Browsing yearly archive

2021

ସ୍ୱାଭିମାନ ଅଞ୍ଚଳରେ ଜିଲ୍ଲାପାଳ

ମାଲକାନଗିରି,୧୫/୭(ଏସଏସନିୟୁଜ)ମାଲକାନଗିରି ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳର ଯୋଡାମ୍ ଓ ପଣସପୁଟରେ ମାଲକାନଗିରି ନୂତନ ଜିଲ୍ଲାପାଳ ବିଶାଲ ସିଂ ପହଞ୍ଚି ଉନ୍ନୟନ କାର‌୍ୟ୍ୟର ସମୀକ୍ଷା କରିଛନ୍ତି। ଆରକ୍ଷୀ ଅଧିକ୍ଷକ ମଧ୍ୟ ସ୍ବାଭିମାନ ଅଞ୍ଚଳରେ ପହଞ୍ଚିଥିଲେ। ରାଜ୍ୟ ସରକାର ଙ୍କର ସେତୁ ଯୋଜନାରେ କୃଷି, ପାନୀୟ ଜଳ, ଜଳ ସେଚନ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ସ୍ବାଭିମାନ ଅଞ୍ଚଳର ଆଦିବାସୀଙ୍କ ନିକଟରେ କିପରି ପହଞ୍ଚି ପାରିବ, ସେଥପାଇଁ ପ୍ରଶାସନ […]

ଆଜିର ଅନୁଚିନ୍ତା

?ଶ୍ରଦ୍ଧାରୁ >> ଜ୍ଞାନ ନମ୍ରତାରୁ >>ମାନ” ଆଉ “ନିଜ ଯୋଗ୍ୟତାରୁ >ମିଳେ ସ୍ଥାନ, ହେଲେ ଯେତେବେଳେ ଏଇ ତିନୋଟିଯାକ ମିଶିଯାଏ ସେତେବେଳେ ଯାଇ ମିଳେ ମଣିଷକୁ ସମ୍ମାନ । ?ଆବଶ୍ୟକ ପୁରଣ ହେଇଗଲେ ମଣିଷର ବ୍ୟବହାର ଆଉ ତାସହ କଥା ହେବା ଶୈଳୀ ମଧ୍ୟ ବଦଳି ଯାଇଥାଏ । ?ସୁନ୍ଦରତାକୁ ସଜାଡିବା ଅପେକ୍ଷା ନିଜର ସଂସ୍କାରକୁ ସଜାଡ଼ି ଦିଅନ୍ତୁ – କାହିଁକିନା ସୁନ୍ଦରତା ଚାଲି ଯାଇଥାଏ ହେଲେ ମଣିଷର ସଂସ୍କାର ମରିବା ପର୍ଯ୍ୟନ୍ତ ରହିଥାଏ । ?ଆପଣ […]

ଋଣ ଶୁଝିଲେ ଡାକ୍ତର

୧– କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୧୧ % ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର, ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ସଂସଦର ୨-ଆଜି ୬ ଘଣ୍ଟିଆ ଓଡିଶା ବନ୍ଦ, ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଳାଇବେ ବାମପନ୍ଥୀ ଦଳ । ୩– କୋଭିଡ-୧୯ ଟିକାକରଣ ଅଭିଯାନ : ଟିକା ନେଲେଣି ୩୯ କୋଟିରୁ ଅଧିକ ୪– କଟକ ଆଚାର୍ଯ୍ୟ ହରିହର […]

ଆଜିର ରାଶିଫଳ

ଜୁଲାଇ ମାସ ୧୫ ତାରିଖ ୨୦୨୧ ମସିହା(ଗୁରୁବାର),ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ପଞ୍ଚମୀ.ନକ୍ଷତ୍ର- ଉତ୍ତରା,ବୃଷ ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,,ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନିମ୍ବ ଭକ୍ଷଣ ନିଷେଧ । ମେଷ–ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାବବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣି ଅଶାନ୍ତି ଅନୁଭବ କରିବେ। ବୃଷ-ଆଜି ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ […]

୨୦୩୦ ସୁଦ୍ଧା ଓଡିଶାକୁ ଦେଶର ଇସ୍ପାତ ହବ୍ କରାଯିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର.୧୪/୭(ଏସଏସନିୟୁଜ)୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍‌ରେ ପହଞ୍ଚିବ। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି, ଯାହାଦ୍ବାରା କି ରାଜ୍ୟରେ ପୁଞ୍ଜି ବିନିଯୋଗ ବଢିଛି । କୋଭିଡ ସତ୍ତ୍ବେ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷକୁ ବୃଦ୍ଧି ପାଇଛି । ନିକଟରେ ରାଜ୍ୟ ସରକାର ଓଡିଶାରେ ୧ ଲକ୍ଷ ୪୭ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି । ଏଥିରେ ମୁଖ୍ୟତଃ ଇସ୍ପାତ ଶିଳ୍ପ […]

ସିଲ୍ ହେଲା ଗଙ୍ଗା ଲଜ୍

ପୁରୀ,୧୪/୭(ଏସଏସନିୟୁଜ) ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଗତବର୍ଷ ଭଳି ଏଥର କରୋନା ପାଇଁ କଟକଣା ମଧ୍ୟରେ ହୋଇଛି ।ରଥଯାତ୍ରା ସମୟରେ ବାହାର ଲୋକଙ୍କୁ ପୁରୀ ମନା ହୋଇଥିବାବେଳେ ରଥଯାତ୍ରା ସମୟରେ ବାଲକୋନି ଓ ଛାତଉପରକୁ ଯାଇ ଦର୍ଶନ କରିବାରେ ଜିଲ୍ଲାପ୍ରସାଶନ କଟକଣା ମଧ୍ୟ ଲଗାଇଥିଲା ।କିନ୍ତୁ ବାରଣ ସତ୍ୱେ ଗଙ୍ଗା ଲଜ ଛାତ ଉପରୁ ରଥ ଦର୍ଶନ କରିଥିବା ଅଭିଯୋଗ ହୋଇଛି ।ଜିଲ୍ଲାପ୍ରଶାସନ ଦୃଢ଼ ପଦକ୍ଷେପ ସ୍ୱରୁପ ବଡ଼ଦାଣ୍ଡର ବଳଗଣ୍ଡି ଛକରେ ଥିବା ଗଙ୍ଗା ଲଜ ସିଲ୍ କରିଥିବାର […]

କଡାକଡି ପାଳନ ହେବ କୋଭିଡ୍ ଗାଇଡଲାଇନ

ଭୁବନେଶ୍ୱର,୧୪/୭(ଏସଏସନିୟୁଜ) କୋଭିଡ୍ ଗାଇଡଲାଇନ କଡାକଡି ଭାବେ ପାଳନ କରିବାକୁ କେନ୍ଦ୍ରରୁ ଆସିଲା କଡ଼ା ନିର୍ଦେଶ । କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସବୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । କୋଭିଡ୍ କଟକଣା କଡ଼ାକଡ଼ି କରିବା ପାଇଁ ଚିଠିରେ ପରାମର୍ଶ ଦିଆଯାଇଛି । ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ସପିଂ ମଲ୍, ହାଟ, ବଜାର, ମାର୍କେଟ କମ୍ପ୍ଲେକ୍ସ ପ୍ରତି ନଜର ରଖିବାକୁ ଚିଠିରେ ନିର୍ଦ୍ଦେଶମଧ୍ୟ ଦିଆଯାଇଛି । ଭିଡ଼ ନିୟନ୍ତ୍ରଣରେ ବିଫଳ ହେଲେ ସଂପୃକ୍ତ […]

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର

ଭୁବନେଶ୍ୱର,୧୪/୭(ଏସଏସନିୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ସରକାର ବୃଦ୍ଧି କରିଥିବାନେଇ ନିଷ୍ପତ୍ତି ହୋଇଛି। ଏହି ମହଙ୍ଗା ଭତ୍ତା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଜୁଲାଇ ୧ ତାରିଖରୁ ଲାଗୁ ହେବା ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ମହାଙ୍ଗା ଭତ୍ତା ୧୭ ରୁ ୨୮ ପ୍ରତିଶତକୁ ବୃଦ୍ଧି କରିଛନ୍ତି ସରକାର ।ତେବେ କୋଭିଡ ପାଇଁ କେନ୍ଦ୍ର ସରକାର ପକ୍ଷରୁ ଜାନୁୟାରୀ ୧ ତାରିଖ ୨୦୨୦ ମସିହାରୁ ମହଙ୍ଗା […]

ଯୁବତୀଙ୍କ ଘର ଆଗରେ ବୋମାମାଡ

କଣ୍ଟାପଡା, ୧୪/୭ (ଏସଏସନିୟୁଜ)ଏକତରଫା ପ୍ରେମ କରି ନିରାଶ ହେବାପରେ ପ୍ରେମିକାଙ୍କ ଅନ୍ୟତ୍ର ବିବାହ ହେବା ଜାଣି ତାଙ୍କ ଘରଆଗରେ ବିଫଳ ପ୍ରେମିକ ବୋମାମାଡ କରିଥିବାର ଗୋବିନ୍ଦପୁର ଥାନାରେ କମଳା ପାତ୍ର ନାମକ ମହିଳା ଅଭିଯୋଗ କରିଛନ୍ତି ।ଘଟଣାଟି କଣ୍ଟାପଡା ବ୍ରାହ୍ମଣବାଟୀ ଗ୍ରାମରେ ହୋଇଛି । କମଳା ପାତ୍ରଙ୍କ ଅଭିଯୋଗ ମୁତାବକ ଏହି ଗ୍ରାମର ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା । ନାତୁଣୀର ଅନ୍ୟତ୍ର ବାହାଘର ହୋଇଯିବାରୁ ଉକ୍ତ ଯୁବକଜଣଙ୍କ ତା ସହଯୋଗୀଙ୍କୁ ସାଙ୍ଗରେ ଆଣି ରାଗରେ […]

ଖୁବଶୀଘ୍ର ହେବ ପଞ୍ଚାୟତ ନିର୍ବାଚନ

ଭୁୁବନେଶ୍ୱର,୧୪/୭(ଏସଏସନିୟୁଜ)ରାଜ୍ୟରେ ୨୦୧୭ ମସିହା ଫେବୃଆରୀରେ ହୋଇଥିବା ପଞ୍ଚାୟତ ନିର୍ବାଚନର କାର୍ଯ୍ୟାକାଳ ସରିବାର ସମୟ ପାଖେଇ ଆସୁଛି । ପଞ୍ଚାୟତ ନିର୍ବାଚନ ଖୁବଶିଘ କରିବାକୁ ଉଦ୍ୟମ ଓ ପ୍ରକିୟା ଆରମ୍ଭ କରିଛନ୍ତି ରାଜ୍ୟସରକାର ।ଖୁବଶିଘ୍ର ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ଆଗାମୀ ୬ ମାସ ମଧ୍ୟରେ କରାଇବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିବାର ଜଣାପଡିଛି ।