ଭୁବନେଶ୍ବର, ୧/୧୧(ଏସଏସନିୟୁଜ) ଚଳିତ ବର୍ଷ ଦୀପାବଳିରେ ଗ୍ରୀନ କ୍ରାକର ଫୁଟାଇବାକୁ ଓଡ଼ିଶା ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ମହାମାରୀ କରୋନା ଦୃଷ୍ଟିରୁ ରାଜ୍ୟରେ ବାଣି ବିକ୍ରି ଓ ଫୁଟାଇବାକୁ ନିଷିଦ୍ଧ କରିଥିଲେ । ଏହି ନଷ୍ପତ୍ତିକୁ ରାଜ୍ୟ ବାଣ ବ୍ୟବସାୟୀ ସଂଘ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ମାମଲାର ବିଚାର କରି ହାଇକୋର୍ଟ ସରକାରୀ ନିଷେଧାଜ୍ଞାକୁ କିଛିଟା କୋହଳ କରିବା ସହ କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି ।