ଗଂଜେଇ ଗଛରେ ନିଆଁ ଲଗାଇଲା ପୁଲିସ

ମାଲକାନଗିରି, ୨୧/୧୧(ଏସଏସନିୟୁଜ) ଆଜି ଚିତ୍ରକୋଣ୍ଡା ଥାନା ଅଂଚଳର ଗୁଣ୍ଠାଵାଡା ପଞ୍ଚାୟତର କନ୍ଧଗୁଡା ଏବଂ ଗୋଲାପିଗୁଡା ଅଂଚଳରେ ପ୍ରାୟ ୧୧୨ ଏକର ସରକାରୀ ଜମିରେ ଲଗାଯାଇଥିବା ୧ ଲକ୍ଷ ୬୮ ହଜାର ଗଂଜେଇ ଗଛକୁ ନଷ୍ଟ କରିଛି ପୋଲିସ । ନଷ୍ଟ କରାଯାଇଥିବା ଗଂଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ୧୬ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଇଛି। ଏବେ ବି ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳରେ ଗଂଜେଇ ଚାଷ ଜୋରସୋରେ ଚାଲିଛି, ଯାହାକୁ ନଷ୍ଟ କରିବା ପାଇଁ ପୁଲିସ ଏବେ କଡା ପଦକ୍ଷେପ ନେଉଛି।

Comments (0)
Add Comment