କୋର୍ଟଚାଳଣ ହେଲେ ହଡା

ବାରଙ୍ଗ,୧୧/୧୧(ଏସଏସନିୟୁଜ) ଜମି ଜାଲିଆତି କରି ଜମି ବିକ୍ରି କରିବା ଅଭିଯୋଗରେ ଫେରାର ରହିଥିବା ରଘୁନାଥପୁର ଗ୍ରାମର ହେମନ୍ତ ରାଉତ ଓରଫ୍ ହଡାକୁ ନନ୍ଦନକାନନଥାନା ପୋଲିସ ଗିରଫ କରି ଗୁରୁବାରଦିନ କୋର୍ଟଚାଳଣ କରିଛି ।ଗତକିଛିବର୍ଷ ତଳେ ସେ ରଘୁନାଥପୁର ଗ୍ରାମର ମିନାସାହୁ ନାମକ ମହିଳାଙ୍କୁ ରଘୁନାଥପୁର ଜଳି ମୈାଜାରେ୨୫ଡିସିମିଲି ଜାଗାକୁ ବିକ୍ରି କରିଥିଲେ ।କହିଥିବା ଓ ଦେଖାଇଥିବା ଜାଗାର ପ୍ଲଟ ଓ ଖାତା ନମ୍ବର ପରିବର୍ତନ କରି ବିକାଯାଇଥିବାର ମିନା ଜାଣିବାପରେ ଥାନାରେ ଏହି ଘଟଣାର ଭଦ୍ରଲୋକମାନଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲା ।କିନ୍ତୁ ସମୟମୁତାବକ ହଡା ନିଷ୍ପତି ହୋଇଥିବା ଟଙ୍କା ଓ କିମ୍ବା ଅନ୍ୟଜାଗା ଦବାରେ ଅସହ ଯୋଗ କରିଥିଲା ।ଯାହାଫଳରେ ଗତଜୁନମାସରେ ପୁଣି ଥରେ ମିନା ନନ୍ଦନକାନନଥାନାର ଦ୍ୱାରସ୍ଥହୋଇଥିଲେ ।ପୋଲିସ ମିନାର ଅଭିଯୋଗକୁ ଭିତିକରି ୬୦/୨୧କେଶନଂରେ ଏକ ମକଦ୍ଦମା ରୁଜୁକରିଥିଲେ ।ଏହାପରେ ହଡା ଫେରାର ହୋଇଯାଇଥିଲା ।ବୁଧବାରରାତିରେ ମିନାର ପୁଅ ବାଙ୍କୀଅଂଚଳରୁ ଫେରୁଥିବାବେଳେ ହଡାକୁ ଦେଖିବାସହ ଥାନା ସହ କଥାହୋଇ ହଡାକୁ ଧରିଥିଲା ।

Comments (0)
Add Comment