Browsing yearly archive

2021

ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର୨୨/୬(ଏସ ଏସ ନିୟୁଜ)ରାଜ୍ୟରେ ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ ।ରାଜ୍ୟ ସରକାର ତାଙ୍କ କାମ ସାରିନଥିବାରୁ ବିଳମ୍ବ ହୋଇପାରେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ।୨୦୨୨ ମାର୍ଚ୍ଚ ୧୦ରେପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିବ। ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ସରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି ।ଏହା ସରିଲେ ନିର୍ବାଚନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଲେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ। ।

ଭୁଲହୋଇଗଲା କହିଲେ ଦିଦି

ମୟୁରଭଞ୍ଜ , ୨୨/୬(ଏସଏସନିୟୁଜ) ଜାଣିପାରିଲେନି ଦିଦି । ଜଣେ ବ୍ୟକ୍ତିଙ୍କୁ ୫ ମିନିଟ୍‌ରେ ସ୍ବାସ୍ଥ୍ୟ କର୍ମୀ ଜଣଙ୍କ କୋଭିସିଲଡ୍‌ର ୨ଟି ଡୋଜ୍ ଦେଇଦେଲେ ।ଏହିଭଳି ଦାୟିତ୍ୱହିନତା ଘଟଣା ବାରିପଦା ବେତନଟୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି । ବାଛୁରୀପଡ଼ା ଗାଁର ପ୍ରସନ୍ନ ସାହୁ ୧୯ ତାରିଖରେ କରୋନା ଟିକା ନେବାପାଇଁ ଖୁଣ୍ଟାପୁର ଉଚ୍ଚ ବିଦ୍ୟାଳୟରେ ପହଁଚିଥିଲେ । ନାମ ପଞିକରଣ ପରେ ତାଙ୍କୁ ନର୍ସ ଜଣଙ୍କ ପ୍ରଥମ ଡୋଜ ଦେଇଥିଲେ ।କିଛିସମୟପରେ ପୁଣି ଦ୍ୱିତୀୟ ଡୋଜଟି ଦେଇଦେଲେ । […]

୩ ଦିନ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର,୨୨/୬(ଏସଏସନିୟୁଜ) ଆସନ୍ତା ୩ ଦିନ ଯାଏ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି ।ଏଥିନିମନ୍ତେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାସହ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ […]

ଗୁଜବକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଭୁବନେଶ୍ୱର,୨୨/୬(ଏସଏସନିୟୁଜ) କରୋନା ଟିକାକୁ ନେଇ ଉପୁଜୁଥିବା ଗୁଜବକୁ ବିଶ୍ୱାସ ନକରିବାକୁ ପରାମଶ୭ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।ଏବେ ଟିକାନେଲେ ପ୍ରଜଜନ କ୍ଷମତା ହ୍ରାସପାଏ ବୋଲି ହୋଇଥିବା ଗୁଜବ ଉପରେ ସ୍ପଷ୍ଟ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛିଯେ, କରୋନା ଟିକା ସହ ପୁରୁଷ କିମ୍ବା ମହିଳାଙ୍କ ପ୍ରଜନନ କ୍ଷମତାର କୌଣସି ସଂପର୍କ ନାହିଁ । ପ୍ରଜନନ ଉପରେ ଏହାର କୁପ୍ରଭାବ ନେଇ ଯେଉଁ ପ୍ରଚାର ହେଉଛି, ତାହାର କୌଣସି ଆଧାର ନାହିଁ […]

ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪

ପୁରୀ,୨୨/୬(ଏସଏସନିୟୁଜ) କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନ ସମାଗମକୁ ବାରଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରରେ ୧୪୪ ଜାରି କରାଯାଇଛି । ଏହିସମୟରେ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଅନ୍ୟ କାହାରିକୁ ପ୍ରବେଶ କରାଯିବ ନାହିଁ। ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବାବେଳେ ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ ରହିବ ବୋଲି ଜଣାପଡିଛିା

ସାକ୍ଷୀଗୋପାଳରୁ ଶ୍ରୀକ୍ଷେତ୍ର ଗଲା ବଉଳକାଠ

ସାକ୍ଷୀଗୋପାଳ,୨୧/୬(ଏସଏସନିୟୁଜ) ନିର୍ଜଳା ଏକାଦଶୀ ତିଥିରେ ସତ୍ୟବାଦୀରୁ ବଉଳକାଠପୁରୀ ଅଭିମୁଖେ ଯାତ୍ରା କରିଛି । ସାରୁଗାଡିଆ ସାହି ସ୍ଥିତ ସଂରକ୍ଷିତ ମନ୍ଦିର ଜଙ୍ଗଲରେ ଚିହ୍ନଟ କରାଯାଇଥିବା ବଉଳ ଗଛ କୁ ଆଜି ଗ୍ରାମବାସୀମାନେ ପୁଜାର୍ଜନା କରିଥିଲେ ।ପରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଠାରୁ ଆସିଥିବା ଆଜ୍ଞାମାଳ ବଉଳ ବୃକ୍ଷରେ ବନ୍ଧାଯାଇ ଧୂପ, ଦୀପ, ଭୋଗ କରାଯିବା ପରେ ଭୋଇ ସେବକ ଧୃବ ଚରଣ ଭୋଇ ନଡିଆ ବାଡେଇ ଗଛରେ ପଥମ ଚୋଟ ମାରିଥିଲେ । ପରେ ସାଙ୍ଗରେ ଆସିଥିବା ଅନ୍ୟମାନେ […]

ବେରବୋଇଠାରେ ଗଣ ଧାରଣା

ଡେଲାଙ୍ଗ, ୨୧/୬(ଏସଏସନିୟୁଜ) ଅଲ ଇଣ୍ଡିଆ କିଶାନ କ୍ଷେତ ମଜଦୁର ସଂଗଠନ ଓ ଏ. ଆଇ. କେ. କେ ଏମ. ଏସ ତରଫରୁ ଡେଲାଙ୍ଗ ଥାନା ଅନ୍ତର୍ଗତ ବେରବୋଇ ଠାରେ ଗଣ ଧାରଣା ଦେଇଥିଲେ ।କର୍ମକର୍ତାମାନେ ଦୀର୍ଘଦିନଧରି ଚାଲିଥିବା ଚାଷୀଆନ୍ଦୋଳନକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ ।ଏଥିସହ କେନ୍ଦ୍ର ସରକାର ଲାଗୁ କରିଥିବା କୃଷି ମାରଣ ନୀତି ରଦ୍ଦ ନ କରିବା ବିଶେଷ କରି ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ, ଘରୋଇ ମଣ୍ଡି ଆଇନ, ଚୁକ୍ତିଚାଷ ଆଇନ ରଦ୍ଦ […]

ପୋଲିସ,ପୋଲିସ ମୁହାଁମୁହିଁ

୧-ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ ହେଲା ୟୁଟ୍ୟୁବରେ ପାଠପଢ଼ା । ପ୍ରଥମରୁ ଦଶମ ଯାଏଁ ଅନଲାଇନରେ ହେଲା କ୍ଲାସ । ଉପାନ୍ତ ଜିଲ୍ଲାରୁ ଆସିଲା ବିକଳ ଚିତ୍ର, ଅନେକ ପିଲାଙ୍କ ପାଖରେ ମୋବାଇଲ ନଥିବାରୁ ପଢ଼ି ପାରିଲେନି ପାଠ । ୨-ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ । ଚତୁର୍ଥ ଦିନ ବି ବର୍ଷାରେ ଧୋଇଗଲା । ୩-ନୂଆ ଜାତୀୟ ରେକର୍ଡ କଲେ ଦୂତୀ , ୧୧.୧୭ ସେକେଣ୍ଡରେ ଦୌଡିଲେ ୧୦୦ ମିଟର । ୪-5G […]

ଆଜିର ଅନୁଚିନ୍ତା

?ଦରକାର ଠାରୁ ଅଧିକ ସମୟ ଆଉ ସମ୍ମାନ ଦେଲେ ମଣିଷ ବଦଳି ଯାଆନ୍ତି —। ?ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା , କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ । ?କ୍ଷମତାର ଗର୍ବରେ ମଣିଷ ନିଜ ଭୁଲ୍ ଠିକ୍ ବିଚାର କରିବା ଦକ୍ଷତା ହରେଇଦିଏ । କିନ୍ତୁ ସବୁ ଚାଲିଗଲା ପରେ ସେ ଯେତେ କ୍ଷମା ପ୍ରାର୍ଥନା କଲେ ମଧ୍ୟ୍ୟ […]

ଆଜିର ରାଶିଫଳ

ଜୁନ ମାସ ୨୨ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି-ଦ୍ଵାଦଶୀ ,ନକ୍ଷତ୍ର- ବିଶାଖା ମକର ରାଶିର ଘାତବାର, ପୋଇ ଓ ବାଇଗଣ ଭକ୍ଷଣ ନିଷେଧ । ମେଷ:-ଆଜି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ପ୍ରାପ୍ତ ହେବ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ। ବୃଷ:-ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ସହକର୍ମୀ […]