Browsing daily archive

October 3, 2021

୪ ସୁନାଚେନ ଲୁଟେରାକୁ ଧରିଲା ଜଟଣୀ ପୋଲିସ

ଜଟଣୀ,୩/୧୦(ଏସ ଏସ ନିୟୁଜ)ଜଟଣୀ ଥାନା ପୋଲିସ ୪ଜଣ ସୁନାଚେନ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସେମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ଚନ୍ଦନ ନାୟକ (ବାଲୁଆ ), ଭଗବାନ ନାୟକ (ଟିକିଆ ), ମହାବୀର ମଲ୍ଲ ଓ ସହଯୋଗକାରି ସୁଦାମ ସାହୁ ।ସୁନା ଚେନ ଲୁଟେରା ଗତକିଛିଦିନ ହେବ ଜଟଣୀ ଅଞ୍ଚଳରେ ଆତଙ୍କ ସୃଷ୍ଟିକରିଥିଲେ । ଗତ ୧୭ ତାରିଖରେ ରାତିରେ ଗୀତାଞ୍ଜଳି ସାହୁ ସୀତାରାମ ଛକରେ ଯାଉଥିବା ସମୟରେ ଦୁଇ ଅପରାଧୀ ତାଙ୍କୁ ପିଛା […]

ଡାକ୍ତରଖାନାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର,୩/୧୦(ଏସଏସନିୟୁଜ) ଡାକ୍ତରଖାନାରେ ଭର୍ତିହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିବାର ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରବିନ୍ଦୁ ଦାସ ଟ୍ୱିଟ କରି ସୂଚନା ଦେଇଛନ୍ତି । ରବିବାର ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ।ସ୍ୱାସ୍ଥ୍ୟ ଭଲଥିବାସହ କରୋନାର ଲକ୍ଷଣ ନଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।

ପିପିଲିରେ ପୁଣି ମହାରଥି

ଭୁବନେଶ୍ୱର,୩/୧୦(ଏସଏସନିୟୁଜ) ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ହରାଇ ପିପିଲିରେ ନିଜର ପୁର୍ବସ୍ଥିତିକୁଜାହିର କରିଛି ବିଜେଡି । ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବିପୁଳ ଜନସମର୍ଥନ ମିଳିଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀ ତଥା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ୯୬,୯୭୨ ଖଣ୍ଡ ଭୋଟ ମିଳିଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ଆଶ୍ରିତ ପଟ୍ଟନାୟକଙ୍କୁ ୭୬,୦୫୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ୩ୟ ସ୍ଥାନରେ […]

ବିଜୟ ଅଭିମୁଖେ ଦିଦି

ଭୁବନେଶ୍ୱର, ୩/୧୦(ଏସଏସନିୟୁଜ) ପଶ୍ଚିମବଙ୍ଗର ହାଇପ୍ରୋଫାଇଲ୍ ସିଟ୍ ଭବାନୀପୁରରେ ଭୋଟ ଗଣତି ଚାଲିଛି । ୪୨ହଜାର ଭୋଟରେ ଆଗୁଆ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୧୬ ରାଉଣ୍ଡ ଭୋଟଗଣତି ସୁଦ୍ଧା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି୨୦୪୬୮ ଭୋଟ ପାଇଥିବାବେଳେ ୬୨୭୬୦ ଭୋଟ୍ ପାଇଛନ୍ତି ମମତା ବାନାର୍ଜୀ । ତେବେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରୱାଲଙ୍କ ସହ ମମତା ବାନାର୍ଜୀଙ୍କ ମଧ୍ୟରେ କଡ଼ା ଫାଇଟ୍ ଚାଲିଛି ।  

୯ମ ରାଉଣ୍ଡ ସୁଦ୍ଧା ବିଜେଡି ୯୩୮୨ଭୋଟରେ ଆଗରେ

ସାକ୍ଷୀଗୋପାଳ,୩/୧୦(ଏସଏସନିୟୁଜ)ପିପିଲି ଉପନିର୍ବାଚନ ଫଳାଫଳ ପାଇ ଭୋଟଗଣତି ସକାଳୁ ଆରମ୍ଭ ହୋଇଯାଇଛି । ୯ମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ୯୩୮୨ଭୋଟରେ ଆଗରେ ରହିଥିବାର ଜଣାପଡିଛି । ୯ମରାଉଣ୍ଡ ସୁଦ୍ଧା ବିଜେଡି – ୩୪,୯୧୩ଖଣ୍ଡ , ବିଜେପି-୨୫,୫୩୧ ଖଣ୍ଡ ଓ କଂଗ୍ରେସ-୨୨୮୧ଖଣ୍ଡ ପାଇଥିବା ଜଣାପଡିଛି । ତେବେ ୧୪ ଗୋଟି ଟେବୁଲ ରେ ଗଣତି ହେଉଥିବାବେଳେ ୨୫ ରାଉଣ୍ଡ ଗଣତି ହେବ ।

ଫିକା ପଡିଲା ବିସ୍ଫୋରକ ଶତକ

୧-ଫିକା ପଡିଲା ଋତୁରାଜଙ୍କ ବିସ୍ଫୋରକ ଶତକ, ଜୟଶଓ୍ଵାଲ ଓ ଶିବମ ଦୁବେଙ୍କ ଧୁଆଁଧାର ଅର୍ଦ୍ଧଶତକରେ ଚେନ୍ନାଇକୁ ୭ ଓ୍ଵିକେଟ୍‌ରେ ମାତ୍ ଦେଲା ରାଜସ୍ଥାନ । ୨-ଆଇପିଏଲ୍‌: ମୁମ୍ବାଇ ଇଣ୍ଡିଆନ୍‌ସ ବିପକ୍ଷରେ ୪ ଓ୍ଵିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିଜୟୀ ୩-ନିକଟରେ ଦିଲ୍ଲୀ ଗସ୍ତରୁ ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୪ତାରିଖରୁ ମାରାଥନ୍ ଜିଲ୍ଲା ଗସ୍ତ କରିବେ। ୬ଦିନରେ ତିନିଟି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ବାଣ୍ଟିବେ ଏବଂ ବହୁ ପ୍ରକଳ୍ପର ଉଦ୍‌ଘାଟନ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ହଜାର ଯୁଦ୍ଧ ଜିତିବା ଅପେକ୍ଷା ନିଜ ମନକୁ ଜିତନ୍ତୁ !! ➡️”କ୍ରୋଧିତ ହେବା ବିଷ ପିଇବା ପରି | ଏହା କେବଳ ଆମକୁ ନୁହେଁ, ଆମ ସାମ୍ନାରେ ଥିବା ଲୋକଙ୍କୁ ମଧ୍ୟ ବଳି ଦେଇଥାଏ !! ➡️”ସମୟ ନଷ୍ଟ କରିବା ହେଉଛି ନିଜକୁ ଶୋଷଣ କରିବା !! ➡️”ପ୍ରତ୍ୟେକ ମଣିଷ ଖାଲି ହାତରେ ପୃଥିବୀକୁ ଆସନ୍ତି | ସେ ପୃଥିବୀରୁ ଖାଲି ହାତରେ ଫେରନ୍ତି !! ➡️”ରାଗୁ ଥିବା ମଣିଷ ରାଗ ସମୟରେ ତ […]

ଆଜିର ରାଶିଫଳ

ଅକ୍ଟୋବର ମାସ ୦୩ ତାରିଖ ୨୦୨୧ ମସିହା(ରବିବାର)ଆଶ୍ଵିନ୍ୟ – କୃଷ୍ଣପକ୍ଷ,ତିଥି- ଦ୍ଵାଦଶୀ ,କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର,ମେଷ ରାଶିର ଘାତବର,ଦ୍ୱଦଶୀର ଏକୋଦିଷ୍ଟ ଓ ପାର୍ବଣ ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ପୋଇ,ବାଇଗଣ ଭକ୍ଷଣ ନିଷେଧ । ମେଷ-ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ […]