ତିନୋଟି ନୂତନ ବିଲ୍ଡିଂର ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ
ବାରଙ୍ଗ,୩୧/୧୦(ଏସଏସନିୟୁଜ)କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ କୁମାର ମିଶ୍ରାଙ୍କ ଦ୍ଵାରା ଆଜି ମୁଣ୍ଡଳି ସ୍ଥିତ ସିଆଇଏସଏଫ କେଆରଟିସି ପରିସରରେ ତିନୋଟି ନୂତନ ବିଲ୍ଡିଂର ଉଦଘାଟିତ ହୋଇଯାଇଛି।ସୂଚନା ମୁତାବକ ମନ୍ତ୍ରୀ ଶ୍ରୀ ମିଶ୍ରା ମୁଖ୍ୟ ଅତିଥି ଭାବରେ ପୂର୍ବାହ୍ନ ୧୦ ଘଟିକା ସମୟରେ ମୁଣ୍ଡଳୀ ସ୍ଥିତ ସିଆଇଏସଏଫ ରେ ଯୋଗଦେଇଥିଲେ।ମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।କ୍ୟାମ୍ପସ ପରିସରରେ ପାରମ୍ପରିକ ପୂଜା ପରେ ମନ୍ତ୍ରୀ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ଉଦଘାଟନୀ ଫଳକକୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ।ଏହାପରେ ମନ୍ତ୍ରୀ […]