ଡାକ୍ତରଖାନାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର,୩/୧୦(ଏସଏସନିୟୁଜ) ଡାକ୍ତରଖାନାରେ ଭର୍ତିହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିବାର ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରବିନ୍ଦୁ ଦାସ ଟ୍ୱିଟ କରି ସୂଚନା ଦେଇଛନ୍ତି । ରବିବାର ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ।ସ୍ୱାସ୍ଥ୍ୟ ଭଲଥିବାସହ କରୋନାର ଲକ୍ଷଣ ନଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।

Comments (0)
Add Comment