Browsing yearly archive

2021

କ୍ରିକେଟକୁ ଅଲବିଦା କହିଲେ ହରଭଜନ ସିଂ

ଭୁବନେଶ୍ୱର,୨୪/୧୨(ଏସଏସନିୟୁଜ) କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ୪୧ ବର୍ଷୀୟ ଭାରତର ଷ୍ଟାର ସ୍ପିନର ହରଭଜନ ସିଂହ । ୧୭ବର୍ଷ ବୟସରେ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିବା ହରଭଜନ ୧୯୯୮ରେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ମୁଁ ଆଜି ଏହି ଖେଳରୁ ବିଦାୟ ନେଉଛି ଯାହା ମୋତେ ଜୀବନରେ ସବୁକିଛି ଦେଇଛି । ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି ଟ୍ୱିଟ୍ରେ କରିଲେଖିବାସହ ନିଜର ଅବସର ଘୋଷଣା କରିଛନ୍ତି ।ତେବେ ରାଜନିତୀରେ ଯୋଗଦେବେ ବୋଲି ଶୁଣିବାକୁ […]

ବଡ଼ଦିନ ଓ ନୂଆବର୍ଷ ପାଇଁ ଆସିଲା ଗାଇଡ଼ଲାଇନ

ଭୁବନେଶ୍ୱର,୨୪/୧୨(ଏସଏସନିୟୁଜ) ଓମିକ୍ରନ୍ ପାଇଁ କଟକଣା ଲଗାଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।ଏହି କଟକଣା ଅନୁଯାୟୀ ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ଯାଏ ଜନସମାବେଶ, ରାଲି, ସାଂସ୍କୃତିକ କାର‌୍ୟ୍ୟକ୍ରମ ବାରଣ କରାଯାଇଛି ।ଏହାସହ ଖ୍ରୀଷ୍ଟମାସ ଉତ୍ସବ ପାଳନରେ ଚର୍ଚ୍ଚରେ ସର୍ବାଧିକ ୫୦ ଜଣ ସାମିଲ୍ ହୋଇପାରିବେ ବୋଲି କୁହାଯାଇଛି। ଜିରୋ ନାଇଟ୍ ସେଲିବ୍ରେସନ୍, ହୋଟେଲରେ ନୂଆ ବର୍ଷ ,କ୍ଲବ, ରେଷ୍ଟୁରାଣ୍ଟ, ପାର୍କ୍ସ, କନଭେନସନ୍ ହଲ, କଲ୍ୟାଣ ମଣ୍ଡପରେ ମଧ୍ୟ ଜିରୋ ନାଇଟ୍ ପାଳନ ଉପରେ ରୋକ୍ ଲଗାଯାଇଛି […]

ମାଣିକେଶ୍ବରୀ ପୀଠର ବିକାଶକାମର ଶିଳାନ୍ୟାସ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪/୧୨(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି । ଏଥିରେ ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମା ମାଣିକେଶ୍ବରୀଙ୍କୁ ଲକ୍ଷ ଲକ୍ଷ ଲୋକଙ୍କର ଆସ୍ଥା ଓ ବିଶ୍ବାସର ପ୍ରତୀକ ଭାବରେ ବର୍ଣ୍ଣନା କରିବା ସହିତ ଏହି ଉଦ୍ୟମ ଦ୍ବାରା ମାଙ୍କ ପୀଠର ମହିମା ଆହୁରି ବୃଦ୍ଧି କରିବା ସହ ପର‌୍ୟ୍ୟଟନର ମଧ୍ୟ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । […]

ପଥପାର୍ଶ୍ବ ବିକ୍ରେତାମାନଙ୍କୁ ସାହାଯ୍ୟର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪/୧୨(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ବ ବିକ୍ରେତାଙ୍କୁ ତୃତୀୟ ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୦ ଓ ଜୁନ୍ ୨୦୨୧ରେ ୩୦୦୦ ଟଙ୍କା ଲେଖାଏ ସହାୟତି ଦିଆଯାଇଥିଲା । ଏହାସହିତ ସେମାନଙ୍କ ବଜାର ସୁବିଧା ପାଇଁ ୮୭ଟି ସହରାଞ୍ଚଳରେ ଭେଣ୍ଡିଂ ଜୋନ୍ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ […]

ପରଲୋକରେ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ

ଭୁବନେଶ୍ୱର, ୨୪/୧୨(ଏସଏସନିୟୁଜ)ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ଶୁକ୍ରବାରସକାଳ ୯ଟା ୩୦ ରେ ଭୁବନେଶ୍ୱରରେ ପରଲୋକ ହୋଇଛି । ସେ ଗଞ୍ଜାମ କୋଦଳା ନିର୍ବାଚନ ମଣ୍ଡଳୀରୁ ୪ଥର ନିର୍ବାଚିତ ହୋଇ ଏକାଧିକ ବିଭାଗର ମନ୍ତ୍ରୀ ଭାବରେ ସେ ଦାୟିତ୍ୱ ତୁଲାଇଥିଲେ । ଗଞ୍ଜାମ ଜିଲ୍ଲାର ସବୁଠାରୁ ପୁରୁଖା ରାଜନେତା ଭାବରେ ପରିଚିତ ଥିଲେ ରାମକୃଷ୍ଣପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ପଟ୍ଟନାୟକ ଜଣେ […]

ରାସ୍ତାପ୍ରଶସ୍ତିକରଣ ନାଁରେ ଚାଲିଛି ଗଛକଟା

ବାରଙ୍ଗ,୨୪/୧୨(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ଦାଢ଼ା ପଞ୍ଚାୟତର ପଦାସାହି ଗ୍ରାମ ଠାରୁ ଝିଙ୍କରଡ଼ିହ ଗ୍ରାମ ପର୍ଯ୍ୟନ୍ତ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହୋଇଛି।ପଦାସାହି ନିକଟ ଦୟା ଦକ୍ଷିଣ ଶାଖା କେନାଲ ବନ୍ଧ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଛୋଟ ବଡ଼ ମୂଲ୍ୟବାନ ଗଛ ରହିଛି।ବର୍ତ୍ତମାନ ଏହି କେନାଲ ବନ୍ଧରାସ୍ତା ପ୍ରଶସ୍ତିକରଣ ନାଁରେ ଏସବୁ ମୂଲ୍ୟବାନ ଗଛ ସବୁ କଟାଯାଉଛି।ଗୋଟିଏ ପଟେ ବନବିଭାଗ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରି କୃତ୍ରିମ ଜଙ୍ଗଲ ସୃଷ୍ଟି […]

ଡିସେମ୍ବର ୩୧ ଓ ନୂଆବର୍ଷରେ ବଣଭୋଜି ବନ୍ଦ

ବାରଙ୍ଗ,୨୩/୧୨(ଏସ ଏସ ନିଉଜ) ପୁରୁଣା ବର୍ଷ ବିଦାୟ ଦେଇ ଆଉ ଦିନ କେଇଟା ପରେ ନୂଆବର୍ଷ ପାଦ ଥାପିବ। କୋଭିଡ କଟକଣାରେ ପର୍ଯ୍ୟଟକଙ୍କ ସମାଗମକୁ ନେଇ ନୂତନ ପ୍ରସ୍ତୁତି ଆରମ୍ଭ କରିଛି ନନ୍ଦନକାନନ। ଶୀତ ଚାରିମାସକୁ ପର୍ଯ୍ୟଟନ ଋତୁବୋଲି କୁହାଯାଏ।ଏହି ମାସରେ ବହୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି।ଯାହା ବର୍ଷର ଅନ୍ୟଦିନ ଗୁଡିକଠାରୁ ଅଧିକ।ନନ୍ଦନକାନନ ପ୍ରାଣୀଉଦ୍ୟାନରେ ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କୁ ଦେଖିବା ସହ ବାଘ,ଭାଲୁ,ସିଂହ, ତୃଣଭୋଜି ସଫାରୀ, ବ୍ୟାଟେରି ଚାଳିତ ଗାଡି,ବୋଟିଂର ମଜା ଉଠାଇବା ସହିତ କାଞିଆ […]

ଚାଲିଗଲା ଗୁରାଣ୍ଡି ଜୀବନ

ବାରଙ୍ଗ,୨୩/୧୨(ଏସ ଏସ ନିଉଜ)ପ୍ରାଣୀଉଦ୍ୟାନନନ୍ଦନକାନନ ର ୩୭ନମ୍ବର (ଗ) ଏନକ୍ଲୋଜରରେ ରହୁଥିବା ୧୦ବର୍ଷର ମାଈ ଗୁରାଣ୍ଡି(ମାଉସ ଡିଅର) ଗୁରୁବାର ବଢିଭୋରୁ ଇଂକ୍ଲୋଜରରେ ମରିପଡିଥିବା ଦେଖିବାକୁ ମିଳିଥିଲା।ମାଈ ଗୁରାଣ୍ଡି କିଛିଦିନ ହେବ ଫୁସଫୁସ ରୋଗରେ ପିଡୀତ ଥିଲା।ନନ୍ଦନକାନନ ପ୍ରାଣୀଉଦ୍ୟାନର ବନ୍ୟପ୍ରାଣୀ ଚଚିକିତ୍ସକଙ୍କ ଦ୍ବାରା ଚିକିତ୍ସା ଜାରିରହିଥିଲା।ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ କର୍ତ୍ତୁପକ୍ଷ ମୃତ ଗୁରାଣ୍ଡିଟିର ଶବବ୍ୟବଛେଦ କରିଛନ୍ତି।ଏହି ଗୁରାଣ୍ଡିଟି ପ୍ରାଣୀଉଦ୍ୟାନରେ ଆଠଥର ମାଆ ହୋଇଛି।ଏହାର ମୃତ୍ୟୁ ପରେ ସେମାନଙ୍କ ସଂଖ୍ୟା ୨୬କୁ ହ୍ରାସପାଇଛି।।

ବସଷ୍ଟାଣ୍ଡ ରୁ ମହିଳା ପର୍ଯ୍ୟଟକ ନିଖୋଜ

ବାରଙ୍ଗ,୨୩/୧୨(ଏସ ଏସ ନିଉଜ) ନନ୍ଦନକାନନ ବସଷ୍ଟାଣ୍ଡରୁ ଗୁରୁବାର ଅପରାହ୍ନ ୪ଟା୪୫ମିନିଟ ସମୟରେ ଜଣେ ମହିଳା ପର୍ଯ୍ୟଟକ ନିଖୋଜ ହୋଇଥିବା ଘଟଣାକୁ ନେଇ ସ୍ବାମୀ ସୁରାଜ ଶାଲ ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି।ନିଖୋଜ ମହିଳା ଜଣକ ଝାଡଖଣ୍ଡ ଧନବାଦର ଜ୍ୟୋତି ଦେବୀ(୨୫)।ସେ ତାଙ୍କ ସ୍ବାମୀ ଓ ୪ବର୍ଷର ପୁଅ ସହ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବୁଲିବାକୁ ଆସିଥିଲେ।ନନ୍ଦନକାନନକ ବୁଲିସାରି ବସଷ୍ଟାଣ୍ଡକୁ ଫେରୁଥିବାବେଳେ ଜ୍ୟୋତି ବସଷ୍ଟାଣ୍ଡରୁ ନିଖୋଜ ହୋଇଥିଲେ।ସୁରଜ ଚାରିଆଡେ ଖୋଜାଖୋଜି କରିବା ପରେ ସ୍ତ୍ରୀକୁ ନପାଇ ସନ୍ଧ୍ୟାରେ ନନ୍ଦନକାନନ ଥାନାରେ […]

ଚୀନରେ ପୁଣି ଥରେ ଲକଡାଉନ୍

୧. ତୀବ୍ର ହେଉଛି ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ସ୍ବର: ୧୯୯୭ରୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ୮୫ ଗ୍ରାମବାସୀ । ୨. ଆସନ୍ତାକାଲି ମଧ୍ୟ ଜାରି ରହିବ ଶୀତର ପ୍ରକୋପ, ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ । ଏହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ସୁନ୍ଦରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର ଏବଂ ନୂଆପଡା ଜିଲ୍ଲା । ୩. ହରିଦ୍ଵାରରେ ଡିସେମ୍ବର ୧୭ରୁ ୧୯ ମଧ୍ୟରେ ଚାଲିଥିବା ଧର୍ମ ସଂସଦରେ ସଂଖ୍ୟା ଲଘୁ ସମ୍ପଦାୟ ବିରୋଧରେ ଘୃଣା ଓ ଉତ୍ତେଜନା […]