Browsing yearly archive

2021

ଧରାପଡ଼ିଲା ମାଖନା

ଚଣ୍ଡିଖୋଲ, ୧/୧୧(ଏସଏସନିୟୁଜ) ନରହନ୍ତା ମାଖନା ହାତୀକୁ ଜଙ୍ଗଲ ବିଭାଗ କାବୁ କରିବାରେ ସକ୍ଷମ ହୋଇଛି । ମହାକାଳପଡ଼ା ଅଞ୍ଚଳରୁ ମାଖନାକୁ ଟ୍ରାଙ୍କୁଲାଇଜ କରି କାବୁ କରାଯାଇଛି । ମାଖନା ଚଣ୍ଡିଖୋଲ ଅଞ୍ଚଳରେ ଉତ୍ପାତ ସୃଷ୍ଟିକରିଥିଲା । ସେ ବ୍ୟାପକ ଫସଲ କ୍ଷୟକ୍ଷତି କରିବା ସହ ନିଶ୍ଚିନ୍ତକୋଇଲି ଅଞ୍ଚଳର ୨ଜଣଙ୍କୁ ଆକ୍ରମଣ କରି ମାରି ୨ଜଣଙ୍କୁ ଗୁରୁତର କରିଥିଲା । ହାତୀକୁ ଧରିବାକୁ ନନ୍ଦନକାନନ ଓ ଚନ୍ଦକାରୁ ୫ ଜଣିଆ ଦଳ ଯାଇଥିଲେ ।  

ଦୀପାବଳିରେ ଫୁଟିପାରିବ ‘ଗ୍ରୀନ କ୍ରାକର’

ଭୁବନେଶ୍ବର, ୧/୧୧(ଏସଏସନିୟୁଜ) ଚଳିତ ବର୍ଷ ଦୀପାବଳିରେ ଗ୍ରୀନ କ୍ରାକର ଫୁଟାଇବାକୁ ଓଡ଼ିଶା ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ମହାମାରୀ କରୋନା ଦୃଷ୍ଟିରୁ ରାଜ୍ୟରେ ବାଣି ବିକ୍ରି ଓ ଫୁଟାଇବାକୁ ନିଷିଦ୍ଧ କରିଥିଲେ । ଏହି ନଷ୍ପତ୍ତିକୁ ରାଜ୍ୟ ବାଣ ବ୍ୟବସାୟୀ ସଂଘ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ମାମଲାର ବିଚାର କରି ହାଇକୋର୍ଟ ସରକାରୀ ନିଷେଧାଜ୍ଞାକୁ କିଛିଟା କୋହଳ କରିବା ସହ କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି ।

ମହିଳା ଡ୍ରେସ ପିନ୍ଧି ମାଆ ଓ ଝିଅଙ୍କୁ ଛୁରାମାଡ଼

ଭୁବନେଶ୍ୱର,୧/୧୧(ଏସଏସନିୟୁଜ) ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣଙ୍କ ଘରେ ପଶି ମାଆ ଓ ଝିଅଙ୍କୁ ପଡ଼ୋଶୀ ଘରର ଯୁବକ ଛୁରାମାଡ଼ କରିଛି । ଯୁବକ ଜଣକ ମହିଳା ଡ୍ରେସ ପିନ୍ଧି ଘରେ ପଶି ମାଆ ଓ ଝିଅଙ୍କୁ ଆକ୍ରମଣ କରିବା ବେଳେ ନିଜେ ମଧ୍ୟ ଆହତ ହୋଇଛନ୍ତି । ଖବର ପାଇ ଚନ୍ଦ୍ରଶେଖରପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରେମ ବ୍ୟାପାରରୁ ଛୁରାମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।

ସୁନା ଦୋକାନୀକୁ ଗୁଳିମାଡ଼ କରି ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ

ଭଦ୍ରକ,୧/୧୧(ଏସଏସନିୟୁଜ) ବାସୁଦେବପୁର ଥାନା ଅନ୍ତର୍ଗତ ସୁଦର୍ଶନପୁର ପଞ୍ଚାୟତ ମାଛହାଟ ଛକରେଗୁଳିମାଡ଼ କରି ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ ହୋଇଛି । ଚକାଡ଼ୋଳା ଗହଣା ଦୋକାନର ମାଲିକ ତାପସ ସାହୁ ନିଜର ଦୋକାନ ବନ୍ଦ କରି ହାତରେ ଗହଣା ବ୍ୟାଗଟି ଧରି ଘରକୁ ଆସୁଥିଲେ । ଏକ ବାଇକରେ ୩ ଦୁର୍ବୃତ୍ତ ଆସି ତାପସଙ୍କ ଉପରକୁ ଗୁଳିମାଡ଼ କରି ୧୫ ଲକ୍ଷ ଟଙ୍କାର ସୁନା ଗହଣା ଥିବା ବ୍ୟାଗ ଲୁଟି ନେଇଥିବାନେଇ ତାପସ ଥାନାରେ ଅଭିଯ୍ଧେଜ୍ଞ […]

ଦୀପାବଳୀରେ କେଉଁଠି ଦୀପ ଜାଳିଲେ କୋଟିପତି ହେବେ!

ଆଉ ଦିନକେଇଟା ପରେ ପଡିବ ଆଲୋକର ପର୍ବ ଦୀପାବଳି । ଦୀପାବଳିରେ ଦୀପର ମହତ୍ୱ ରହିଥାଏ। ଏହା ମାନ୍ୟତା ଅଛି ଯେ ଦୀପାବଳିରେ ମା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥିଲେ। ଏହା ମଧ୍ୟ କୁହାଯାଏ ଯେ ଦୀପାବଳିରେ ମା ଲକ୍ଷ୍ମୀ ଯାହାର ଘରେ ବାସ କରନ୍ତି ତା ଘରେ ଜୀବନସାରା ଧନ ଟଙ୍କା ପଇସାରେ ଅଭାବ ରହିନଥାଏ। ଏହି କାରଣରୁ ଦୀପାବଳି ଦିନ ସମସ୍ତେ ଘରେ ଦୀପ ଜଳାଇ ସମ୍ପୂର୍ଣ ଘରକୁ ପ୍ରକସିତ କରିଥାନ୍ତି। ଏହା ବହୁତ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”କାହାକୁ ଭଲପାଇବା ଓ ସମୟ ମାଗି ଲଜ୍ଜିତ ହୁଅ ନାହିଁ କାହିଁକି ନା ଯିଏ ଆପଣଙ୍କୁ ନିଜର ବୋଲି ଭାବୁଥାଏ ଯିଏ ଆପଣଙ୍କୁ ନିଶ୍ଚୟ ସମୟ ଓ ଭଲପାଇବା ଦେଇଥାଏ !! ➡️”ଏମିତି କିଛି କଷ୍ଟ ଥାଏ, ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନଥାଏ, ନିରବତା ହିଁ ଯଥେଷ୍ଟ ହୋଇଥାଏ !! ➡️”ଅନ୍ୟର ଦୋଷ ଦେଖିଲା ମାତ୍ରେ ତାକୁ ସମାଲୋଚନା କରିବା ପୂର୍ବରୁ ନିଜର ସେହି ଦୋଷ କେତେ ଦୂର ଅଛି […]

ପୁଣି ଫେରିଛି ଅଣ୍ଡା ମାଡ

୧-ମାଲକାନଗିରି: ଟାଟା ପାଓ୍ୟାର କମ୍ପାନୀର ମନମୁଖି କାର୍ଯ୍ୟକୁ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି ଜଣେ ଚାଷୀ, ନିଜର ରୋଗୀଣା ବୃଦ୍ଧା ମାଙ୍କୁ ଏକ ଟ୍ରଲି ରିକ୍ସାରେ ଦୀର୍ଘ୨୦ କିଲୋମିଟର ଦୁର ରାସ୍ତା ଠେଲି ଠେଲି ଜିଲ୍ଲାପାଳ ଙ୍କ ନିକଟକୁ ନେଉଥିବାର ଦେଖିବାକୁ ମିଳିଛି । ୨-ପୁଣି ଫେରିଛି ପ୍ରତିବାଦର ଅଣ୍ଡା ମାଡ ରାଜନୀତି । ମମିତା ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ଗୃହମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ପରେ ତାଙ୍କ ବାସଭବନ ଉପରେ ଅଣ୍ଡାମାଡ ହୋଇଥିଲା । ଏପଟେ ଓଡିଶା […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ,ନଭେମ୍ବର ମାସ ୦୧ ତାରିଖ ୨୦୨୧ ମସିହା(ସୋମବାର)କାର୍ତ୍ତିକ- କୃଷ୍ଣପକ୍ଷ,ତିଥି- ଏକାଦଶୀ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ଏକାଦଶୀ ର ଏକୋଦିଷ୍ଟ ଓ ଦ୍ଵାଦଶୀରପାର୍ବଣ ଶ୍ରାଦ୍ଧ,ଶିମ୍ବ ଶାଗ ପୋଇ ଭକ୍ଷଣ ନିଷେଧ।👉🏿ମେଷ: କଳହଯୋଗ👉🏿ବୃଷ: ମାନହାନି👉🏿ମିଥୁନ: ବାଦାନୁବାଦ👉🏿 କର୍କଟ: ଦୃଢ଼ ମନ👉🏿 ସିଂହ: ବ୍ୟୟଯୋଗ👉🏿 କନ୍ୟା: ଧନପ୍ରାପ୍ତି👉🏿 ତୁଳା: ପଥରୋଧ👉🏿 ବିଛା: ସେବାପୂଜା👉🏿ଧନୁ: କର୍ମଚଞ୍ଚଳ🤙🏿 ମକର : ସୁଖହାନି👉🏿 କୁମ୍ଭ : ଦୁଃଖ ହାନି👉🏿 ମୀନ: ବନ୍ଧୁ ମିଳନ। ମେଷ:-ଯାହା ବି କାମ କରିବେ, ବାଧାର […]

ମଧୁମଖି ପାଳନ କର୍ମଶାଳା

ମେଣ୍ଢାଶାଳ,୩/୧୦(ଏସ ଏସ ନିୟୁଜ)ମେଣ୍ଢାଶାଲ ଗ୍ରାମ ପଞ୍ଚାୟତ ସଭାଗୃହରେ ସରମ୍ପଚ ମମତା ବେହେରାଙ୍କ ସଭାପତିତ୍ୱରେ ମଧୁମଖି ପାଳନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଓଡିଶା ଖଦି ଓ ଗ୍ରାମ୍ୟଦ୍ୟୋଗ ବୋର୍ଡ ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ କର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶ୍ରୀକାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ଭୁବନେଶ୍ୱର ରେଜିଓନାଲ ଡେଭଲପ୍ମେଂଟ ଟ୍ରଷ୍ଟ ଅଧକ୍ଷ ରମେଶ ଚନ୍ଦ୍ର ସାହୁ,ଉପାଧ୍ୟକ୍ଷ ନିବାସ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।ଗ୍ରାମାଞ୍ଚଳ ମହିଳାମାନେ କିପରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଭାବଲମ୍ବୀ ହୋଇପାରିବେ ଠା ଉପରେ ଆଲୋଚନା ହୋଇଥିଲା।ପ୍ରଧନମନ୍ତ୍ରୀ […]

ପୁରସ୍କୃତ ହେଲା ଆଦାନୀ ଫାଉଣ୍ଡେସନ

ଧାମରା,୩୧/୧୦(ଏସଏସନିୟୁଜ)କରୋନା ମହାମାରୀ ସମୟରେ କର୍ପୋରେଟ ସାମାଜିକ ଦାୟିତ୍ଵବୋଧ କ୍ଷେତ୍ରରେଉଲ୍ଲେଖନୀୟ ଅବଦାନ ଓ ଉତ୍ସର୍ଗୀକୃତ ସେବା ପାଇଁ ଆଦାନୀ ଫାଉଣ୍ଡେସନକୁ ପୁରସ୍କୃତ କରାଯାଇଛି। ଓଡ଼ିଶା ସିଏଆର ଫୋରମ୍ ପକ୍ଷରୁ ଆୟୋଜିତ ଓଡିଶା ସିଏଆର ମିଟ୍ ୨୦ ୨୧ ରେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଦାନୀ ଫାଉଣ୍ଡେସନକୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଆଦାନୀ ଧାମରା ପୋର୍ଟର କର୍ପୋରେଟ ବ୍ୟାପାର ବିଭାଗର ଶୁଭାଶିଷ ମିଶ୍ର ଓ ଆଦାନୀ ଫାଉଣ୍ଡେସନର ସିଏଆର ମୁଖ୍ୟ ସତ୍ୟରଂଜନ ମିଶ୍ର ଏହି ପୁରସ୍କାର […]