Browsing yearly archive

2021

୬ ଜଣ ପ୍ରଶାସନିକ ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର,୨୨/୧୨(ଏସଏସନିୟୁଜ) ବୁଧବାର ରାଜ୍ୟ ସରକାର ୬ ଜଣ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରିଛନ୍ତି । ପିପିଲି ଆଡିସନାଲ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ପିପିଲି ସବରେଜିଷ୍ଟ୍ରାର, ଚାନ୍ଦାବାଲିର ଆଡିସନାଲ ତହସିଲଦାର ପ୍ରଶାନ୍ତ କୁମାର ମହାରାଣାଙ୍କୁ ଭୋଗରାଇର ଆଡିସନାଲ ତହସିଲଦାର, ଭଞ୍ଜନଗର ଆସିଷ୍ଟାଣ୍ଟ କଲେକ୍ଟର ବିକାଶ କୁମାର ଭୋଇଙ୍କୁ ଏଚଆଣ୍ଡ ୟୁଡି ବିଭାଗର ବୈଦେଶିକ ଅଧିକାରୀ , ବିଏମସି ଆସିଷ୍ଟାଣ୍ଟ କମିଶନର ରହିଥିବା ଅଂଶୁମାନ ରଥଙ୍କୁ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ , ବାରିପଦାର ଆଡିସନାଲ ତହସିଲଦାର ସସ୍ମିତାଙ୍କୁ […]

ବିଜୁ ପକ୍କା ଘର ମରାମତି ପାଇଁ ମିଳିବ ୩ ହଜାର ଟଙ୍କା

ଭୁବନେଶ୍ୱର, ୨୧/୧୨(ଏସଏସନିୟୁଜ)ବିଜୁ ପକ୍‌କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩୦୦୦ ଟଙ୍କା ସହାୟତା ଘୋଷଣା କରିଛନ୍ତି ରାଜ୍ୟସରକାର । ସେହିପରି କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦୦୦ ଟଙ୍କା ଲେଖାଏ ସହାୟତା ମଧ୍ୟ ମିଳିବ । ଏହି ଉଭୟ ସହାୟତା ହିତାଧିକାରୀମାନଙ୍କ […]

ଢେଙ୍କାନାଳରୁ ବ୍ରାଉନସୁଗାର ଜବତ

ଢ଼େଙ୍କାନାଳ, ୨୧/୧୨(ଏସଏସନିୟୁଜ) ଢ଼େଙ୍କାନାଳରୁ ୧ କେଜି ୯୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ । ଘାଟିପିରି ଗାଁ ରାସ୍ତା କଡରେ ଡିଲ ବେଳେ ରାକେଶ କୁମାର ସାହୁ ଓ ସନ୍ତୋଷ କୁମାର ସାହୁ ଏସଟିଏଫ ଟିମ୍ ହାତରେ ଧରାପଡିଛନ୍ତି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି ।

ଭୁବନେଶ୍ୱରକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ବର, ୨୧/୧୨(ଏସଏସନିୟୁଜ) ଭୁବନେଶ୍ୱରକୁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍ । ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବମିଖାଲ୍ ଅଞ୍ଚଳର ଜୟଦୁର୍ଗା ନଗରର ପ୍ଲଟ ନମ୍ବର ୧୩୦୩/୧୩୦୪କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ସେହିପରି ଭୁବନେଶ୍ୱର ଭିଏସଏସ ନଗର ଅଞ୍ଚଳରେ ମଧ୍ୟ ଏକାଧିକ ପଜିଟିଭ୍ ଚିହ୍ନଟ ପରେ ୱାର୍ଡ ନମ୍ବର ୧୧କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଓଡ଼ିଶାରେ ଆଜି ପ୍ରଥମ ଥର ପାଇଁ ଓମିକ୍ରନ୍ ଚିହ୍ନଟ ହେବାପରେ […]

ଯୁବକଙ୍କୁ ହତ୍ୟା ପ୍ରତିବାଦରେ ଥାନା ଘେରାଉ

ରାଉରକେଲା, ୨୧/୧୨(ଏସଏସନିୟୁଜ)ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପିଣ୍ଟୁ ଶ୍ରୀବାସ୍ତବ ନାମକ ଯୁବକଙ୍କୁ ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରାଯିବା ଘଟଣାରେ ଉତ୍ୟକ୍ତ ଲୋକମାନେ ଥାନା ଘେରାଉ କରିଛନ୍ତି । ଆଜି ଦିନ ସାଢେ ୧୨ଟାସମୟରେ ପିଣ୍ଟୁ ସାଙ୍ଗମାନଙ୍କ ସହ ସେକ୍ଟର୨୧ର ଓଡ଼ିଶା ବନ ଉନ୍ନୟନ ନିଗମ ଗେଟ ନିକଟରେ ବସିଥିଲେ।ହତ୍ୟାଘଟଣାରେ ସମ୍‌ୃକ୍ତ ଯୁବକ ଓ ତାର ସହଯୋଗୀମାନେ ଆସି ପିଣ୍ଟୁ ସହ ପାଟିତୁଣ୍ଡ,ଠେଲାପେଲା କରିଥିଲେ ।ଏହିସମୟରେ ଏକ ଧାରୁଆ ଛୁରିରେ ପିଣ୍ଟୁକୁ ମରଣାନ୍ତକ ଆକ୍ରମଣ କରି […]

ଦୁଇ ଛାତ୍ରୀଙ୍କୁ ନେଇ ବିବାହିତ ଟିଉସନ୍ ସାର୍ ଫେରାର

ଭୁବନେଶ୍ୱର,୨୧/୧୨(ଏସଏସନିୟୁଜ)ଦୁଇଜଣ ନାବାଳିକା ଛାତ୍ରୀଙ୍କୁ ନେଇ ବିବାହିତ ଟିଉସନ୍ ସାର୍ ଫେରାର ହୋଇଯାଇଥିବାର ବଡଗଡ ଥାନାରେ ଅଭିଯୋଗ ହୋଇଛି ।ଛାତ୍ରୀଙ୍କ ମଧ୍ୟରେ ଜଣେ ଦଶମ ଓ ଅନ୍ୟଜଣେ ଅଷ୍ଟମ ଶ୍ରେଣୀରେ ପାଠପଢୁଥିବାର ଜଣାପଡିଛି । ଟିଉସନ୍ ସାର୍ ଗୋପାଳକୃଷ୍ଣ ବାଡାତିୟ ବଡଗଡ ଅଂଚଳରୁ ଦୁଇଜଣ ନାବାଳିକା ଛାତ୍ରୀଙ୍କୁ ନେଇ ରବିବାରଦିନ ଫୋରର ହୋଇଯାଇଥିବାର ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।ପୋଲିସ ଏକ ଅପହରଣ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବାବେଳେ ନାବାଳିକାଦ୍ୱୟଙ୍କର ପତାପାଇପାରିନାହିଁ ।ଏହି ଘଟଣା ଏବେ ରାଜଧାନୀରେ […]

୫ଦିନ ମା ତାରିଣୀ ଦର୍ଶନ ବନ୍ଦ

ଘଟଗାଁ,୨୧/୧୨(ଏସ ଏସ ନିଉଜ)ବଡ଼ଦିନ ଓ ନୂଆବର୍ଷ ରେ ସମ୍ଭାବ୍ୟ ଭିଡ଼ ଆଶଙ୍କାରେ ଘଟଗାଁ ତାରିଣୀ ମନ୍ଦିରରେ ସାଧାରଣ ଦର୍ଶନରେ କଟକଣା କରାଯାଇଛି।ଡିସେମ୍ବର ୨୫, ୨୬, ୩୧, ଜାନୁଆରୀ ୧ ଓ ୨ତାରିଖ ରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ କରାଯାଇଛି।୫ ଦିନ ଭକ୍ତମାନେ ମା ତାରିଣୀଙ୍କ ଦର୍ଶନରୁ ବଂଚିତ ହେବେ ଓ ମନ୍ଦିର ବନ୍ଦ ରହିବା ନେଇ ଟ୍ରଷ୍ଟ ବୋର୍ଡ ସଭାପତିଙ୍କ ସୂଚନା ଦେଇଛନ୍ତି।

ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ରାୟଗଡ଼ା,୨୧/୧୨(ଏସ ଏସ ନିଉଜ)ଜଣେ ମାନସିକ ବିକାରଗ୍ରସ୍ତ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି।ଟାଉନ ଥାନା ଅଞ୍ଚଳରେ ଏହିଭଳି ଘଟଣା ଘଟିଛି।ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି।

ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ଼

ଭୁବନେଶ୍ୱର,୨୧/୧୨(ଏସ ଏସ ନିଉଜ) ମନ୍ତ୍ରୀ ପ୍ରତାପଜେନାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି।ଅଣ୍ଡାମାଡ଼ ସହ କଳାପତକା ମଧ୍ୟ ଦେଖାଇଛନ୍ତି ବିଜେପି କର୍ମୀ ।କେନ୍ଦ୍ରାପଡ଼ା ଆଳି ବାଳକାଟି ବଜାରରେ ଅଣ୍ଡା ମାଡ଼ କରିଛନ୍ତି ବିଜେପି କର୍ମୀ ।ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ସମାରୋହକୁ ମନ୍ତ୍ରୀ ଯାଉଥି ବେଳେ ଏହି ଘଟଣା ଘଟିଛି ।

ନିୟମିତହେବେ ଡାଟାଏଣ୍ଟ୍ରି ଅପରେଟର

ଭୁବନେଶ୍ୱର,୨୧/୧୨(ଏସ ଏସ ନିଉଜ)ନିୟମିତହେବାକୁ ଯାଉଛନ୍ତି ଆରଟିଓ ରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ।ଆର୍ ଟିଓ ରେ ଠିକାରେ ଥିବା ଏହି ଡାଟା ଏଣ୍ଟ୍ରି ଅପରେଟରମାନେ ନିୟମିତ ହେବାନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଆଉଟ୍ ସୋର୍ସିଂରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ର ୩୫୦ ଜଣ କର୍ମଚାରୀଉପକୃତ ହେବେ ବୋଲି ଜଣାପଡିଛି।