ଦୁଇ ହାତ ଟେକି ସମର୍ପଣ ର ଭାବନାରେ ନିଜକୁ ସମର୍ପି ଦିଅ ଯେପରି ଆଜି ଦିନର ଅଭିନୟ ସୁନ୍ଦରତା ରେ ଭରିଯାଉ !!
➡️”ଯିଏ ଦୁଃଖରେ ଅଛି ସେ ଆଗକୁ ଖୁସିରେ ରହି ପାରିବ ହେଲେ ଯିଏ ଦୁଃଖ ଦେଇଛି ସେ କେବେବି ଖୁସିରେ ରହିପାରିବ ନାହିଁ !!”
➡️”ତୁମକୁ ପ୍ରକୃତ ପ୍ରେମ କରୁଥିବା ଲୋକ ତୁମ ସହିତ ସବୁ ପ୍ରକାର ର କଥା କହିବ , ସବୁ ବିଷୟରେ ଆଲୋଚନା କରିବ କିନ୍ତୁ ଧୋକା ଦେବା ଲୋକ କେବଳ ପ୍ରେମ ଭରା କଥା ହିଁ କହି ଥାଏ !!
➡️”ଭୁଲ କଥାକୁ ସମର୍ଥନ କରି ସମସ୍ତଙ୍କର ପ୍ରିୟ ହେବା ଅପେକ୍ଷା , ଠିକ କଥା କହି ସମସ୍ତଙ୍କର ବିରୋଧୀ ହୋଇ ଏକୁଟିଆ ରହିବା ବହୁତ ଭଲ …!!
ଆଜିର ସୁବିଚାର
➡️ଜୀବନରେ ସବୁବେଳେ ଏହି ୫ଟି ଗହଣା ଧାରଣକରିବା ଉଚିତ୍
👉”ଓଠରେ – ସତ୍ୟ !!”👉”କଣ୍ଠରେ – ପ୍ରାର୍ଥନା”👉”ଆଖିରେ – ଦୟା 👉”ହାତରେ – ଦାନ !!”👉”ଆଉ ହୃଦୟରେ – ପ୍ରେମ !!
➡️”ସମୟ ଆଉ ଭାଗ୍ୟ ଉପରେ କେବେ ଗର୍ବ କରନ୍ତୁ ନାହିଁ … କାହିଁକି ନା ସକାଳ ସେମାନଙ୍କର ବି ହୁଏ ଯୋଉ ମାନଙ୍କର ଦିନ ଖରାପ ଥାଏ !!
➡️ଜୀବନରେରେ ୫ଟି ଜିନିଷ ଖୋଜି ପାଇବା ବହୁତ କଠିନ-୧ – ବିଶ୍ବାସୀ ମଣିଷ୨ – ଭଲ ଜୀବନ ସାଥୀ”୩ – କଷ୍ଟର ଭାଗୀଦାର”୪ – ସ୍ଵାର୍ଥ ହୀନ ସମ୍ପର୍କ”୫ – ନିଷ୍ଠାପ ହୃଦୟ”
➡️”ସମୟ ଯେତେବେଳେ ଭଲ ଥାଏ ,ଶତ୍ରୁ ବି ବନ୍ଧୁ ହୋଇଯାଏ ,ଆଉ ସମୟ ଯେତେବେଳେ ଖରାପ ଥାଏ ବନ୍ଧୁ ବି ଶତ୍ରୁ ପାଲଟିଯାଏ
➡️”କିଛି ଲୋକ , ଭିତରେ ଦୁଃଖରେ ଥାଇ ବି ସବୁବେଳେ ହସୁଥାନ୍ତି , କାହିଁକିନା ସେମାନେ ଜାଣିଛନ୍ତି ତାଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି !!
🙏ଓଁ ନମଃ ଗଣନାୟକ🙏.ଶୁଭ ସକାଳ,ଆଜି ବୁଧବାର ପ୍ରଭୁ ଗଜାନନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ !!

Comments (0)
Add Comment