Browsing yearly archive

2021

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ ,ମାସ- ପୌଷ ,ପକ୍ଷ- କୃଷ୍ଣ ,ଶୁକ୍ରବାର ତିଥି- ପଞ୍ଚମୀ ରାତ୍ରି ଘ୦୭-୩୦ମି ଗତେ ଷଷ୍ଠୀ ,ଚନ୍ଦ୍ର ଶୁଦ୍ଧି- ବୃଷ ମିଥୁନ ସିଂହ କନ୍ୟା ତୁଳା ବିଛା କୁମ୍ଭ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ରଶୁଦ୍ଧି ଓ ଘାତଚନ୍ଦ୍ର କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର ,ନିଷିଦ୍ଧ ଖାଦ୍ୟ- ବେଳ ରାତ୍ର ଘ,୦୭-୩୬ମି ଗତେ ନିମ୍ବ ଭକ୍ଷଣ ନିଷେଧ ।ମେଷ:ପଢ଼ା ଲେଖା,ବୃଷ:ଭୃତ୍ୟହାନି,ମିଥୁନ: ସମ୍ମାନିତ, କର୍କଟ: ଅସୁସ୍ଥତା, ସିଂହ:ଉତ୍ସାହିତ, କନ୍ୟା:କାର୍ଯ୍ୟ ରେବାଧା,ତୁଳା:ଦ୍ରବ୍ୟ ଲାଭ, ବିଛା:କାର୍ଯ୍ୟ ସଫଳ,ଧନୁ:ଭ୍ରମଣ […]

ଆଜିର ଅନୁଚିନ୍ତା

🦋ସମସ୍ତଙ୍କର କିଛି ନା କିଛି ସ୍ବପ୍ନ ଥାଏ, କିନ୍ତୁ ପ୍ରକୃତ ସତ୍ୟ ଏହା ଯେ, ଯେତେବେଳେ ସ୍ବପ୍ନ ଭାଙ୍ଗିଯାଏ, ସେତେବେଳେ ବାସ୍ତବତା ସହ ପରିଚୟ ହୁଏ । ଯେତେବେଳେ ଖରାପ ସମୟ ଆମକୁ ନଚାଉଥାଏ, ଆମେ ନିଜର ବୋଲି ଯାହାକୁ କହୁ, ସେହି ଲୋକ ହିଁ ଢୋଲକ ବଜେଇ ମଜା ଲୁଟୁଥାନ୍ତି…ସେତେବେଳେ ଯଦି କେହି ଅନ୍ଧ ଭଳି ସାହା ହେଇଥାଏ, ସେ କେବଳ “ମାଆ” । ସମୟର ସୁଅରେ ସବୁକିଛି ଭାସିଯାଏ ସିନା କିନ୍ତୁ ସ୍ମୃତି ହୋଇ […]

ଓଲ୍ଲିଉଡ୍ ନାଇଟ୍ ୱେଲକମ୍ ୨୦୨ ୨ଉର୍ତ୍କସ ଆୱାର୍ଡ

ଭୁବନେଶ୍ୱର,୨୩/୧୨(ଏସଏସନିୟୁଜ) ରାଜ୍ୟରେ ସିନେମା ଜଗତରେ କାର‌୍ୟ୍ୟ କରୁଥିବା ସମସ୍ତ କଳାକାରଙ୍କ ଉତ୍ସାହ ବୃଦ୍ଧ୍ କରିବା ପାଇଁ ଏସ୍ ଏମ୍ ଏଟଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ଆଜି ସଂଧ୍ୟାରେ ଉତ୍କଳମଣ୍ଡପରେ ଏକ ଭବ୍ୟ ଉତ୍ସବରେ ଓଲ୍ଲିଉଡର ଓଡିଆ ସିନେମାର ବର୍ଷିଆନ କଳାକାର ପ୍ରଦ୍ୱ୍ୟମ୍ନ ଲେଙ୍କାଙ୍କୁ ତାଙ୍କର କଳା କ୍ଷେତ୍ରରେ ଉତ୍ସର୍ଗୀକୃତ ଅବଦାନ ପାଇଁ ଜୀବନବ୍ୟାପୀ ସାଧନା ସମ୍ମାନ (ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ୍ ଆୱାର୍ଡ)ରେ ସମ୍ମାନିତ କରାଯାଇଛି ।ଉତ୍ସବରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ […]

ନୂତନ ବସଷ୍ଟାଣ୍ଡର ହେଲା ଭିତିପ୍ରସ୍ତର ସ୍ଥାପନ

କଟକ,୨୩/୧୨(ଏସଏସନିୟୁଜ)ଆଜି କଟକ ଜିଲ୍ଲା ବାରଙ୍ଗ ବ୍ଲକ ତ୍ରିଶୂଳିଆ ନିକଟସ୍ଥ କୁହ୍ନେଇପଦା ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୫ଘଟିକା ସମୟରେ ଭର୍ଚୁଆଲ ମୋଡରେ ନିର୍ମିତ ହେବାକୁ ଥିବା ବସଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍ତି। ପ୍ରକାଶ ଥାଉକି ରାଜ୍ୟର ୨୨ଟି ଜିଲ୍ଲାରେ ଅର୍ଦ୍ଧ ସହରାଞ୍ଚଳ ଗୁଡିକରେ ୫୫ଗୋଟି ସ୍ଥାନରେ ପରିବହନ ବ୍ୟବସ୍ଥାକୁ ସୁସଂହତ କରିବା ସହିତ ଗ୍ରାମାଞ୍ଚଳ ଅର୍ଥନୀତିକୁ ପରିପୃଷ୍ଟ କରିବା ଲକ୍ଷ ନେଇ ନୂତନ ଭାବରେ ବସଷ୍ଟାଣ୍ଡ ନିର୍ମାଣ କରାଯିବ ବୋଲି ଜଣାଯାଇଛି। ଗମନା ଗମନ […]

ଆଉ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୨୩/୧୨(ଏସଏସନିୟୁଜ)ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ ନିକଟରେ ଗୋଟିଏ ଦିନରେ ୬୧୩୧ ଜଣ ଶିକ୍ଷକକୁ ନିଯୁକ୍ତି ଦିଆଯାଇଥିଲା । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୪୬୧୯ ଜଣ ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦବୀ ପୂରଣ […]

ରାଜ୍ୟରେ ପୁଣି ୨ ଓମିକ୍ରନ ଆକ୍ରାନ୍ତ

ଭୁବନେଶ୍ୱର,୨୩/୧୨(ଏସଏସନିୟୁଜ) ଆଜି ଓଡ଼ିଶାରୁ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ହୋଇଥିବା ୨ ଜଣ ନାବାଳିକାଙ୍କ ମଧ୍ୟରୁ ଜଣଙ୍କ ବୟସ ୧୧ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୧୫ ବର୍ଷ । ଉଭୟ ଭୁବେନଶ୍ୱରର ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ।୧୩ ତାରିଖରେ ବାପାମାଆଙ୍କ ସହ ୨ ଝିଅ ନାଇଜେରିଆରୁ ଫେରିଥିଲେ । ବାପା,ମାଆ ଓ ଡ୍ରାଇଭରଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ୨ ଝିଅଙ୍କ ନମୂନା […]

ପଲସ୍‌ରକୁ ପିଟିଲା ଟ୍ରକ୍: ଜଣେ ମୃତ, ୨ଗୁରୁତର

ନରସିଂହପୁର,୨୨/୧୨(ଡିଏନଏ)ବଡମ୍ବାଥାନା ଅର୍ନ୍ତଗତ ରତାପଟ-ବେଲ୍ଲୀଆପାଳ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।ଗୁରୁତର ଆହତ ହୋଇଥିବା ଦୁଇଜଣଙ୍କୁ ଚିକିସ୍‌ାପାଇଁ ବଡମ୍ବା ଡାକ୍ତରଖାନାକୁ ପଠାଇଯାଇଛି ।ନରସିଂହପୁର ରଜକସାହିର ଶିବୁସେଠୀ,ଆଠମଲ୍ଲି ଦୋଳମୁଣ୍ଡାଇ ଅଂଚଳର ମୁନାସେଠୀ ଏକ ପଲସରରେ ବଡମ୍ବାରୁ ନରସିଂହପୁରକୁ ଆସୁଥିବାବେଳେ ରତାପାଟ ପାଖରେ ଏକ ଟ୍ରକ ସହ ଧକ୍କା ହୋଇଥିଲା ।ଫଳରେ ଘଟଣାସ୍ଥଳରେ ଫଳରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବଡମ୍ବା ମେଡ଼ିକାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ନୟାଗଡ଼ ଜିଲ୍ଲା […]

ବନ୍ଧା ହେଲେ ରସିକିଆ ଟ୍ୟୁସନ ମାଷ୍ଟର

ଭୁବନେଶ୍ୱର, ୨୨/୧୨(ଡିଏନଏ)ଶେଷରେ ବନ୍ଧା ହୋଇଛନ୍ତି ରସିକିଆ ଟ୍ୟୁସନ ମାଷ୍ଟର ଗୋପାଳକୃଷ୍ଣ ।ଗତ ରବିବାରଦିନ ଦୁଇନାବାଳିକା ଛାତ୍ରୀଙ୍କୁ ନେଇ ପଳାଇଥିଲେ । ସମ୍ବଲପୁରରୁ ଟ୍ୟୁସନ ଶିକ୍ଷକ ଗୋପାଳକୃଷ୍ଣଙ୍କୁ ଗିରଫ କରିଛି ବଡଗଡ଼ ପୋଲିସ ।ଏହାସହ ଅପହରଣ ହୋଇଥିବା ଦୁଇ ଛାତ୍ରୀଙ୍କୁ ମଧ୍ୟ ଉଦ୍ଧାର କରିଛି ପୋଲିସ ।ଅପହରଣ କରିଥିବା ଦୁଇଛାତ୍ରୀଙ୍କ ବୟସ ୧୪ ଏବଂ ୧୨ ବର୍ଷ ।

ମେଣ୍ଢାଶାଳଫାଣ୍ଡିରେ ନୁଆ ଅଧିକାରୀ

ମେଣ୍ଢାଶାଳ,୨୨/୧୨(ଡିଏନଏ)ମେଣ୍ଢାଶାଳଫାଣ୍ଡି ରେ ନୁଆ ଅଧିକାରୀଭାବେ ଏସଆଇ ମାନସ କୁମାର ସାହୁ ବୁଧବାର ଦିନ ଯୋଗଦାନ କରିଛନ୍ତି ।ଅକ୍ଟୋବରମାସପହିଲାରେ ଏହି ଫାଣ୍ଡିର ଦାୟିତ୍ୱ ଗ୍ରହଣ କରିଥିବା ଏସଆଇ ମାନଗୋବିନ୍ଦ ନାୟକଙ୍କୁ ଚନ୍ଦକା ଥାନାକୁ ବଦଳିକରାଯାଇଛି ।ନୁଆକରି ଯୋଗଦେଇଥିବା ଫାଣ୍ଡିଅଧିକାରୀ ରାୟଗଡାଥାନାରୁ ଏଠାକୁ ବଦଳି ହୋଇଥିବାର ଜଣାପଡିଛି । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଚେତାବନୀଦେଲେ ଗ୍ରାମବାସୀ

ଗଞ୍ଜାମ,୨୨/୧୨(ଏସଏସନିୟୁଜ)ଆଉ ଦିନ କେଇଟା ପରେ ହେବ ପଂଚାୟତ ନିର୍ବାଚନ ।:ଏହାଭିତରେ ବିଭିର୍ଣ ସମସ୍ୟା କୁ ନେଇ ରାସ୍ତାକୁ ଆସିଛନ୍ତି ମହିଳା । ପାଣିପାଇଁ ରାସ୍ତାରେ ବସିଛନ୍ତି ମହିଳା ।ପାଣି ସମସ୍ୟା ଦୁର ନକଲେ ଭୋଟ ବର୍ଜନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ଆସିକା ଚିନିଶିଳ୍ପ ନୂଆଗାଁର ବାସିନ୍ଦା ।ଏହାସହ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଉପୁଜୁଥିବା ସମସ୍ୟାକୁ ଉଠାଇଛନ୍ତି ମହିଳା ।ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ନଦେଲେ ଆଗାମି ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ […]