Browsing yearly archive

2021

ଆଜିର ରାଶିଫଳ

ମାର୍ଚ୍ଚ ମାସ ୦୯ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଫାଲଗୁନ ମାସ-କୃଷ୍ଣପକ୍ଷ,ତିଥି-ଏକାଦଶୀ,ନକ୍ଷତ୍ର-ଉତ୍ତରାଷ।ଢ଼ା, ସିଂହ ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର, ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧଶିମ୍ବ ପୋଇ ଭକ୍ଷଣ ନିଷେଧ। ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ବୃଷ:-ଆଜି ଧନ ଓ କାର୍ଯ୍ୟହାନୀ ହୋଇପାରେ। […]

ବାରଙ୍ଗରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବାରଙ୍ଗ,୮/୩(ଏସଏସନିୟୁଜ)ଆନ୍ତର୍ଜାତୀୟ ମହିଳା ଦିବସ ଭୁବନେଶ୍ୱର ଉପକଣ୍ଠ କେନ୍ଦୁପାଟଣା ଗ୍ରାମ ଡ୍ରିମ୍ ଭିଲାରେ ପାଳନ ହୋଇଯାଇଛି।ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଏହି ଦିବସ ପାଳନ କରାଯାଏ।ଆଜିର ଏହି କାର‌୍ୟ୍ୟକ୍ରମରେ ଅଞ୍ଚଳର ବହୁ ମହିଳା ଓ ଯୁବତୀ ଯୋଗ ଦେଇଥିଲେ।ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ ହୋଇଥିଲା।ପରେ ଏଥିରେ ସଠିକ୍ ଉତରଦାତାଙ୍କୁ ପୁରସ୍କୃତ କରାଯାଇଥିଲା।ଏଥିସହ ପିଲାମାନଙ୍କ ଦ୍ଵାରା […]

ବଦଳିଲେ ଟୁଇନ୍‌ସିଟି ପୋଲିସ କମିସନର

ଭୁବନେଶ୍ୱର,୮/୩(ସତ୍ୟସନ୍ଧାନ ଡେସ୍କ)୧୯୯୫ବ୍ୟାଚ ଆଇପିଏସ ସୈାମେନ୍ଦ୍ରକୁମାର ପ୍ରିୟଦର୍ଶୀ ଟୁଇନସିଟିର ହେଲେ ନୁଆ ପୋଲସି କମିସନର ।୧୯୯୦ର ଆଇପିଏସ ସୁଶାଂଶୁଷଡଙ୍ଗୀଙ୍କୁ ବଦଳି କରାଯାଇ ପୋଲିସ ଗୃହନିର୍ମାଣର ସିଏମଡି ଭାବେ ଅବସ୍ଥାପିତ କରାଯାଇଛି ।ସେହିଭଳିଭାବେ ୧୯୮୮ବ୍ୟାଚ ଆଇପିଏସ ଏମ୍ ଅକ୍ଷୟ ହେଲେ ଅଗ୍ନିଶମ ଡିଜି ।ତେବେ ସୈାମେନ୍ଦ୍ରକୁମାର ପ୍ରିୟଦର୍ଶୀ ସୋମବାର ଦିନ ଦାୟିତ୍ୱ ନେବେ ବୋଲି ଜଣାପଡିଛି ।  

କରୋନାରେ ଆକ୍ରାନ୍ତ ହେଲେ ଦିଲୀପ ରାୟ

ଭୁବନେଶ୍ୱର,୮ /୩(ଏସଏସନିୟୁଜ)ଦିଲ୍ଲୀପ ରାୟ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି ।ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କର କରୋନା ପଜିଟିଭ୍ ହୋଇଥିବା ନେଇ ନିଜେ ଟ୍ୱିଟ କରି କହିଛନ୍ତି । ସେ କହିଛନ୍ତି ଯେ , କୋଭିଦର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ, ମୁଁ ନିଜକୁ ପରୀକ୍ଷା କଲି ଏବଂ ରିପୋର୍ଟଟି ସକାରାତ୍ମକ ଥିଲା। ମୋର ସ୍ୱାସ୍ଥ୍ୟ ଭଲ ଅଛି ଏବଂ ଡାକ୍ତରଙ୍କ ପରାମର୍ଶରେ ମୁଁ ନିଜକୁ ଅଲଗା କରିଦେଇଛି । ଆମେ ସତର୍କ ନରହିଲେ ଆମ ତଥା ଆମର […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୦୮ ତାରିଖ ୨୦୨୧ ମସିହା(ସୋମବାର),ଫାଲଗୁନ ମାସ-କୃଷ୍ଣପକ୍ଷ,ତିଥି-ଦଶମୀ, ନକ୍ଷତ୍ର-ପୂର୍ବାଷ।ଢ଼ା ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର, ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କଳମ ଶିମ୍ବ ଶାଗ ଭକ୍ଷଣ ନିଷେଧ ।  ମେଷ:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ […]

ଆଜିର ଅନୁଚିନ୍ତା

➡️ଭାଷା ମନୁଷ୍ୟର ବ୍ୟବହାର ଓ ସଂସ୍କାର ପ୍ରକାଶ କରେ, ଚେହେରା ତ କେବଳ ଅଭିନୟ ହିଁ କରେ । ➡️ସୁନା ଆଉ ପିତ୍ତଳ ଦେଖିବାକୁ ପ୍ରାୟ ଏକାପରି କିନ୍ତୁ ସୁନା ଆଉ ପିତ୍ତଳ ଚିହ୍ନିବାରେ ଭୁଲ୍ କଲେ ଦୋଷ ନିଜର । ➡️ଏ ମୋହ ମାୟା ସଂସାରରୁ କିଏ କେତେବେଳେ ଚାଲିଯିବ କହି ହେବ ନାହିଁ,ସେଥିପାଇଁ ସବୁବେଳେ ଭଗବାନଙ୍କ ନାମ ନିଅନ୍ତୁ, ଖୁସି ରୁହନ୍ତୁ ଜୀବନକୁ ଉପଭୋଗ କରନ୍ତୁ.. ➡️ଜୀବନରେ ଗୋଟିଏ କଥା ସବୁବେଳେ ମନେରଖିଥିବେ ସହିବାର […]

ସାବାସ ଖାନ

ବାରଙ୍ଗ,୭/୩(ଏସ୍‌ଏସ୍‌ନିୟୁଜ)ସାମାନ୍ୟ କେତେଟା ଟଙ୍କା ପାଇଁ ଭାଇ ଭାଇକୁ ମାରିବାକୁ ପଛାଉନଥିବାର ବହୁଳ ଦୃଷ୍ଟାନ୍ତ ରହିଛି ।କିନ୍ତୁ ରବିବାର ଦିନ ନନ୍ଦନକାନନରେ ଏକ ନିଆରା ଘଟଣା ଘଟିଛି । ୨ଭରି ଓଜନର ସୁନାଚେନ୍ ସହ ୨୨ଶହ ଟଙ୍କା ଭର୍ତି ମନିପର୍ସ ଫେରାଇ ସଚ୍ଚୋଟତାର ପରିଚୟ ଦେଇଛନ୍ତି ନନ୍ଦନକାନନର ବନପାଳ ଜି .ଏଫ୍ ଖାନ୍ ।ତାଙ୍କର ଏହି ବଦାନ୍ୟତା ପାଇଁ ସବୁଆଡୁ ତାଙ୍କୁ ସାବାସି ମିଳିଛି । ଘଟଣା ଥିଲା ଏହିପରି । ରବିବାରଦିନ ମଧ୍ୟାନ୍ନରେ ବ୍ରହ୍ମପୁର ଅଂଚଳର ଏକ […]

ହଳଦି ଗାଁ ରେ ବାଘ

୧-ଛାତରୁ ଖସିପଡି ସ୍ୱର୍ଣ୍ଣ ଋଣ ପ୍ରଦାନକାରୀ କମ୍ପାନୀ Muthut ଗ୍ରୁପର ଚେୟାରମ୍ୟାନ୍ ଙ୍କ ମୃତ୍ୟୁ ୨-ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ପରେ ହେବ ନନ୍ଦିଗ୍ରାମ ନିଷ୍ପତ୍ତି । ୩-ନନ୍ଦିଗ୍ରାମରେ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ହରାଇବେ କହିଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ୪-ଗତକାଲି ଧାନ ସଂଗ୍ରହ ର ଶେଷ ଦିନରେ ନୀଳଗିରିର ନିଜଗଡ଼ ସେବା ସମବାୟ ସମିତି ଅଫିସ ଆଗରେ ବିଷ ବୋତଲ ଧରି ଧାରଣାରେ ବସିଲେ ଚାଷୀ […]

ଆଜିର ଅନୁଚିନ୍ତା

➡️ମଣିଷ ରାଜ ମହଲରେ ରହୁ କି ତାଜମହଲରେ ରହୁ ଯଦି ମନରେ ଶାନ୍ତି ନାହିଁ ରାଜ ମହଲରେ ରହିବାର କିଛି ମୂଲ୍ୟ ନାହିଁ । ➡️ଅସହାୟର ସାହାର ହୁଅ, ପଥଭ୍ରଷ୍ଟଙ୍କ ଦିଗଦର୍ଶକ ହୁଅ; ନିଜ ପାଇଁ ବଞ୍ଚିଲେ କି ଲାଭ, ଯଦି ପାରୁଛ ହଜାରଙ୍କ ପାଇଁ ବଞ୍ଚିବା ଶିଖ । ➡️ହଜାରଥର ଅସଫଳ ହୁଅ, କଠୋର ପରିଶ୍ରମ ଆଉ ସକାରାତ୍ମକ ଚିନ୍ତାଧାରା ଥିଲେ ସଫଳତା ଦିନେ ନିଶ୍ଚୟ ମିଳିବ । ➡️ଆପଣଙ୍କ ଭବିଷ୍ୟ ଆପଣଙ୍କ ଆଜିର କର୍ମଦ୍ବାରା […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୦୭ ତାରିଖ ୨୦୨୧ ମସିହା(ରବିବାର)ଫାଲଗୁନ ମାସ-କୃଷ୍ଣପକ୍ଷ,ତିଥି-ନବମୀ, ନକ୍ଷତ୍ର-ମୂଳା, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଲାଉ,କଳମ ଶାଗ ଭକ୍ଷଣ ନିଷେଧ ।  ମେଷ:-ଆଜି ଗୃହ ଉପକରଣ ଓ କିଛି ଦରକାରି ଦ୍ରବ୍ୟକ୍ରୟ କରି ଖର୍ଚାନ୍ତ ହୋଇପାରନ୍ତି ।ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ । […]