Browsing yearly archive

2021

ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ

ଭୁବନେଶ୍ୱର,୮/୬(ଏସଏସନିୟୁଜ) କରୋନାର ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ । ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ । ବେଡ୍ ଓ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ରାଜ୍ୟର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସମ୍ପର୍କରେ ବିଶେଷଜ୍ଞମାନେ ମତ ଦେଉଥିବାରୁ, ଏବେଠାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ତୃତୀୟ […]

ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ନୂଆ ନିର୍ବାଚନ କମିଶନର

ଭୁବନେଶ୍ୱର,୮/୬(ଏସଏସନିୟୁଜ) ଦେଶର  ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁପ ଚନ୍ଦ୍ର ପାଣ୍ଡେ। ଉତ୍ତର ପ୍ରଦେଶ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅନୁପ ଚନ୍ଦ୍ର ପାଣ୍ଡେ ୧୯୮୪ ବ୍ୟାଚର ଆଇଏଏସ ଅଧିକାରୀ ଅଟନ୍ତି। ସେ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ଏନଜିଟିର ସଦସ୍ୟ ଏବଂ ଉତ୍ତରପ୍ରଦେଶର ଔଦ୍ଦ୍ୟଗିକ ବିକାଶର କମିଶନର ମଧ୍ୟ ରହି ସାରିଛନ୍ତି। ଏହାସହ ପ୍ରତିରକ୍ଷା ମନ୍ତ୍ରାଳୟର ଅତିରିକ୍ତ ସଚିବ ଓ କେନ୍ଦ୍ର ଶ୍ରମ […]

ଜୁନ ୧୧ରେ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ଦେବ ଧାରଣା

ଭୁବନେଶ୍ୱର,୮/୬(ଏସଏସନିୟୁଜ)ତେଲ ଦର ବୃଦ୍ଧି ପ୍ରତିବାଦରେ ଜୁନ ୧୧ରେ କଂଗ୍ରେସର ଆନ୍ଦୋଳନ । ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ସକାଳ ୭ଟାରୁ ୧୧ଟା ଯାଏ ବିକ୍ଷୋଭ କରିବେ କର୍ମୀ । ଗତ ୫ ମାସରେ ୪୩ ଥର ତେଲ ଦର ବଢ଼ିଥିବାରୁ ଏହାର ପ୍ରତିବାଦରେ ଆନ୍ଦୋଳନ ଡାକରା ଦେଇଛି କଂଗ୍ରେସ । ତୁରନ୍ତ ତୈଳଯାତ ଦ୍ରବ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ଦାବିରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶରେ ସକାଳ ୭ରୁ […]

ଆଜି ବସିବ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର,୯/୬(ଏସଏସନିୟୁଜ) ଆଜି ଅପରାହ୍ନ ୬ଟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନ୍‌ଫେରେନ୍ସ ଜରିଆରେ ବୈଠକରେ ସାମିଲ ହେବାର ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟରେ ଓଡ଼ିଶା ପ୍ରଶାସନିକ ସେବା, ଓଏଏସ୍‍ ଅଧିକାରୀଙ୍କ ‘କ୍ୟାଡର’ ପୁନର୍ବିନ୍ୟାସ ପ୍ରସ୍ତାବ ସହିତ ପୂର୍ତ୍ତ ବିଭାଗ, ନଗର ଉନ୍ନୟନ ବିଭାଗ, […]

୨୪ ଘଣ୍ଟାରେ ୬୦୧୯ କରୋନା ଆକ୍ରାନ୍ତ ଚିହ୍ନଟ , ୪୩ମୃତ

ଭୁବନେଶ୍ୱର,୯/୬(ଏସଏସନିୟୁଜ) ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୨୩କୁ ବୃଦ୍ଧି ପାଇଥିବାନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । […]

ଆଜିର ଅନୁଚିନ୍ତା

-ଆଜିର ନୀତିବାଣୀ – ➡️”ଯେଉଁମାନେ ବିଦ୍ୱାନ, ଦାନୀ, ପରୋପକାରୀ, ସେମାନଙ୍କର ବଂଚିରହିବା ସାର୍ଥକ !!” ➡️”ଯେତେବେଳେ ଜାଣିବ ଶତ୍ରୁ ନିର୍ଦ୍ଧନ ହୋଇଗଲା, ଅସହାୟ ହୋଇଗଲା, ସେତେବେଳେ ଶତ୍ରୁକୁ ପାନେ ଦେବାର ଉଦ୍ୟମ କରିବ ! ➡️”ରାଜା, ସ୍ତ୍ରୀ, ନୀଚଲୋକ, ସାପ, ଘୋଡା, ହତିଆର, ଏମାନଙ୍କୁ ସର୍ବଦା ସାବଧାନ ହୋଇ ଚଳିବ । ଏମାନେ ଏପଟସେପଟ ହେଲେ ବା ରାଗିଲେ କଣ କରିବେ ତାର କିଛି ଠିକ୍ ଠିକଣା ନଥାଏ ! ➡️”ସଦ୍ ଜନ ଆଚାର ଭ୍ରଷ୍ଟ ହେଲେ, […]

ପୁଣି ବାହାରିଲା ପୁରୁଣା ରୋଗ

୧-କୋଭିଡ ସହାୟତା: ସହରାଞ୍ଚଳର ଉଠାଦୋକାନୀଙ୍କ (Street vendors ) ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ । ୨-କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ବେଆଇନ ଭାବେ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ ବନ୍ଦ କରିବାକୁ ରାଜ୍ୟକୁ କହିଲେ ସୁପ୍ରିମକୋର୍ଟ । ୩-ଆରମ୍ଭ ନହେଉଣୁ ଇନକମ ଟ୍ୟାକ୍ସର ନୂତନ ଓ୍ଵେବସାଇଟ୍ରେ ତ୍ରୁଟି ହିଁ ତ୍ରୁଟି, ଟ୍ଵିଟରରେ ନିଲେକଣିଙ୍କ ‘କ୍ଲାସ୍’ ନେଲେ ଅର୍ଥ ମନ୍ତ୍ରୀ ସୀତାରମଣ । ୪-ପରବର୍ତ୍ତୀ COVID-୧୯ ଲହରରେ […]

ଆଜିର ରାଶିଫଳ

ଜୁନ ମାସ ୦୯ ତାରିଖ ୨୦୨୧ ମସିହା(ବୁଧବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି-ଚତୁର୍ଦ୍ଦଶୀ,ବିଛା ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଶ୍ରାଦ୍ଧ,ବିରି ଆମିଷ ଭକ୍ଷଣ ନିଷେଧ । ମେଷ:-ଦିନ ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ :-କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, […]

ବଜ୍ରାପାତରେ ୨ ମୃତ

ବାଙ୍କୀ,୮/୬(ଏସ ଏସ ନିୟୁଜ)ବାଙ୍କୀ ଅଞ୍ଚଳରେ ଆଜି ଅପରାହ୍ନରେ ବଜ୍ରାଘାତରେ ଜଣେ ଚାଷୀ ମୃତବରଣ କରିଛନ୍ତି।ମୃତ ଚାଷୀ ହେଉଛନ୍ତି ଉକ୍ତ ଥାନା ଅନ୍ତର୍ଗତ ଶିଶୁଆ ଗ୍ରାମର ମିହିର ମହାପାତ୍ର,ବୟସ ୪୫ ବର୍ଷ।ଆଜି ଅପରାହ୍ନରେ ସେ ବିଲକୁ ଧାନ ବୁଣିବାକୁ ଯାଇଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ।ଫଳରେ ସେ ତଳେ ପଡ଼ିଯାଇଥିଲେ।ଅଚେତ ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିଭଳି ଭାବେ ଡେଲାଙ୍ଗ ବ୍ଲକ ଅର୍ନ୍ତଗତ […]

ଦେଶ ଉଦ୍ଦେଶ୍ୟରେ ୨୦୧ଟି ସିଏନଜି ଷ୍ଟେସନକୁ ଉତ୍ସର୍ଗ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୮/୬(ଏସଏସନିୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପେଟ୍ରୋଲିୟମ ଓ ଗ୍ୟାସମନ୍ତ୍ରଣାଳୟର ପରିବେଶ ସୁରକ୍ଷା ତଥା ସମସ୍ତଙ୍କ ପାଖରେ ସ୍ୱଚ୍ଛ ଇନ୍ଧନ ପହଁଚାଇବାର ପ୍ରତିବଦ୍ଧତା ଦିଗରେ ଆଗାମୀଦିନରେ ସମଗ୍ର ଭାରତବର୍ଷରେ ୧୦ ହଜାର ସିଏନଜି ଷ୍ଟେସନ ଏବଂ ୫ କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକଗ୍ୟାସ(ପିଏନଜି) ପହଁଚାଇବାର ଲକ୍ଷ୍ୟ ରଖାଯାଇଛି ବୋଲି ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଓଡ଼ିଶାର୧୦ଟି ସିଏନଜି ଷ୍ଟେସନ ସମେତ ଦେଶ ଉଦ୍ଦେଶ୍ୟରେ ୨୦୧ଟି ସିଏନଜି ଷ୍ଟେସନକୁ ଉତ୍ସର୍ଗ କରିବା ଅବସରରେସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]