Browsing yearly archive

2021

ଡାକ୍ତର ଓ କର୍ମଚାରୀମାନଙ୍କର ଦାୟିତ୍ୱ ଯାଂଚ କଲେ ଜିଲ୍ଲା ଆଇନସେବା ପ୍ରାଧିକରଣ ଟିମ୍‌

ବାରଙ୍ଗ,୨୨/୧୧(ଏସଏସନିୟୁଜ) ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଗଠିତ ୪ଜଣିଆ ଟିମ୍ ସୋମବାର ପ୍ରଥମକରି ବାରଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଅଚାନକ ଚଢ଼ାଉ କରିଥିଲେ।ଡାକ୍ତର ଓ କର୍ମଚାରୀ ମାନଙ୍କର ଦାୟିତ୍ୱ ଯାଂଚ କରିବା ଉଦ୍ଦେଶ୍ୟରେ ଅଚାନକ ଏହି ଟିମ୍ ପ୍ରଥମକରି ବାରଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଁଚିଥିଲା ।ଏହି ଟିମ୍ ଡାକ୍ତର ଖାନାରେ ପହଂଚିବାପରେ ସେଠରେ କେନ୍ଦ୍ର ମୁଖ୍ୟ ଡାକ୍ତର ମିନାକ୍ଷୀ ମାରାଣ୍ଡି, ଆୟୁଷ ଡ଼ାକ୍ତର ଉଷା ଆଶ୍ରମ ଷଡ଼ଙ୍ଗୀ,ଡ୍ରେସିଂ କର୍ମଚାରୀ ପ୍ରମୁଖ […]

୫ ବନ କର୍ମଚାରୀ ଆହତ

ଖୋର୍ଦ୍ଧା,୨୨/୧୧(ଏସ ଏସ ନିଉଜ) ହାତୀ ଆକ୍ରମଣରେ ୫ ବନ କର୍ମଚାରୀ ଆହତ ହୋଇଛନ୍ତି।ଏହି ଆହତ ମାନଙ୍କ ମଧ୍ୟରେ ଜଣେ ଏସିଏଫ୍ ଙ୍କ ସମେତ ୫ ବନବିଭାଗ କର୍ମଚାରୀ ଥିବାର ଜଣାପଡିଛି । ଜଙ୍କିଆ ଥାନା ଗୟାବନ୍ଧ ଗାଁ ନିକଟରେ ଏହି ଘଟଣା ଘଟିଛି । ହାତୀକୁ ଟ୍ରାଙ୍କୁଲାଇଜ କରି ପାଖକୁ ଯିବାବେଳେ ହାତୀଟି ଆକ୍ରମଣ କରିଥିଲା ।ଟ୍ରଙ୍କୁଲାଇଜ ପରେ ମଧ୍ୟ ହାତୀଟି ସଂପୂର୍ଣ୍ଣ ନିଶ୍ଚେତ ହୋଇ ନଥିବାରୁ ଏପରି ଅଘଟଣ ଘଟିଥିବାର ଜଣାପଡିଛି ।

ମେଡିକାଲରୁ ଫେରିବାବେଳେ ପୁଣି ଦୁର୍ଘଟଣା

ଆନନ୍ଦପୁର,୨୨/୧୧(ଏସ ଏସ ନିଉଜ) ଭାରସାମ୍ୟ ହରାଇ କାର ଟି ଗଛରେ ପିଟିହେବାରୁ କାର ରେ ଥିବା ୪ଜଣ ଗୁରୁତର ଆହତ ହୋଇଛନ୍ତି । ଆନନ୍ଦପୁର-କରଞ୍ଜିଆ ରାସ୍ତାର ଗୋଳାବନ୍ଧ ନିକଟରେ ଦୁର୍ଘଟଣା ଏହି ଦୁର୍ଘଟଣା ଘଟିଛି ।କଟକ ବଡ ମେଡିକାଲରୁ ସୁସ୍ତ ହୋଇ ଜାମସେଦପୁରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ୪ ଜଣଙ୍କୁ ଗରୁତର ଅବସ୍ଥାରେ ପୁଣି କଟକ ରେ ଭର୍ତି କରାଯାଇଛି ।  

ହାତୀ ପଲ ଭାଙ୍ଗିଲେ ଘର,ଖାଇଲେ ଧାନ

ସୁବର୍ଣ୍ଣପୁର,୨୨/୧(ଏସ ଏସ ନିଉଜ) ଏହି ଜିଲ୍ଲା କୁଦୋପାଲିରେ ଗତକିଛି ଦିନ ହେବ ୩୫ ଟିକିଆ ହାତୀପଲ ଉତ୍ପାତ କରିଚାଲିଛନ୍ତି।ଏହି ହାତୀ ପଲଙ୍କ ଯୋଗୁ ୮ ବଖରା ଘର ଭାଙ୍ଗି ଯାଇଛି।ଏହାସହ ଧାନ ବିଲରେ ଓ ବାଡ଼ିରେ ପଶି ଧାନ ଖାଇଯାଉଛନ୍ତି।ଏତିକିରେ ହାତୀ ପଲଙ୍କ ଉତ୍ପାତ କମିନାହିଁ, ୩ ବାଇକକୁ ମଧ୍ୟ ହାତୀପଲ କଚାଡ଼ି ଭାଙ୍ଗିଥିବା ଅଭିଯୋଗ ହୋଇଛି ।

ପୋଲିସ ପରିଚୟ ଦେଇ ଯୁବକଙ୍କୁ ଅପହରଣ

ବାରଙ୍ଗ,୨୧/୧୧(ଏସଏସନିୟୁଜ)ସାଙ୍ଗ ମାନଙ୍କ ସହ ଆସିଥିଲେ ବୁଲିବାକୁ।କିଛି ବ୍ୟକ୍ତି ସାଧା ପୋଷାକରେ ଆସି ପୋଲିସର ପରିଚୟ ଦେଇ ଯୁବକଙ୍କୁ ଅପହରଣ କଲେ।ଅଧବାଟରେ ମାଡ଼ ମାରି ଟଙ୍କା ଓ ମୋବାଇଲ ଛଡ଼ାଇ ନେଇ ଚଳନ୍ତା ଅଟୋରୁ ଠେଲି ଦେଲେ।ଏ କୌଣସି ଫିଲ୍ମ ର କାହାଣୀ ନୁହେଁ,ଏଭଳି ଘଟଣା ରବିବାର ନନ୍ଦନକାନନ ଥାନା ଅଧିନସ୍ଥ ନନ୍ଦନକାନନଛକରେ ଘଟିଛି । ସୂଚନାନୁସାରେ କଟକର ଏକ ଛାପା କାରଖାନାରେ ଦୀର୍ଘ ୨ ମାସ ହେବ କାର‌୍ୟ୍ୟ କରୁଥିବା ଗଜପତି ଜିଲ୍ଲା ଅଡବା ଥାନା ଆଶ୍ରୟ […]

ଗଂଜେଇ ଗଛରେ ନିଆଁ ଲଗାଇଲା ପୁଲିସ

ମାଲକାନଗିରି, ୨୧/୧୧(ଏସଏସନିୟୁଜ) ଆଜି ଚିତ୍ରକୋଣ୍ଡା ଥାନା ଅଂଚଳର ଗୁଣ୍ଠାଵାଡା ପଞ୍ଚାୟତର କନ୍ଧଗୁଡା ଏବଂ ଗୋଲାପିଗୁଡା ଅଂଚଳରେ ପ୍ରାୟ ୧୧୨ ଏକର ସରକାରୀ ଜମିରେ ଲଗାଯାଇଥିବା ୧ ଲକ୍ଷ ୬୮ ହଜାର ଗଂଜେଇ ଗଛକୁ ନଷ୍ଟ କରିଛି ପୋଲିସ । ନଷ୍ଟ କରାଯାଇଥିବା ଗଂଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ୧୬ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଇଛି। ଏବେ ବି ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳରେ ଗଂଜେଇ ଚାଷ ଜୋରସୋରେ ଚାଲିଛି, ଯାହାକୁ ନଷ୍ଟ କରିବା ପାଇଁ ପୁଲିସ […]

ଧାନଗଦାରୁ ଧରାହେଲା ଅଜଗର

ମାଲକାନଗିରି,୨୧/୧୧(ଏସଏସନିୟୁଜ) ଆଜି ସକାଳୁ ସିଆଡିମାଳ ଗ୍ରାମର ଏକ ଧାନ ଗଦାରୁ ଏକ ଅଜଗର ଉଦ୍ଧାର କରାଯାଇଛି। ଧାନ କାଟି ଧାନ ଗଦାକୁ ନେଇ ପକାଇବାବେଳେସାପଟିର ଦେଖାମିଳିଥିଲା ।ଏହି ବିଶାଳକାୟ ସାପଟିକୁ ଦେଖି ଲୋକମାନେ ଭୟଭିତ ହୋଇ ଯାଇଥିଲେ ।ଖବରପାଇ ସ୍ନେକ ହେଲପ୍‌ଲାଇନର ଦୁଇସଦସ୍ୟ ଆସି ସାପଟିକୁ ଧରି ଜଂଗଲରେ ଛାଡିଥିଲେ ।

ଏସ ଟି ଏଫ କବଜାରେ ବାଘଛାଲ ବେପାରୀ

ଭୁବନେଶ୍ୱର,୨୧/୧୧(ଏସ ଏସ ନିୟୁଜ) ପୁଣି ଏସ ଟି ଏଫ କବଜାରେ ବାଘଛାଲ ବେପାରୀ ଧରାପଡିଛି ।ବୌଦ୍ଧ -କଣ୍ଟାମାଳ ରେଞ୍ଜ ବନବିଭାଗ କର୍ମଚାରି ଓ ଏସ୍ ଟି ଏଫ ମିଳିତ ଚଢ଼ଉ କରି ବୌଦ୍ଧ ଲଣ୍ଡା ଗ୍ରାମରୁ ସଚିତନ ନାୟକ ନାମକ ବ୍ୟକ୍ତିକୁ ଗିରଫ କରିଛନ୍ତି ।ଏହି ଯୁବକ ଜଣଙ୍କ ଏକ କଲରା ପତାରିଆ ବାଘ ଛାଲ କୁ ବିକ୍ରୟ କରିବାକୁ ଉଦ୍ୟମ କରୁଥିବାବେଳେ ବାଘ ଛାଲ ସହ ସଚିତନ କୁ ଧରିବାରେ ସକ୍ଷମ ହୋଇଛନ୍ତି।ଗିରଫ ସଚିତନ ର […]

ଶିଶୁରେଳଗାଡି-ଗଡୁଚି କମ୍ ଝୁଟୁଂଛି ବେଶୀ

ବାରଙ୍ଗ,୨୦/୧୧(ଏସଏସନିୟୁଜ)ଆପଣ ନୁଆ ଜିନିଷ କିଣିଲେ ୱାରେଂଟି ଓ ଗ୍ୟାରେଂଟି ମିଳିଥାଏ ।ଗ୍ରାହକମାନଙ୍କୁ ଆକର୍ଷିତ କରିବାପାଇଁ ବହୁ ବହୁ ଯୋଜନା ସଂସ୍ଥାମାନ କରୁଛନ୍ତି ।କିନ୍ତୁ ବିଶ୍ୱବିଖ୍ୟାତ ନନ୍ଦନକାନନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।ଆସିବା ଦିନଠାରୁ ବିଭ୍ରାଟ ।୭ବର୍ଷର ବ୍ୟବଧାନ ପରେ ନୁଆରୁପରେ ନନ୍ଦନକାନନରେ ଚାଲିଲା ଶିଶୁରେଳଗାଡି ।ଦୀର୍ଘବର୍ଷର ବ୍ୟବଧାନ ପରେ ଏହି ସୁବିଧା ଉପଲବ୍ଧ ହେଉଥିବାରୁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଶିଶୁରେଳଗାଡିରେ ବୁଲି ମଜ୍ଜା ଉଠାଇବାପାଇଁ ବେଶ ଆଗ୍ରହ ରହିଥିଲା ।ଏବେ କିନ୍ତୁ ଫିକା ପଡିବାକୁ ଯାଉଛି ।ଏହାର […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ, ମାସ- ମାର୍ଗଶୀର,ପକ୍ଷ-କୃଷ୍ଣ, ତିଥି- ଦ୍ବିତୀୟା ରାତ୍ରି ଘ୫-୫୦ମି ଗତେ ତୃତୀୟା, ନକ୍ଷତ୍ର- ରୋହିଣୀ, ଚନ୍ଦ୍ର ଶୁଦ୍ଧି- ମେଷ ବୃଷ କର୍କଟ ସିଂହ କନ୍ୟା ଧନୁ ମକର ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ବିଛା ରାଶିର ଘାତ ଚନ୍ଦ୍ର ରାତ୍ରି ଘ୦୯-୧୨ମି ଗତେ ମେଷ ମିଥୁନ କର୍କଟ ସିଂହ ଧନୁ ମକର ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର କନ୍ୟା ରାଶିର […]