Browsing monthly archive

November 2021

ସର୍ଟ ସର୍କିଟରେ ଜଳିଗଲା ୨ବଖରା ଘର

ଓଡ଼ଗାଁ,୧୨/୧୧(ଏସ ଏସ ନିୟୁଜ) ଓଡ଼ଗାଁ ତହସିଲ ଅନ୍ତର୍ଗତ ସୁନାମୁହିଁ ପଞ୍ଚାୟତର ମାଳିଆଝୋଲା ଗାଁରେ ସର୍ଟ ସର୍କିଟରୁ ନିଆଁଲାଗି ମିଞ୍ଜୁ ନାୟକଙ୍କ ୨ବଖରା ଘର ସହିତ ସମସ୍ତ ଆସବାପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି।ଘରଭିତରେ ଥିବା ଧାନ,ଚାଉଳ,ଲୁଗାପଟା ସହ ଆବଶ୍ୟକୀୟ କାଗଜପତ୍ର ପୋଡିଯାଇଥିବା ସହ ଆନୁମାନିକ ୧ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି ‌।ଖବର ପାଇ ଓଡ଼ଗାଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ବେକରେ ଓଡଣି ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

ବାରଙ୍ଗ,୧୧/୧୧(ଏସଏସନିୟୁଜ)ଗୁରୁବାର ସକାଳୁ ଭଡା ଘରେ ରହୁଥିବା ଜଣେ ଯୁବତୀ ନିଜ ଓଡଣି ଲଗାଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି। ଆତ୍ମହତ୍ୟା କରିଥିବା ଯୁବତୀ ବାଲେଶ୍ୱର ଅଞ୍ଚଳର ସୁଭଦ୍ରା ଜେନା ବୋଲି ଜଣାପଡିଛି।ଯୁବତୀ ଜଣକ ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ମୁଣ୍ଡରେ ଥିବା ମେଡ଼ ପଲ୍ସ ନାମକ ଔଷଧ ଦୋକାନରେ କାର‌୍ୟ୍ୟ କରୁଥିଲା । ସେ ଦୀର୍ଘଦିନ ହେବ ରଘୁନାଥପୁର ଗ୍ରାମରେ ଘରଭଡା ନେଇ ଅନ୍ୟ ଜଣେ ଝିଅ ସହ ଏକାଠି ରହୁଥିଲେ । ଆଜି ସକାଳ […]

କୋର୍ଟଚାଳଣ ହେଲେ ହଡା

ବାରଙ୍ଗ,୧୧/୧୧(ଏସଏସନିୟୁଜ) ଜମି ଜାଲିଆତି କରି ଜମି ବିକ୍ରି କରିବା ଅଭିଯୋଗରେ ଫେରାର ରହିଥିବା ରଘୁନାଥପୁର ଗ୍ରାମର ହେମନ୍ତ ରାଉତ ଓରଫ୍ ହଡାକୁ ନନ୍ଦନକାନନଥାନା ପୋଲିସ ଗିରଫ କରି ଗୁରୁବାରଦିନ କୋର୍ଟଚାଳଣ କରିଛି ।ଗତକିଛିବର୍ଷ ତଳେ ସେ ରଘୁନାଥପୁର ଗ୍ରାମର ମିନାସାହୁ ନାମକ ମହିଳାଙ୍କୁ ରଘୁନାଥପୁର ଜଳି ମୈାଜାରେ୨୫ଡିସିମିଲି ଜାଗାକୁ ବିକ୍ରି କରିଥିଲେ ।କହିଥିବା ଓ ଦେଖାଇଥିବା ଜାଗାର ପ୍ଲଟ ଓ ଖାତା ନମ୍ବର ପରିବର୍ତନ କରି ବିକାଯାଇଥିବାର ମିନା ଜାଣିବାପରେ ଥାନାରେ ଏହି ଘଟଣାର ଭଦ୍ରଲୋକମାନଙ୍କ ଉପସ୍ଥିତିରେ […]

ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ

ଭୁବନେଶ୍ୱର.୧୧/୧୧(ଏସଏସନିୟୁଜ)ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଆଦି ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏଥିରେ ସୁନ୍ଦରଗଡର ୬୭ଟି, କଟକର ୩୦ଟି, […]

ମଦ ପିଇ ଯୁବକଙ୍କୁ ପିଟିଲେ, ଭିଡିଓ ସେୟାର କଲେ

୧-ପାକିସ୍ତାନର ଲଗାତାର ବିଜୟ ଉପ​ରେ ଲାଗିଲା ବ୍ରେକ୍‌, ବିଜୟ ସହ ଫାଇନାଲରେ ଅଷ୍ଟ୍ରେଲିଆ । ୨-ଆଜି ୬ ଘଂଟିଆ ଓଡ଼ିଶା ବନ୍ଦ ପାଇଁ କଂଗ୍ରେସର ଡାକରା: ଜାରି ରହିବ ଅତ୍ୟାବଶ୍ୟକ ସେବା . ୩-ଟ୍ବିନ୍‌ ସିଟି ପରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରେ ସକ୍ରିୟ ହେଲା ଯୁବ ଗ୍ୟାଙ୍ଗ, ମଦ ପିଇ ଯୁବକଙ୍କୁ ପିଟିଲେ, ଭିଡିଓ ସେୟାର କଲେ । ୪- “ଦେଶରେ ଟିକାର କୌଣସି ଅଭାବ ନାହିଁ, ରାଜ୍ୟମାନଙ୍କୁ ଆବଶ୍ୟକମତେ ଟିକା ଯୋଗାଇ ଦିଆଯିବ : କେନ୍ଦ୍ର […]

ଆଜିର ଅନୁଚିନ୍ତା

➡️ ଧାନଗଛ ସିନା ତଳକୁ ନଇଁବ ବାଳୁଙ୍ଗାଟା ସଣ୍ଢା ଟେକିବ, ସୁ ଗାଈ ଛାଟ ଖାଇ କ୍ଷୀର ଦେଵ ଓଲେଇଟା ବାଡ଼ ଭାଙ୍ଗିବ । ➡️ଭୁଲ କଥାକୁ ସମର୍ଥନ କରି ସମସ୍ତଙ୍କର ପ୍ରିୟ ହେବା ଅପେକ୍ଷା , ଠିକ କଥା କହି ସମସ୍ତଙ୍କର ବିରୋଧୀ ହୋଇ ଏକୁଟିଆ ରହିବା ବହୁତ ଭଲ …। ➡️ମଣିଷ ମୁଁହ ଚିହ୍ନିବା ସହଜ କିନ୍ତୁ ମଣିଷ ର ମନ ଆଉ ଉଦ୍ଦେଶ୍ୟ ଚିହ୍ନିବା ଅତି କଷ୍ଟକର । ➡️ଦୁନିଆରେ ସବୁଠାରୁ ଦାମୀ […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ ,ମାସ- କାର୍ତ୍ତିକ,ପକ୍ଷ- ଶୁକ୍ଳ,ଅଁଳା ନବମୀ ଓ ଜଗଧାତ୍ରୀ ପୂଜା,କାର୍ତ୍ତିକ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ,ନକ୍ଷତ୍ର- ଧନିଷ୍ଟାତିଥି- ନବମୀ,ଚନ୍ଦ୍ର ଶୁଦ୍ଧି- ମେଷ ବୃଷ ସିଂହ କନ୍ୟା ତୁଳା ଧନୁ ମକର କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମିଥୁନ ଓ ମୀନ ରାଶି ର ଘାତ ଚନ୍ଦ୍ର,ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ ଭକ୍ଷଣ ନିଷେଧ ।👉🏿ମେଷ: ଆୟଯୋଗ👉🏿ବୃଷ: ଭ୍ରମଣ ଯୋଗ👉🏿ମିଥୁନ: ଅସହାୟ ଯୋଗ👉🏿 କର୍କଟ:ଧନକ୍ଷୟ👉🏿 ସିଂହ: ବନ୍ଧୁ ସହଯୋଗ👉🏿 କନ୍ୟା: […]

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର, ୧୧/୧୧(ଏସଏସନିୟୁଜ)ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଆସନ୍ତା ୬ ଘଣ୍ଟା ଅର୍ଥାତ ବୁଧବାର ରାତିରେ ଏହା ଅବପାତରେ ପରିଣତ ହୋଇ ତାମିଲନାଡ଼ୁ ମୁହାଁ ହେଉଛି । ଆଜି ସନ୍ଧ୍ୟାସୁଦ୍ଧା ଲଘୁଚାପ ଉତ୍ତର ପୁଡ୍ଡୁଚେରୀ ପାଖ ଦେଇ ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ କରାଇକଲ ଏବଂ ଶ୍ରୀହରିକୋଟା ମଧ୍ୟ ଦେଇ ଉପକୂଳ ଅତିକ୍ରମ କରିବ।ଏହାର ପ୍ରଭାଵରେ ଆସନ୍ତା […]

କଲରାପତରିଆ ବାଘଛାଲ ଜବତ: ଦୁଇ ଗିରଫ

ଦେବଗଡ଼, ୧୧/୧୧(ଏସଏସନିୟୁଜ) ଦେବଗଡ଼ବନବିଭାଗ ପଳସମା ଫରେଷ୍ଟ ସେକ୍ସନ ଅଂଚଳରୁ ବାଘଛାଲ ଜବତ କରିବା ସହ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପଳସମା ପଞ୍ଚାୟତ କୁଶଖଳିଆ ଗ୍ରାମର ପ୍ରହଲ୍ଲାଦ ପରିଡ଼ା ଓ ରିଆମାଳ ଥାନା ଅନ୍ତର୍ଗତ ଲୁଲଙ୍ଗ ପଞ୍ଚାୟତ ସିମିଳିହତା ଗ୍ରାମର ପାଣ୍ଡବ ପ୍ରଧାନ ଙ୍କୁ ଗିରଫ କରିଛି ।ବିଶେଷସୁତ୍ରୁ ଖବରପାଇ ବନବିଭାଗ କର୍ମଚାରୀମାନେ ବ୍ରାହ୍ମଣୀପାଲି ଗାଁ ନିକଟ ଜଙ୍ଗଲ ମଧ୍ୟରେ ଚଢଉ କରି ବାଘଛାଲ ବିକ୍ରି ପାଇଁ ମୂଲଚାଲ ଚାଲିଥିବାବେଳେ କଲରାପଡତରିଆ ବାଘ ଛାଲ ଜବତ କରିବା ସହ […]

ଦୁଇ ଠକ ଜମିଦଲାଲ୍ ଗିରଫ

ଭୁବନେଶ୍ବର, ୧୧/୧୧(ଏସଏସନିୟୁଜ)ଦୁଇଜମି ଦଲାଲଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୁଲିସ ।ସେମାନଙ୍କଠାରୁ ଗୋଟିଏ ଏମ୍‌ଜି ହେକ୍ଟର ଗାଡ଼ି ଜବତ କରିଛି।ଏହି ଦୁଇ ଦଲାଲ ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଅହିଆସ ଅଞ୍ଚଳର ଅମିତ ନାୟକ(୩୦) ଓ କଟକ ଗୋବିନ୍ଦପୁର ଅଞ୍ଚଳର ସଞ୍ଜିତ ମହାପାତ୍ର(୩୭) ।ଏମାନେ ୟୁନିଟ୍‌-୯ ଅଞ୍ଚଳରେ ରାଜକୀୟଢଙ୍ଗରେ ରହିାବ ସହ ବଡ ବିଲ୍ଡର ବୋଲି ସାଧାରଣରେ ପରିଚୟ ଦେଉଥିଲେ । ଚିତ୍ରସେନ ଘଡ଼େଇ ନାମକ ଜଣେ ବ୍ୟବସାୟୀଙ୍କୁ ଚକେଇସିଆଣିରେ ଜମି ଦେବାକୁ କହି ୨୦୨୦ ମସିହାରେଜଣେ […]