ବେରବୋଇଠାରେ ଗଣ ଧାରଣା

ଡେଲାଙ୍ଗ, ୨୧/୬(ଏସଏସନିୟୁଜ) ଅଲ ଇଣ୍ଡିଆ କିଶାନ କ୍ଷେତ ମଜଦୁର ସଂଗଠନ ଓ ଏ. ଆଇ. କେ. କେ ଏମ. ଏସ ତରଫରୁ ଡେଲାଙ୍ଗ ଥାନା ଅନ୍ତର୍ଗତ ବେରବୋଇ ଠାରେ ଗଣ ଧାରଣା ଦେଇଥିଲେ ।କର୍ମକର୍ତାମାନେ ଦୀର୍ଘଦିନଧରି ଚାଲିଥିବା ଚାଷୀଆନ୍ଦୋଳନକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ ।ଏଥିସହ କେନ୍ଦ୍ର ସରକାର ଲାଗୁ କରିଥିବା କୃଷି ମାରଣ ନୀତି ରଦ୍ଦ ନ କରିବା ବିଶେଷ କରି ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ, ଘରୋଇ ମଣ୍ଡି ଆଇନ, ଚୁକ୍ତିଚାଷ ଆଇନ ରଦ୍ଦ ଓ ବିଦ୍ୟୁତ ବଦ୍ଧିତ ଦର ସଂଶୋଧନ ନ ହେବା ପର‌୍ୟ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବାକୁ ଦଳୀୟ କାର୍ଯ୍ୟକର୍ତାମାନେ ଆହ୍ୱାନ ଦେଇଥିଲେ ।

Comments (0)
Add Comment