Browsing yearly archive

2021

ପଂଚୁପାଳ ଗ୍ରାମରେ ପ୍ରତିଷ୍ଠାହେଲା ହନୁମାନବିଗ୍ରହ

ବାରଙ୍ଗ,୩୦/୩( ଏସଏସନିୟୁଜ) ପଂଚୁପାଳ ଗ୍ରାମର ବ୍ରାହ୍ମଣଶାସନରେ ଥିବା ଶ୍ରୀଶ୍ରୀ ଐଶାନେଶ୍ୱରମହାଦେବଙ୍କ ମନ୍ଦିର ପରିସରରେ ଏକଦିବସୀୟ ହନୁମାନ ବିଗ୍ରହ ପ୍ରତିଷ୍ଠା ଉସ୍‌ବ ଅନୁଷ୍ଠିତ ହୋଇଯାଇଛି ।ଏଥିନିମନ୍ତେ ଆୟୋଜିତ ଯଜ୍ଞରେ ବାରଙ୍ଗ ଅଂଚଳର ପଣ୍ଡିତମାନେ ଯୋଗଦାନ କରିଥିଲେ ।କୋଭିଡ ନୀୟମାନୁସାରେ ଏହାକୁ ଗ୍ରାମବାସୀମାନେ ପାଳନ କରିଥିଲେ ।ଗ୍ରାମବାସୀମାନେ ସମ୍ପୁର୍ଣରୁପେ ପବିତ୍ରତା ସ୍ୱରୁପ ଉପବାସ ରହି ବାବା ହନୁମାନଙ୍କର କୃପା ଲାଭ କରିବାପାଇଁ ପୁର୍ଣାହୁତି ପରେ ପ୍ରସାଦସେବନ କରିଥିଲେ ।ଏଥିରେ ଆଖପାଖ ଗ୍ରାମର ହନୁମାନପ୍ରେମୀ ଭକ୍ତମାନେ ଯୋଗଦେଇଥିଲେ ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ) […]

ଅଧା ଓଡ଼ିଶା କଲବଲ

୧-ଅଧା ଓଡ଼ିଶା କଲବଲ,୧୬ଟି ସହରର ତାପମାତ୍ରା ୪୧ଡିଗ୍ରି ଉପରେ,ସାଂଘାତିକ ହେବ ଆଉ ୪୮ ଘଣ୍ଟା । ପୁରା ରାଜ୍ୟପାଇଁ ହିଟୱେଭ୍ ସତର୍କତା । ୨-ଏପ୍ରିଲ ୧ରୁ ୪୫ରୁ ଉର୍ଦ୍ଧ୍ଵ ବୟସ୍କଙ୍କ ଟିକାକରଣ: ଆଗ ଧାଡିର କର୍ମଚାରୀ ଓ ହାଇରିସ୍କ ଗ୍ରୁପର ଲୋକଙ୍କୁ ପ୍ରାଥମିକତା । ୩-ରାଷ୍ଟ୍ରପତିଙ୍କ ବାଇପାସ୍ ସର୍ଜରୀ ସଫଳ ,ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪-୫ ଓଏଏସ୍ ଅଧିକାରୀଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟା, ଆଉ ୩୪ ଓଏଏସ୍ ଅଧିକାରୀଙ୍କୁ ପଦୋନ୍ନତି […]

ଆଜିର ଅନୁଚିନ୍ତା

➡️କୌଣସି ମଣିଷ କେବେ ନିଜ ଇଛାରେ ବଦଳି ନଥାଏ, ଜୀବନରେ କିଛି ଘଟଣା ବା ପରିସ୍ଥିତି ଏମିତି ଘଟିଥାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ । ➡️ଆମ ପାଖରେ ଯେତିକି ଅଛି ସେତିକିରେ ଖୁସି ରହିବାକୁ ଚେଷ୍ଟା କରିବା ଉଚିତ୍ ।କାହିଁକି ନା ଅତ୍ୟଧିକ ଆଶା ଓ ଲୋଭ ମଣିଷକୁ ଦୁଃଖ ଆଡକୁ ଟାଣି ନେଇଥାଏ । ➡️ ଯେତେବେଳ ପର୍ଯ୍ୟନ୍ତ ବାପା ନାମକ ଶବ୍ଦ ତୁମ ପାଖରେ ଅଛି ନା ସେ ପର୍ଯ୍ୟନ୍ତ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୩୧ ତାରିଖ ୨୦୨୧ ମସିହା(ବୁଧବାର)ଚୈତ୍ର ମାସ-କୃଷ୍ଣପକ୍ଷ,ତିଥି-ତୃତୀୟା,କର୍କଟ ରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଥୀର ପାର୍ବଣ ଶ୍ରାଦ୍ଧ,ପୋଟଳ ଓ ମୂଳା ଭକ୍ଷଣ ନିଷେଧ ।  ମେଷ : –ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ […]

ଡକାୟତି କରିବାକୁ ଯୋଜନା ବେଳେ ପୋଲିସ ହାତରେ ଧରାପଡିଲେ

ଡେଲାଙ୍ଗ,୩୦/୩(ଏସଏସନିୟୁଜ) ବ୍ୟାଙ୍କଡକାୟତି କରିବାକୁ ଯୋଜନାକରୁଥିବାବେଳେ ଡକାୟତମାନଙ୍କୁ ଡେଲାଙ୍ଗ ପୋଲିସ ଧରିବାରେ ସକ୍ଷମ ହୋଇଛି ।ସେମାନଙ୍କଠାରୁ । ୫ଟି ଅଫୁଟା ବୋମା, ବିଭିନ୍ନ ହାତ ହତିଆର ସହିତ ୪ଟି ଚୋରା ମଟର ସାଇକେଲ ପୋଲିସ ଜବତ କରିଛି । ଡେଲାଙ୍ଗ ଥାନା ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତର ହରିପୁର ନିକଟରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମବ୍ୟାଙ୍କରୁ ଡକାୟତି କରିବା ପାଇଁ ପ୍ରସ୍ତୁତ ବେଳେ ପୋଲିସ ସେବକସାହି ପାଟଣା ଗ୍ରାମର ରାମଚନ୍ଦ୍ର ବେହେରା(୪୩), ହାକପଡା ଗ୍ରାମର ଅଭୟ କୁମାର […]

ନନ୍ଦନକାନନରେ ମାର୍ମୋସେଟ ମାଙ୍କଡର ମୃତ୍ୟୁ

ବାରଙ୍ଗ,୩୦/୩(ଏସଏସନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରେ ପର୍ଯ୍ୟଟକମାନଙ୍କ ମୁଖ୍ୟ ଆକର୍ଷଣ ସାଜିଥିବା ବିଶ୍ଵର ସବୁଠାରୁ କ୍ଷୁଦ୍ରତମ ବିଲୁପ୍ତପ୍ରାୟ ତିନିବର୍ଷର ଏକ ଅଣ୍ଡିରା ମାର୍ମୋସେଟ୍ ମାଙ୍କଡ଼ର ମୃତ୍ୟୁ ଘଟିଛି।ଫଳରେ ପ୍ରାଣୀ ଉଦ୍ୟାନରେ ଏମାନଙ୍କ ସଂଖ୍ୟା ୫ କୁ ହ୍ରାସ ପାଇଛି।ପ୍ରାଣୀ ଉଦ୍ୟାନର ୫୪ ନମ୍ୱର ଖୁଆଡ ରେ ରହୁଥିବା ଏହି ମାର୍ମୋସେଟ୍ ମାଙ୍କଡ ପର୍ଯ୍ୟଟକମାନଙ୍କର ମୁଖ୍ୟ ଆକର୍ଷଣ ସାଜିଥିଲା ।ହଠାତ ତିନିଦିନ ତଳେ ଅସୁସ୍ଥ ହୋଇ ପଡିଯାଇଥିଲା ।ପରେ ପ୍ରାଣୀ ଉଦ୍ୟାନ ର ପଶୁ ଚିକିତ୍ସକ ଦ୍ଵାରା ଚିକିତ୍ସିତ ହେଉଥିଲା।ତେବେ […]

ଏପ୍ରିଲରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ବର,୩୦/୦୩(ସତ୍ୟସନ୍ଧାନ ଡେସ୍କ ) ଏପ୍ରିଲ ମାସ ବ୍ୟାଙ୍କ ଛୁଟିରୁ ଆରମ୍ଭ ହେଉଛି। ଏପ୍ରିଲ ମାସରେ ବ୍ୟାଙ୍କ ୧୫ ଦିନ ବନ୍ଦ ରହିବ। ମାର୍ଚ୍ଚ ୩୧ ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ସମାପ୍ତ ହେଉଛି। ଶେଷ ଆର୍ଥିକ ବର୍ଷ ହୋଇଥିବାରୁ ଗ୍ରାହକଙ୍କ ସହ ଜଡିତ କାମ ମାର୍ଚ୍ଚ ୩୧ ତାରିଖ ଓ ଏପ୍ରିଲ ୧ ତାରିଖରେ ହୋଇପାରିବ ନାହିଁ। ସେଥିପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ଛୁଟି ତାଲିକା ହିସାବରେ ନିଜ କାମ କରିବାକୁ ହେବ। ତେବେ ସବୁ ରାଜ୍ୟରେ ୧୫ […]

ବିଜେପିର ୩୦ ଜଣିଆ ଷ୍ଟାର ପ୍ରଚାରକ

ଭୁବନେଶ୍ୱର,୩୦/୩୯ଏସଏସନିୟୁଜ) ଭାରତୀୟ ଜନତା ପାର୍ଟି ପକ୍ଷରୁ ପିପିଲି ଉପ ନିର୍ବାଚନ ପାଇଁ ନିଜର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି ।ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତ. ମୁଖପାତ୍ର ସମ୍ବିତ ପାତ୍ରଙ୍କ ନାଁ ରହିଛି । ବିଜେପିର ଏହି ଲିଷ୍ଟରେ ବିଜୟ ପାଲ୍ ସିଂହ ତୋମାର, ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ, ସାଂସଦ ଜୁଏଲ ଓରାମ, କେ […]

ସରିଲା ହୋଲି, ଏବେ ନେତା ହେବେ ପିପିଲି ମୁହାଁ

୧-କରୋନା ପାଇଁ ବନ୍ଦ ହେବନି ନବମ ଓ ଏକାଦଶ ପାଠପଢ଼ା – ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ୨-ସରିଲା ହୋଲି, ଏବେ ନେତା ହେବେ ପିପିଲି ମୁହାଁ । ଜୋରଦାର ହେବ ପ୍ରଚାର । ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ୩-କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଲା ବଡ ସୂଚନା । ୮ ରାଜ୍ୟରେ ବୋଲମାନୁନି କରୋନା । ଚିହ୍ନଟ ହେଉଛନ୍ତି ୮୪ ପ୍ରତିଶତରୁ ଅଧିକ ସଂକ୍ରମିତ । […]

ଆଜିର ଅନୁଚିନ୍ତା

➡️ଯେଉଁଠି ବିଶ୍ବାସର ମୂଲ୍ୟ କିଛି ନଥାଏ ସେଇଠି ସମ୍ପର୍କର ମୂଲ୍ୟ ଖୋଜିବା ବୃଥା ଅଟେ । ➡️ପୃଥିବୀର ଅନେକ ରହସ୍ୟ ମଣିଷ ଉଦ୍ଘାଟନ କରିଛି, ହେଲେ ବଞ୍ଚିବାର ବାଟକୁ ଛାଡିକି ! ➡️କୌଣସି ଧର୍ମ ସଙ୍କଟରେ ନାହିଁ ସଙ୍କଟରେ ଅଛି ପେଟ ସଙ୍କଟରେ ଅଛି ଚାକିରୀ ସଙ୍କଟରେ ଅଛି ସମାଜ ସଙ୍କଟରେ ଅଛି ଦେଶ ଆଉ ମହାସଙ୍କଟରେ ଅଛି ଦେଶର ଶିକ୍ଷିତ ବେକାର ପୁଅ ଝିଅ ମାନଙ୍କର ଭବିଷ୍ୟତ ! ➡️ବିଶ୍ବାସ ଗଢିବାକୁ ଯେତେ ସମୟ ଲାଗୁ […]