Browsing yearly archive

2021

ଖୋର୍ଦ୍ଧାରୋଡ ରେଳମଣ୍ଡଳର ପକ୍ଷରୁ ଆରମ୍ଭ ହେଲା ସିମେଣ୍ଟ ପରିବହନ

ଜଟଣୀ,୧୮/୨(ଏସଏସନିୟୁଜ) ଖୋର୍ଦ୍ଧାରୋଡ ରେଳମଣ୍ଡଳ ସିମେଣ୍ଟ ପରିବହନ ଆରମ୍ଭ କରିଛି । ପ୍ରଥମଥରଲାଗି ମହାମାରୀ ପରେ ଯାଜପୁର,କେଉଁଝର ଓ ହରିଦାସପୁରରୁ ଆଦି ୩ଟି ସ୍ଥାନରୁ ସିମେଣ୍ଟ ପରିବହନ ଆରମ୍ଭ କରିଛି ।ହରିଦାସପୁର ରାମକୋ ସାଇଡିଂରୁ ୨୧ଟି ୱାଗନ,ଯାଜପୁର ଓ କେଉଁଝର ରୋଡରୁ ୨୧ଟି ୱାଗନ ସିମେଣ୍ଟର ଗୋଟିଏ ରେକ୍ ପରିବହନ କରିଛି ।ସେହିପରି ୨୧ଟନ୍ ୱାଗନର ୧୩୮୦ଟନ୍ ସିମେଣ୍ଟ ରେକ୍ ଯାଜପୁର-କେଉଁଝର ରୋଡରୁ ପ୍ରଥମଥର ଲୋଡ ହୋଇ ପଶ୍ଚିମବଙ୍ଗର ଡାଙ୍କୁଣିକୁ ପରିବହନ କରାଯାଇଛି । ବ୍ୟବସାୟ ବିକାଶ ୟୁନିଟ୍ […]

ଶିଶୁପାଳ ହୋଇ କନ୍ୟାର ସାନ ଭଉଣୀକୁ ବାହାହେଲା ବର,ତାପରେ…

ମୁଖୀଗୁଡା,୧୭/୨(ସତ୍ୟସନ୍ଧାନ ଡେସ୍କ) ଆସିଥିଲେ ଖୁସିରେ ବାହା ହେବା ପାଇଁ  । ବାଜା ବାଜିଥିଲା ,ବାଣ ଫୁଟିଥିଲା ,ରୋଷଣୀ କରି ଆସିଥିଲେ ବାର ।  ହେଲେ ବେଦିରେ କନ୍ୟା ନ ଥିଲା। କନ୍ୟା ଫେରାର ହୋଇ ଯାଇଥିଲା। ଶେଷରେ କନ୍ୟାର ନାବାଳିକା ଭଉଣୀକୁ ବିବାହ କରିଥିଲା ବର। ଏହି ଖବର ଜୟପାଟଣା ପୁଲିସ ଏବଂ ସିଡ଼ିପିଓଙ୍କ ନିକଟରେ ପହଞ୍ଚିବା ପରେ ନାବାଳିକାକୁ ଉଦ୍ଧାର କରାଯାଇ ବାପା ମାଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନାରୁ ପ୍ରକାଶ ଯେ, ଗତ କାଲି ଜୟପାଟଣା […]

୧୯ରେ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ

କୋଣାର୍କ,୧୭/୨(ଏସଏସନିୟୁଜ) ଚଳିତବର୍ଷ ୧୯ରେ କୋଣାର୍କ ନାଟ୍ୟ ମଣ୍ଡପରେ ଆୟୋଜିତ ହେବାକୁ ଯାଉଛି ୩୫ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ । କରୋନା କଟକଣା ଯୋଗୁଁ ୩ ଦିନ ଧରି ହେଉଥିବା ଏହି ନୃତ୍ୟ ଓ ସଙ୍ଗୀତ ଉତ୍ସବ କୁ ଚଳିତ ବର୍ଷ ଗୋଟିଏ ଦିନ ୧୯ ତାରିଖ ରେ ଅନୁଷ୍ଠିତ ହେବ । ଏହି ନୃତ୍ୟ ଓ ସଙ୍ଗୀତ ଉତ୍ସବ ରେ ସାହିତ୍ୟ ଉତ୍ସବ, ଘଣ୍ଟମର୍ଦନ, ଓଡିଶିନୃତ୍ୟ,କଥକ ନୃତ୍ୟ ପରିବେଷଣ କରାଯିବ,ତା ସହିତ କରୋନା […]

ହୋଲିବେଶରେ ଦର୍ଶନ ଦେଲେ ସାକ୍ଷୀଗୋପିନାଥ

ସାକ୍ଷୀଗୋପଳ,୧୭/୨(ଏସଏସନିୟୁଜ) ହୋଲିବେଶରେ ଦର୍ଶନ ଦେଲେ ସାକ୍ଷୀଗୋପିନାଥ ।ସରସ୍ୱତୀ ପୂଜା ଠାରୁ ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ସାକ୍ଷୀଗୋପିନାଥ ଦେବ ଭକ୍ତମାନଙ୍କୁ ହୋଲି ବେଶରେ ଦର୍ଶନ ଦେବା ଆରମ୍ଭ କରିଛନ୍ତି । ଦୁତୀୟ ବୈଷ୍ଠବ କ୍ଷେତ୍ର ଭାବେ ବେଶ ଜଣାଶୁଣା । ମଙ୍ଗଳବାର ସନ୍ଧ୍ୟା ଧୂପରେ ଚଳନ୍ତି ପ୍ରତିମା ମଦନମୋହନ ଓ ଦୋଳଗୋବିନ୍ଦ ଅରୁଣଖୁମ୍ଭ ପାଖରେ ପୂଜା ପାଇବେ । ସେଠାରେ ଉପଜାର , ଜାତଭୋଗ ଓ ବେଶ କରାଯିବା ସହ ଠାକୁର ଘୋଡଲାଗି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ସାକ୍ଷୀଗୋପାଳ […]

ଆଜିର ଅନୁଚିନ୍ତା

➡️ଯଦି ପୃଥିବୀକୁ ସଂଶୋଧନ କରିବାକୁ ଚାହଁ, ତେବେ ଆଗ ନିଜ ଜାତିକୁ ସଂଶୋଧନ କର, ନିଜ ଜାତିକୁ ସଂଶୋଧନ କରିବାକୁ ଯଦି ଅଭିଳାଷ ଥାଏ, ତେବେ ଆଗେ ନିଜେ ନିଜର ପରିବାରକୁ ସଂଶୋଧନ କର । ନିଜ ପରିବାରକୁ ଯଦି ସଂଶୋଧନ କରିବାକୁ ଚାହଁ ତେବେ ଆଗେ ନିଜକୁ ସଂଶୋଧନ କର !! ➡️ଯେଉଁ ଲୋକ ଅନ୍ୟପ୍ରତି ସ୍ନେହ, ଶ୍ରଦ୍ଧ ଦେଖାଏ ନାହିଁ, ସେହି ଲୋକର ଭାଗ୍ୟରେ ‘ଆଶୀର୍ବାଦ’ ବୋଲି ଗୋଟିଏ କଥା ଲେଖା ନାହିଁ !! […]

ଆଜିର ରାଶିଫଳ

ଫେବୃଆରୀ ୧୭ ତାରିଖ ୨୦୨୧ ମସିହା(ବୁଧବାର),ମାଘମାସ-ଶୁକ୍ଳପକ୍ଷ,ତିଥି- ଷଷ୍ଠୀ,ନକ୍ଷତ୍ର- ଅଶ୍ଵିନୀ,ମେଷ ରାଶି ର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର, ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ନିମ୍ବ ଭକ୍ଷଣ ନିଷେଧ । ମେଷ:-ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ:-ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ […]

ପୁଣି ପ୍ରବଚନ ଦେବେ ସାରଥୀ !

ଖବର ଆଜିର,ତାରିଖ ୧୭-୦୨-୨୦୨୧ ବୁଧବାର ୧-ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ : ରାଉରକେଲାରେ ଆନ୍ତର୍ଜାତିକ ମାନର ହକି ଷ୍ଟାଡିଅମର ଶିଳାନ୍ୟାସ ,, ଷ୍ଟାଡିଅମକୁ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କଲେ । ୨-ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ କାଠ ଅନୁକୂଳ । ୩ଖଣ୍ଡ ୧୨ ଫୁଟିଆ ଧଉରା କାଠ ଅନୁକୂଳ କଲେ ରାଜପୁରୋହିତ । ୩– ଶୁକ୍ରବାର ସୁପ୍ରିମକୋର୍ଟରେ ହେବ କୋଟିଆ ବିବାଦର ଶୁଣାଣୀ . ୪-ଟୁଲକିଟ୍ ମାମଲା ; ପୋଲିସ ରିମାଣ୍ଡରେ ଥାଇ ପରିବାର ଲୋକଙ୍କ ସହ […]

‘ସୋମନାଥଙ୍କୁ ସୁମରିଲେ ମନେ’ ଭଜନ କ୍ୟାସେଟ ଉନ୍ମୋଚିତ

ବାରଙ୍ଗ,୧୬/୨(ଏସ୍‌ଏସ୍‌ନିୟୁଜ)ପବିତ୍ର ଶ୍ରୀ ପଂଚମୀ ଅବସରରେ ମା ଯୋଗମାୟାଟ୍ରାଭେଲ୍ସ ଓ ସତ୍ୟସନ୍ଧାନ ୱେବ୍‌ଚ୍ୟାନେଲ ପ୍ରାୟୋଜିତ ଶିବଙ୍କ ଉପରେ ଆଧାରିତ ଭଜନ ‘ସୋମନାଥଙ୍କୁ ସୁମରିଲେ ମନେ’ ନାମରେ ଭିଡିଓ କ୍ୟାସେଟ ଉନ୍ମୋଚିତ ହୋଇଯାଇଛି ।ଏହାକୁ ଆନୁଷ୍ଠାନିକଭାବେ ନନ୍ଦନକାନନ ଉପ-ନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ,ସହକାରୀ ନିର୍ଦ୍ଦେଶକ ଅମୁଲ୍ୟ କୁମାର ପରିଡା,ନନ୍ଦନକାନନଥାନା ଅଧିକାରୀ ବିଶ୍ୱରଞନସେନାପତି,ସତ୍ୟସନ୍ଧାନର ମୁଖ୍ୟସମ୍ପାଦକ ତ୍ରିଲୋଚନରାଉତ,ସାମ୍ବାଦିକ କମଳା କାନ୍ତରାଉତ ଓ ଜଗନ୍ନାଥଭଞ ପ୍ରମୁଖ ଅତିଥିଭାବେ ଯୋଗଦାନ କରି ଉନ୍ମୋଚନ କରିଛନ୍ତି । ଯୁବ ନିର୍ଦ୍ଦେଶକ ଶଶିକାନ୍ତନାୟକ ନିର୍ଦ୍ଦେଶନା ଦେଇଥିବାବେଳେ ବିଶ୍ୱଜିତ […]

ଗୋ ବ୍ୟାକ୍ ମୋଦୀ’ ଲେଖି ଫସିଲେ ଅଭିନେତ୍ରୀ

ସକାଳର ଖବର ତାରିଖ ୧୬/୦୨/୨୦୨୧,ମଙ୍ଗଳବାର ୧-ମୁଖ୍ୟମନ୍ତ୍ରୀ ଆଜି ରାଉରକେଲାରେ ବିପିୟୁଟି ପରିସର‌ରେ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର କରିବେ। ୨-ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ପରମ୍ପରା ମୁତାବକ ଆଜି ପବିତ୍ର ବସନ୍ତ ପଞ୍ଚମୀ‌ରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଶ୍ରୀମନ୍ଦିର ସମ୍ମୁଖ ରଥଖଳା ପ୍ରସ୍ତୁତ ହୋଇଛି। ୩-ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ପରାମର୍ଶ : ଦିନକୁ ୧୪ ଘଣ୍ଟା ପାଠ ପଢ଼ ।କରୋନା ମହାମାରୀ ‌ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷ ପ୍ରଥମଥର ଲାଗି […]

ତ୍ରିଶୁଳୀଆ ଛକରେ ଟାୟାର ଜାଳି ରାସ୍ତାରେ ବସିଲେ କଂଗ୍ରେସ କର୍ମୀ

ବାରଙ୍ଗ୧୫/୨(ଏସଏସନିୟୁଜ):ସୋମବାର ଦିନ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା।ସକାଳ ୭ ଟା ରୁ ଅପରାହ୍ନ ୨ ଟା ପର‌୍ୟ୍ୟନ୍ତ ସମଗ୍ର ଓଡ଼ିଶା ରେ ବନ୍ଦ ପ୍ରଭାବ ପଡ଼ିଥିଲା।ସେହିପରି ବାରଙ୍ଗ ବ୍ଲକ ୩୨ ନମ୍ବର ଜୋନ୍ କଂଗ୍ରେସ ର କର୍ମୀମାନେ ତ୍ରିଶୁଳୀଆ ଛକ ଠାରେ ଟାୟାର ଜାଳି ରାସ୍ତାରୋକ କରିବା ସହ କେନ୍ଦ୍ର ସରକାରଙ୍କ ଜନମାରଣ ନିତୀ ବିରୁଦ୍ଧରେ ‌ଶ୍ଲୋଗାନ ଦେଇଥିଲ।ଫଳରେ ବାରଙ୍ଗ ଭାୟା କଟକ ଭୁବନେଶ୍ବର ଓ ବାରଙ୍ଗ ଭାୟା ବାଙ୍କୀ ବାଲିକୁଦା […]