Browsing yearly archive

2021

ଅବକାରୀ ଧରପଗଡ଼ ବେଳେ ଉତେଜନା

ବ୍ରହ୍ମପୁର,୧୪/୭(ଏସଏସନିୟୁଜ) ଗଞ୍ଜେଇ ଧିରିବାକୁ ଯାଇ ଅବକାରୀ ଗୁଇନ୍ଦା ବିଭାଗର କର୍ମଚାରୀ ମାନେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଅଟକାଇ ମାଡ଼ ମାରିବା ସହ ଗାଡ଼ିର ଗ୍ଲାସ ଭାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି । ଗାଡି ଚାଳକକୁ ମାଡ଼ ମାରିବା ସହ ଗାଡିରେ ଥିବା ମହିଳା ଓ ତାଙ୍କ ଛୋଟ ପିଲା ସାମାନ୍ୟ ଆଘାତ ହୋଇଛନ୍ତି । ଫାଷ୍ଟ ଗେଟ୍ ନିକଟରେ ଏହି ଘଟଣା ଘଟିଥିବାବେଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଉତେଜନା ଯୋଗୁ ବ୍ରହ୍ମପୁର ଦିଗପହଣ୍ଡି […]

ବାହାରିଲା ଆଡପ ଅବଢ଼ା

ପୁରୀ,୧୪/୭(ଏସଏସନିୟୁଜ) ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତି । ଜନ୍ମବେଦୀରେ ବିଜେକରିଛନ୍ତି ଶ୍ରୀଜୀଉ । ଚଳଚଂଚଳ ହୋଇଉଠିଛି ଗୁଣ୍ଡିଚା ମନ୍ଦିର ।ଚାଲିଛି ମହାପ୍ରଭୂଙ୍କ ନିତିକାନ୍ତି । ଆଜି ଠାରୁ ଗୁଣ୍ଡିଚା ମନ୍ଦିରରୁ ବାହାରିଛି ଆଡପ ଅବଢା । ଭିନ୍ନସ୍ୱାଦର ଏହି ଅବଢା କୁ ପାଇବାପାଇଁ ଭକ୍ତମାନେ ଆଗଭର ହୋଇଥାନ୍ତି ।

କେଶୁରା ଅଂଚଳରୁ ୫୫୦ ଗ୍ରାମ ବ୍ରାଉନ ସୁଗାର ଜବତ ୨ ଗିରଫ

ଭୁବନେଶ୍ୱର,୧୪/୭(ଏସଏସନିୟୁଜ) ସହିଦନଗର ଥାନା କେଶୁରା ଅଂଚଳର ଜଣଙ୍କ ଘର ଭିତରୁ ୫୫୦ଗ୍ରାମର ବ୍ରାଉନସୁଗାରକୁ କ୍ୱିକ ଆକ୍ସନ ଟିମ୍ ଓ ସହିଦ ନଗର ପୋଲିସ ମିଳିତ ଭାବେ ଏହି ଚଢ଼ାଉ କରି ଜଣେ ମହିଳାଙ୍କ ସହ ଦୁଇଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି ।ଏହାସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । ଉକ୍ତ ଘରୁ ଏକ କାର ଏବଂ ଦୁଇଟି ବାଇକ ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୫ଲକ୍ଷ […]

ଫେରିଲେ ପହଂଚିଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର,୧୪/୭(ଏସଏସନିୟୁଜ) ପୁର୍ବତନକେନ୍ଦ୍ରମନ୍ତ୍ରୀ ପ୍ରତୀପ ଷଡଙ୍ଗୀ ମନ୍ତ୍ରୀପଦରୁ ଅବ୍ୟାହତି ପରେ ଦିଲ୍ଲୀରୁ ଓଡିଶା ଫେରିଛନ୍ତି ।ହାତଗଣତି ଦଳୀୟ କର୍ମୀ ତାଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରି ଆଣିଥିଲେ । ମନ୍ତ୍ରୀପଦ ପାଇଁ ଆଶାୟୀ ନଥିବାରୁ ଏବେ ନିଜ ନିର୍ବାଚନ କ୍ଷେତ୍ରକୁ ଅଧିକ ସମୟ ଦେଇପାରିବେ ବୋଲି କହିଛନ୍ତି ।ଅନ୍ୟପଟେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭ ଲୋକକଲ୍ୟାଣ ମାର୍ଗରେ ଥିବା ବାସଭବନରେ ପ୍ରଥମ କ୍ୟାବିନେଟ ବୈଠକ ବସିଛି ।

ଆଜିର ଅନୁଚିନ୍ତା

➡️ଖାଦ୍ୟକୁ ସ୍ବର୍ଗକୁ ପଠେଇବାର ସୁବିଧା ନାହିଁ,ବାପା ମାଆ ବଞ୍ଚି ଥାଉ ଥାଉ ଯାହା ଭଲରେ ମୁଠେ ଖାଇବାକୁ ଦିଅ, ମରିଗଲା ପରେ ଖିରି, ପୁରି ଓ ସୁସ୍ବାଦୁ ଖାଦ୍ୟ ଦେଇ ଭୋଜି ଭାତ କରିବା ବେକାର । ➡️ସିଂହ ଆଗକୁ ଡେଇଁବା ପାଇଁ ଗୋଟିଏ ପାଦ ପଛକୁ ଯାଏ, ତେଣୁ ଯଦି ଜୀବନ ତୁମକୁ ପଛକୁ ଠେଲିଦିଏ ତେବେ ଭୟଭୀତ ହୁଅ ନାହିଁ, କାରଣ ଜୀବନ ତୁମକୁ ଆଗକୁ ଡେଇଁବାକୁ ପ୍ରସ୍ତୁତ କରୁଛି । ➡️ଜୀବନ କଷ୍ଟକର […]

ବେହାଲ ହିମାଚଳପ୍ରଦେଶ

୧-ସଂକ୍ରମଣ ବଢ଼ାଉଥିବା ରାଜ୍ୟ ତାଲିକା ୫ ନମ୍ବରରେ ଓଡ଼ିଶା, ୨ ମାସ ଧରି ୬.୫% ହାରରେ ଯୋଡ଼ି ହେଉଛନ୍ତି ରୋଗୀ । ୨-ରାଜଧାନୀରେ ମାତିଛନ୍ତି ସୁନ୍ଦରୀ ଲୁଟେରା । ସୋସିଆଲ ମିଡ଼ିଆକୁ ମୋହରା କରି ବନ୍ଧୁତ୍ୱ ନାଁରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ୩-ଟୋକିଓ ଅଲିମ୍ପିକ୍ସ ଆଉ ୯ ଦିନ: ଦୂତିଙ୍କ ମନୋବଳ ବଢ଼ାଇଲେ ମୋଦୀ ‘ପୋଡିୟମ୍‌ରେ ସାରା ଦେଶ ତୁମକୁ ଦେଖିବାକୁ ଚାହେଁ’ । ୪–ସିଦ୍ଧୁଙ୍କ ଟ୍ୱିଟ୍ ପରେ କଂଗ୍ରେସ ରାଜନୀତିରେ ଝଡ । […]

ଆଜିର ରାଶିଫଳ

ଜୁଲାଇ ମାସ ୧୪ ତାରିଖ ୨୦୨୧ ମସିହା(ବୁଧବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ଚତୁର୍ଥୀ ଦିବା.କର୍କଟ ଓ ମକର ରାଶିର ଘାତଚନ୍ଦ୍ର.କର୍କଟ ରାଶିର ଘାତବାର.ପଞ୍ଚମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ.ଅଦ୍ୟ ବେଲ ଭକ୍ଷଣ ନିଷେଧ। ମେଷ:-ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ବୃଷ:-ଆଜି ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି […]

ବୋଲବମ୍ ଉପରେ ଲାଗିଲା ରୋକ୍

ଭୁବନେଶ୍ୱର, ୧୩/୭(ଏସଏସନିୟୁଜ) କରୋନା ପାଇଁ ସବୁ କିଛି ଫିକା ପଡିଯାଇଛି । ସରକାର ଏବେ ବୋଲବମ୍ ଉପରେ କଟକଣା ଲଗାଇଛନ୍ତି । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ବୋଲବମ୍ ଉପରେ ଲାଗିଲା କଟକଣା ଲାଗିଥିବାନେଇ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରିହୋଇଛି । ସର୍ବସାଧାରଣ ରାସ୍ତାରେ ପାଣିଧରି ଯାଇପାରିବେନି କି କୌଣସି ଶିବ ମନ୍ଦିରକୁ ଯାଇପାରିବେନି କାଉଡ଼ିଆ କି କୌଣସି ଧାର୍ମିକ ସ୍ଥାନରୁ ଜଳ ଉଠାଇ ପାରିବେନି ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

ନାଳରୁ ଉଦ୍ଧାର ସମ୍ବର ଚିକିସ୍‌।ପରେ ମୃତ

ଭଞ୍ଜନଗର, ୧୩/୭(ଏସଏସନିୟୁଜ) ଉତ୍ତର ଘୁମୁସର ବନଖଣ୍ଡ ର ଢେପାପଲ୍ଲୀ ଗ୍ରାମ ନିକଟ ଜଙ୍ଗଲରେ ଥିବା ନାଳରୁ ଗୁଳିମାଡ଼ରେ ଗୁରୁତର ଶମ୍ଭରକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ବନବିଭାଗ ଆହତ ସମ୍ଭରର ଡାକ୍ତରଖାନାରେ ଚିକିସ୍‌। କରାଇ ବନବିହାରକୁ ନିଆଯିବାର କିଛି ସମୟପରେ ଶମ୍ଭରର ମୃତ୍ୟୁ ଘଟିଥିଲା । ମୃତ୍ୟୁ ସମ୍ବରକୁ ବ୍ୟବଛେଦ ପରେ ବନବିହାର ପରିସରେ ପୋତି ଦିଆଯାଇଥିଲା । ଢେପାପଲ୍ଲୀ ଜଙ୍ଗଲରେ ସମ୍ବରଟିକୁ ଶିକାରୀ ଗୁଳିମାଡ଼ କରିବାରୁ ଗୁରୁତର ଅବସ୍ଥାରେ ଦଉଡୁଥିବାବେଳେ […]

ଦୂତୀ ଚାନ୍ଦଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୩/୭(ଏସଏସନିୟୁଜ) ଟୋକିଓରେ ହେବାକୁ ଥିବା ଅଲିମ୍ପିକରେ ଦେଶର ପ୍ରତିନିଧିତ୍ୱ କରୁଥିବା ଭାରତୀୟ କ୍ରୀଡ଼ାବିତଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏହିଅବସରରେ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ସହ ମଧ୍ୟ କଥା ହୋଇଥିଲେ ।ଦୂତିଙ୍କ ପ୍ରସ୍ତୁତି ନେଇ ପଚାରି ବୁଝିବାସହ ଦୂତିଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ ।