Browsing yearly archive

2021

ବଜ୍ରପାତରେ ୩ ନାବାଳକଙ୍କ ମୃତ୍ୟୁ

ବାରିପଦା,୧୩/୭(ଏସଏସନିୟୁଜ) ବାରିପଦାର ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୁଆଶୋଳ ଗାଁରେ ବଜ୍ରପାତରେ ୩ ନାବାଳକଙ୍କର ମୃତ୍ୟୁ ହୋଇଛି । ଛେଳି ଚରାଇବାକୁ ତିନି ନାବାଳକ ଯାଇଥିଲେ । ବର୍ଷା ହେବାରୁ ଗଛ ତଳେ ଆଶ୍ରୟ ନେଇଥିବାବେଳେ ଗଛଉପରକୁ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ତିନି ନାବାଳକଙ୍କ ସହ ଅଠରଟି ଛେଳି ମଧ୍ୟ ମରିଯାଇଥିବାର ଜଣାପଡିଛି ।

+୨ ସିଟ୍ ବଢ଼ାଇବା ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର,୧୩/୭(ଏସଏସନିୟୁଜ) ରାଜ୍ୟରେ +୨ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ଥିବାବେଳେ ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୧୦ ପିଲା ମାଟ୍ରିକ ପାସ୍ କରିଛନ୍ତି ।ବଳକା ରହୁଥିବା ଛାତ୍ରଛାତ୍ରୀମାନେ କିଭଳି ପାଠପଢିବେ ତାହାକୁ ନେଇ ଉଠିଥିଲା ଦ୍ୱନ୍ଦ ।ଏହି ଘଟଣାକୁ ସରକାର ଗୁରୁତ୍ୱରସହ ନେଇ ଜୁନିଅର କଲେଜ ଗୁଡ଼ିକରେ +୨ ସିଟ୍ ବଢ଼ାଇବା ପାଇଁ ଅନୁମତି ଦେଇଛନ୍ତି । ଏଥିପାଇଁ ଯେଉଁ ଜୁନିଅର କଲେଜମାନ ସିଟ ବୃଦ୍ଧି କରିବାକୁ ଚାହିଁବେ ସେମାନେ […]

ଆଜି ୧୫ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର୧୩/୭(ଏସଏସନିୟୁଜ)ଆଜି ରାଜ୍ୟରେ ୧୯୩୦ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୧୧୧୭କ୍ୱାରେଟାଇନରୁ ଓ ୮୧୩ ସ୍ଥାନୀୟ ସଂକ୍ରାମଣ ବୋଲି ଜଣାପଡିଛି । ସେହିଭଳିଭାବେ ଆଉ ୬୮ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାର ଜଣାପଡିଛି । ଅନ୍ୟପଟେ ମଙ୍ଗଳବାର ରାଜ୍ୟର ଅନୁଗୁଳ, ବାଲେଶ୍ବର, ଦେବଗଡ଼, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା ଓ ସମ୍ବଲପୁରରେ ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବାନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ […]

ସହକାରୀ ବନ ସଂରକ୍ଷକ ପୋଡ଼ି ହୋଇ ଗୁରୁତର

ପାରଳାଖେମୁଣ୍ଡି,୧୩/୭(ଏସଏସନିୟୁଜ) ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ପୋଡ଼ି ହୋଇ ଗୁରୁତର ହୋଇପଡ଼ିଛନ୍ତି । ତାଙ୍କ ଶରୀରର ୮୦ପ୍ରତିଶତ ପୋଡିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସୌମ୍ୟରଞ୍ଜନ ଗତ ୬ ମାସ ତଳେ ବିବାହ କରିଥିବା ବେଳେ ସେ ପତ୍ନୀଙ୍କ ସହ ନିଜ ସରକାରୀ ବାସଭବନରେ ଥିଲେ। ଏପରି ଘଟଣା କାହିଁକି ଓ କିପରି ଘଟିଲା ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି […]

ପ୍ରଧାନମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା

ଭୁବନେଶ୍ୱର୧୩/୭(ଏସଏସନିୟୁଜ) ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ୭୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବଜ୍ରପାତ ଯୋଗୁ ଅନେକ ଧନଜୀବନ କ୍ଷତିଗ୍ରସ୍ତ ହୋଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ୪୧ ଜଣ ବଜ୍ରପାତରେ ପ୍ରାଣ ହରାଇବାସହ ୧୬ଟି ଜିଲ୍ଲା ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ।. ରାଜସ୍ଥାନରେ ୨୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିଲା ବେଳେ ୨୭ ଜଣ […]

ଗୋଟି ପହଣ୍ଡିରେ ଯଜ୍ଞ ବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂରତି

ପୁରୀ,୧୩/୭(ଏସଏସନିୟୁଜ) କଳା ଠାକୁର ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି । ଶରଧାବାଲିରେ ଲାଗିଛି ଶ୍ରୀଜିଉଙ୍କ ତିନି ରଥ । ଆଜି ଅପରାହ୍‌ଣରେ ହେବ ଆଡ଼ପ ମଣ୍ଡପ ପହଣ୍ଡି ନୀତି । ଗୋଟି ପହଣ୍ଡିରେ ଯଜ୍ଞ ବେଦୀକୁ ବିଜେ କରିବେ ମହାପ୍ରଭୁ । ସଂଧ୍ୟାଧୂପ ସରିବା ପରେ ହେବ ପହଣ୍ଡି । ଗୋଟି ପହଣ୍ଡିରେ ଯଜ୍ଞ ବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂରତି । ରଥାରୂଢ଼ ଶ୍ରୀଜିଉଙ୍କ ନିକଟରେ […]

ଆଜିର ରାଶିଫଳ

ଜୁଲାଇ ମାସ ୧୩ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ତୃତୀୟା ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ଚତୁର୍ଥୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମେଷ-ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍‌ ଖୋଜ ଖବର ପାଇପାରନ୍ତି। ବୃଷ-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ […]

ଆଜିର ଅନୁଚିନ୍ତା

?ସ୍ୱଚ୍ଛ ହୃଦୟର ଏକ ସୁନ୍ଦର ପରିଚୟ ହେଉଛି ହସ ହସ ମୁହଁ। ବିରକ୍ତି ଭରା ଚେହେରାରେ ଅତିଥୀଙ୍କୁ ସ୍ୱାଗତ କଲେ, ଘରେ ମଧ୍ୟ ନକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ, ଏଥିପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ । ?ଈଶ୍ୱର କୌଣସି ମୂର୍ତ୍ତିରେ ବାସ କରନ୍ତି ନାହିଁ, ମଣିଷର ଅନୁଭୂତି ହିଁ ପ୍ରକୃତ ଈଶ୍ୱର ଏବଂ ଆତ୍ମା ହେଉଛି ତାର ମନ୍ଦିର। ?ଧନ ଥିଲେ ଡାରିଦ୍ରର ଭୟ, ଜ୍ଞାନ ଥିଲେ ଅଜ୍ଞାନର ଭୟ; ସର୍ବୋପରି ଦେହ ଥିଲେ ମୃତ୍ୟୁର ଭୟ, […]

ଫିଟିଲାନିମୂର୍ତ୍ତି ଚୋରି ରହସ୍ୟ

୧. କଳାହାଣ୍ଡିରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୧୧୩ଟି ମାମଲାର ଫଇସଲା ୨. ଚଣ୍ଡିଖୋଲ:୬ ମାସ ବିତିଲା, ମା’ କୋଟ୍ରାକ୍ଷୀ ମୂର୍ତ୍ତି ଚୋରି ରହସ୍ୟ ଫିଟିଲାନି । ୩. ଭାରତର ଅଗ୍ରଣୀ ଅଟୋମୋବାଇଲ୍ କଂପାନି ତଥା ଦୁନିଆର ସର୍ବବୃହତ୍ ଟ୍ରାକ୍ଟର୍ ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ସୁପ୍ରୋ ପ୍ରଫିଟ୍ ଟ୍ରକର ନୂଆ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି । ୪. ରବିବାର ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଛି । ବଜ୍ରପାତ […]

ନନ୍ଦନକାନନରେ ଆଜାଦୀ କା ଅମୃତ’ ମହୋତ୍ସବ

ବାରଙ୍ଗ,୧୨/୭(ଏସ ଏସ ନିୟୁଜ)ଭାରତର ୭୫ ତମ ସ୍ବାଧିନତା ବର୍ଷ ଉପଲକ୍ଷେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ‘ଆଜାଦୀ କା ଅମୃତ’ ମହୋତ୍ସବ ଆରମ୍ଭ ହୋଇଛି।ଏଥିରେ ଦେଶର ୭୫ ଟି ଚିଡ଼ିଆଖାନା ଅଂଶ ଗ୍ରହଣ କରୁଛି।ଏହି ମହୋତ୍ସବକୁ ପ୍ରତି ଚିଡ଼ିଆଖାନା ଏକ ସପ୍ତାହ ଧରି ପାଳନ କରିବେ।ଏହି ମହୋତ୍ସବରେ ପ୍ରାଣୀଉଦ୍ୟାନ ନନ୍ଦନକାନନ ସାମିଲ ହୋଇଥିବା ବେଳେ ଏଥିରେ ଭାରତୀୟ ପାଙ୍ଗୋଲିନ କୁ ବିଶେଷ ଗୁରୁତ୍ଵ ଦିଆଯାଇଛି।ଏହି କାର୍ଯ୍ୟକ୍ରମ ବିଶେଷଜ୍ଞଙ୍କ ଠୁ ଆରମ୍ଭ କରି ପ୍ରାଣୀଉଦ୍ୟାନର ପଦାଧିକାରୀ ଯୋଗଦେବେ।ଏହି ମହୋତ୍ସବ […]