Browsing yearly archive

2021

ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮/୧୧(ଏସଏସନିୟୁଜ)କୋଭିଡ୍-୧୯ ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି. ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଥିଲେ ଯେ […]

ସୁପାରୀ କିଲର ଗିରଫ

ଭୁବନେଶ୍ୱର, ୨୮/୧୧(ଏସଏସନିୟୁଜ) ଜଣେ ଖଣି ବ୍ୟୟସାୟୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବାବେଳେ ନୟାପଲ୍ଲୀ ଅଞ୍ଚଳରୁ ସୁପାରି କିଲର ସହିତ ୨ ପିସ୍ତଲ ଗୁଳି ଜତବ କରିଛି କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ଜଗତସିଂହପୁର ଅଞ୍ଚଳର ହୋଇଥିବା ବେଳେ ଜଗତସିଂହୁପର, କଟକ ଓ କେନ୍ଦ୍ରାପଡ଼ାରେ ଅଭିଯୁକ୍ତ ବିରୋଧରେ ଏକାଧିକ ମାମଲା ଥିବା ଜଣାପଡିଛି ।ତେବେ ପୋଲିସ ଧରିଲାବେଳେ ସେ ପୋଲିସକୁ ବନ୍ଧୁକ ଦେଖାଇଥିଲା ।

ସର୍ଟସର୍କିଟରେ ଜଳିଗଲା ୬ବଖରା ଚାଳଘର

ମେଣ୍ଢାଶାଳ,୨୭/୧୧(ଏସଏସନିୟୁଜ)ଶୁକ୍ରବାରବିଳମ୍ବିତ ରତିରେ ଚନ୍ଦକାଥାନା ଅର୍ନ୍ତଗତ ଗିରିଙ୍ଗାପୁଟ ଆଦିବାସୀସାହିରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ୬ବଖରା ଘର ପୋଡିଯାଇଛି ।ଗ୍ରାମର ଲକ୍ଷ୍ମୀମାଝୀ ଓ ଗଣେଶ ମାଝୀଙ୍କ ଚାଳଘରେ ସର୍ଟସର୍କିଟ ଯୋଗୁ ନିଆଁ ଲାଗି ଘରମଧ୍ୟରେ ଥିବା ଆସବାସ ପତ୍ର ସହ ଧାନଚାଉଳ,ବାସନକୁସନ,ଲୁଗାପଟା ସବୁ ପୋଡି ପାଉଁଶ ହୋଇଯାଇଛି । ଖବର ମିଲିବାପରେ ମେଣ୍ଢାଶାଳ ରାଜସ୍ୱନିରିକ୍ଷକ ଅମରେନ୍ଦ୍ର ମହାରଥି ଘଟଣାସ୍ଥଳରେ ପହଁଚି କ୍ଷୟକ୍ଷତିର ବିବରଣୀ ସଂଗ୍ରହ କରିବା ସହ ବିପନ୍ନ ପରିବାରକୁ ପଲଥିନ ପ୍ରଦାନ କରିଛନ୍ତି ।ଅନ୍ୟପଟେ ମେଣ୍ଢାଶାଳ ଗ୍ରାମର […]

ଚୋରାଚାଳଣ ବେଳେ ଜଙ୍ଗଲରୁ ଶାଗୁଆନ କାଠ ଜବତ

ଗଂଜାମ , ୨୭/୧୧(ଏସଏସନିୟୁଜ) ଜଙ୍ଗଲରୁ ଶାଗୁଆନ ଗଛ କାଟି ତାକୁ ଚୋରାଚାଳଣ କରିବାକୁ ଉଦ୍ୟମ କରୁଥିବାବେଳେ ଟ୍ରାକ୍ଟର ବୋଝେଇ କାଠକୁ ଜବତ କରିବାରେ ସକ୍ଷମ ହୋଇଛି ବନବିଭାଗ ।କିନ୍ତୁ କୈାଶଳକ୍ରମେ ଚାଳକସହ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତିା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ସୋଲଣ୍ଡି ସଂରକ୍ଷିତ ଜଙ୍ଗଲରେ ଶାଗୁଅନ କାଠ ଚୋରାଚାଳଣ ହେଉଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବନବିଭାଗ କର୍ମଚାରୀମାନେ ଚଢ଼ଉ କରି କାଠବେଝେଇ ଟ୍ରାକ୍ଟରକୁ ଜବତକରିଥିଲେ ।ଜବତ କାଠର ଆନୁମାନିକ ମୁଲ୍ୟ ପ୍ରାୟ ୬୦ […]

ବିଜେଡିର ମିଶ୍ରଣ ପର୍ବ

ଗଞ୍ଜାମ, ୨୭/୧୧(ଏସଏସନିୟୁଜ)ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମପଞ୍ଚାୟତର ଖୋଳଖାଳି ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ର ପାଞ୍ଚଶହ ପରିବାର ବିଜେପି ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଓ ଶୁସାଶନରେ ଅନୁପ୍ରାଣିତ ହୋଇ ଆଜି ଖୋଳଖାଳି ଗ୍ରାମର ପିଜେପି ନେତା କାର୍ତ୍ତିକ ସାହାଣୀ ଙ୍କ ନେତୃତ୍ୱରେ ଏକ ହଜାରରୁ ଉର୍ଦ୍ଧ ବିଜେପି କର୍ମୀ ଆଜି ବିଦ୍ଧିବଦ୍ଧ ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିରେ […]

ବିଡିଓଙ୍କୁ ଦାବୀପତ୍ରଦେଲେ ଓଡିଶା ପାଇପ ଜଳ କର୍ମଚାରୀ ସଂଘ

ଆସିକା , ୨୭/୧୧(ଏସଏସନିୟୁଜ)ଗଞ୍ଜମ ଜିଲ୍ଲା ଆସିକା ବ୍ଲକରେ କାଯ୍ୟରତ ଓଡିଶା ପାଇପ ଜଳ କର୍ମଚାରୀ ମାନେ ବିଭିନ୍ନ ଦାବି ପୂରଣ ପାଇଁ ବିଡିଓଙ୍କ ମାଧ୍ୟମରେ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।ସେମାନଙ୍କ ମୁଖ୍ୟ ଦାବି ଗୁଡିକ ହେଲା ତାଙ୍କୁ ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ର ମାନ୍ୟତା ପ୍ରଦାନ କରାଯାଉ,ସେମାନଙ୍କ ଦଶ ବର୍ଷର ବକେୟା ପାରିଶ୍ରମିକ ଦିଆ ଯାଉ,କାଯ୍ୟକରୁଥିବା ସମୟରେ କୌଣସି କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉ,ସମାନ […]

ବୋହୁର ଆକ୍ରମଣରେ ଶଶୁର ଗୁରୁତର

ଆସିକା , ୨୭/୧୧(ଏସଏସନିୟୁଜ)ଗଞ୍ଜାମ ଜିଲ୍ଲା ଆସିକା ଥାନା ପାଣ୍ଡିଆପଥର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣାା ପାରିବାରିକ ଘଟଣାକୁ ନେଇ ବୋହୁର ଆକ୍ରମଣର ଶିକାର ହୋଇ ଶଶୁର ଆସିକା ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।ଗୁରୁତର ଶଶୁର ଜଣକ ହେଲେ ପାଣ୍ଡିଆପଥର ଗ୍ରାମର ବୃନ୍ଦାବନ ରଣା। ସୂଚନା ଅନୁସାରେ ଭଡା ଘରେ ରହୁଥିବା ବୃନ୍ଦାବନ ରଣା ନିଜ ଘରେ ରହୁଥିବା ବୋହୁ ପାଖକୁ ଯାଇଥିଲେ।ଘରେଥିବା ବୋହୁ ଝୁନୁ ରଣା ଓ ଝୁନୁଙ୍କ ଭେଣୋଇ ମିଶି ବୃନ୍ଦାବନ ଓ […]

୨୬ ଛାତ୍ରୀ କରୋନା ପଜିଟିଭ୍

ମୟୁରଭଞ୍ଜ, ୨୭/୧୧(ଏସଏସନିୟୁଜ) ମୟୁରଭଞ୍ଜ ଠାକୁରମୁଣ୍ଡା ବ୍ଲକ୍ ର ଚମକପୁର ଆଦିବାସୀ ବାଳିକା ସ୍କୁଲରୁ ଏହି ୨୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଆକ୍ରାନ୍ତ ହେବାର ଜଣାପଡିବାପରେ ଛାତ୍ରୀମାନଙ୍କୁ ବିଦ୍ୟାଳୟ ପରିସରରେ ସଙ୍ଗରୋଧରେ ରଖାଯିବା ସହ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯାଉଛି ।

ଠାବହେଲା ସେକ୍ସ ରାକେଟ୍,ଧରାହେଲେ ୩ ଯୁବତୀଙ୍କ ସହ ଗ୍ରାହକ

ଟିଟିଲାଗଡ଼ , ୨୭/୧୧(ଏସଏସନିୟୁଜ) ଶଗଡ଼ଘାଟ ସ୍ଥିତ ଦୈନିକ ବଜାର ନିକଟରେ ଚାଲିଥିଲା ସେକ୍ସ ରାକେଟ ଉପରେ ଅଚାନକ ପୋଲିସ ଚଢଉ କରିଥିଲା ।ଚଢଉ କରି ଆପତ୍ତିଜନକ ଅବସ୍ଥାରେ ୩ ଯୁବତୀଙ୍କ ସହ ୨ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।ସେମାନଙ୍କ ମଧ୍ୟରେ ଜଣେ ଗ୍ରାହକ ଓ ଜଣେ ଦଲାଲ ରହିଥିବାର ଜଣାପଡିଛି । ଯୁବତୀମାନେ ଭୁବନେଶ୍ୱର ଓ ବୌଦ୍ଧ ଅଞ୍ଚଳର ବୋଲି ଜଣାପଡିଛି ।

ପୋଲିସ ହାତରେ ଧରାପଡିଲେ ୪ ଧଳାଜହର ବେପାରୀ

ଖୋର୍ଦ୍ଧା,୨୭/୧୧(ଏସଏସନିୟୁଜ) ଧଳାଜହର ବିକ୍ରି ପାଇଁ ଡିଲ୍ ହେଉଥିବା ବେଳେ ବାଘମାରୀ ଥାନା ପୋଲିସ ମାଡ଼ି ବସିଲା ।ଏହାସହ ଘଟଣାସ୍ଥଳରୁ । ୪ ବେପାରୀଙ୍କୁ ଗିରଫ କରିବାସହ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାମୁଲ୍ୟର ୨୭ ଗ୍ରାମ ବ୍ରାଉନ ସୁଗର ଜବତ କରିବାରେ ସକ୍ଷମ ହୋଇଥିଲା । ପୋଡାଡିହ ଗ୍ରାମର ମା ମଙ୍ଗଳା ମନ୍ଦିର ନିକଟରେ ବ୍ରାଉନସୁଗର ବେପାର ହେଉଥିବାର ଖବର ପାଇ ପୋଲିସ ଅଚାନକ ଚଢଉ କରିଥିଲା । ଚିନ୍ମୟ କୁମାର ବାଡି ଓରଫ ଚିନୁ ,ଅଜୟ କୁମାର […]