ଆଜି ବିଜେପିର ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ
ବଲାଙ୍ଗୀର,୨୧/୧୦(ଏସଏସନିୟୁଜ) ସାରା ରାଜ୍ୟରେ ଏବେ ଚର୍ଚ୍ଚାରେ ରହିଛି କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମୃତ୍ୟୁ ଘଟଣା । ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ୍ ଥିବା ନେଇ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଦାବି କରିଛି ବିଜେପି ।ଏଥିପାଇଁ ଗୁରୁବାରଦିନ ୧୨ ଘଣ୍ଟିଆ ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା ଦେଇଛି।ବିଜେପିର ବନ୍ଦ ଡାକରାରେ ଦୋକାନବଜାର ବନ୍ଦ ରହିଥିବା ସହ ଯାନବାହନ ଚଳାଚଳ ବନ୍ଦ ରହିଥିବାର ଦେଖିବାକୁ ମିଳିଛି । […]