ଆଜିର ଅନୁଚିନ୍ତା

ତାରିଖ : ୧୭-୦୨-୨୦୨୧

➡️ଯଦି ପୃଥିବୀକୁ ସଂଶୋଧନ କରିବାକୁ ଚାହଁ, ତେବେ ଆଗ ନିଜ ଜାତିକୁ ସଂଶୋଧନ କର, ନିଜ ଜାତିକୁ ସଂଶୋଧନ କରିବାକୁ ଯଦି ଅଭିଳାଷ ଥାଏ, ତେବେ ଆଗେ ନିଜେ ନିଜର ପରିବାରକୁ ସଂଶୋଧନ କର । ନିଜ ପରିବାରକୁ ଯଦି ସଂଶୋଧନ କରିବାକୁ ଚାହଁ ତେବେ ଆଗେ ନିଜକୁ ସଂଶୋଧନ କର !!
➡️ଯେଉଁ ଲୋକ ଅନ୍ୟପ୍ରତି ସ୍ନେହ, ଶ୍ରଦ୍ଧ ଦେଖାଏ ନାହିଁ, ସେହି ଲୋକର ଭାଗ୍ୟରେ ‘ଆଶୀର୍ବାଦ’ ବୋଲି ଗୋଟିଏ କଥା ଲେଖା ନାହିଁ !!
➡️ଅନ୍ୟକୁ ଘୃଣା କରିବାଟା ଯାହାର ଦୈନନ୍ଦିନ କାମ ହୋଇଯାଇଛି, ତାହାଠାରୁ ବଳି ଦୁଃଖୀ ଆଉ କେହି ନାହିଁ !!
➡️ଯାହାଠାରେ ସାଧୁତା ନାହିଁ, ଜ୍ଞାନ ମଧ୍ୟ ତାର କ୍ଷତି କରେ !!
➡️ସମ୍ମାନ କେହି କାହାକୁ ଦିଏ ନାହିଁ – ନିଜର କାର୍ଯ୍ୟ ତାହାକୁ ଅର୍ଜନ କରେ !!
➡️ନିଜେ ଯାହା ତାହାଠାରୁ ଭିନ୍ନ ବୋଲି ଦେଖାଇ ହେବା ଲୋକଙ୍କ ସଂଖ୍ୟା ବଢିଗଲେ ସମାଜର ଘୋର୍ କ୍ଷତି ହୁଏ !!
➡️ସରଳତା ଓ ଗୋପନୀୟତା କେବେହେଲେ ବହୁକାଳ ଏକତ୍ର ରହିପାରିବେ ନାହିଁ !!
➡️ଯାହାର ସଚ୍ଚୋଟ ପଣିଆ ଅଛି, ସେ ବିବେକ ବିରୁଦ୍ଧରେ ଯାଉଥିବ କୌଣସି ପରାମର୍ଶ ଗ୍ରହଣ କରିବ ନାହିଁ ।
➡️ଅତ୍ୟାଚାର ବରଂ ସହିବା ସହଜ, ଅପମାନ ସହିବା ବହୁତ କଷ୍ଟ !!
➡️ଜାଲ ଭିତରେ ମାଛ ପଶିଗଲେ ତାହାର ଯେଉଁ ଦଶା ହୋଇଥାଏ, ଦରିଦ୍ର ଲୋକ ନ୍ୟାୟ ପାଇବା ପାଇଁ ଅଦାଲତ ଭିତରେ ପଶିଗଲେ ତାହାର ମଧ୍ୟ ସେହି ଦଶା ହୁଏ !!☘️ଜୟ ଜଗନ୍ନାଥ☘️

Comments (0)
Add Comment