Browsing daily archive

January 21, 2022

ସାଧାରଣତନ୍ତ୍ର ଦିବସରେ କେଉଁଠାରେ କିଏ ଉଡାଇବେ ଜାତୀୟ ପତାକା

ଭୁବନେଶ୍ୱର,୨୧/୧(ଏସଏସନିୟୁଜ) ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ ଦେବେ। କଟକରେ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପୁରୀରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ସମ୍ବଲପୁରରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ନୟାଗଡ଼ରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁରରେ ସଂସ୍କୃତି ମନ୍ତ୍ରୀ […]

ପିଟିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୨୧/୧(ଏସଏସନିୟୁଜ)କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଦୁଇ ସରକାରୀ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଥିବାନେଇ ଥାନାରେ ଅଭିଯୋଗ ହୋଇଛି । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏକ ରିଭ୍ୟୁ ପାଇଁ ମୟୁରଭଞ୍ଜ ଜିଲ୍ଲା ଯୋଜନା ବିଭାଗ ଡେପୁଟି ଡାଇକ୍ଟେର ଅଶ୍ୱିନୀ ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ପ୍ରଥମେ ସର୍କିଟ୍ ହାଉସ ଓ ପରେ ଦଳୀୟ କାର୍ଯ୍ୟାଳୟ କୁ ଆସିବାକୁ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଥିଲା ।କିନ୍ତୁ ଅଫିସରେ ସମୀକ୍ଷା କରାଯାଉ ବୋଲି ଦୁଇ ଅଧିକାରୀ କହିବା ସହ ପରେ […]

ବିଧାୟକଙ୍କ ପତ୍ନୀ ଦାଖଲ କଲେ ନାମାଙ୍କନ ପତ୍ର

ଭୁବନେଶ୍ବର,୨୧/୧(ଏସଏସନିୟୁଜ)ଆଜି ଥିଲା ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ। ଶେଷଦିନରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଧର୍ମପତ୍ନୀ ଶୁଭ୍ରାନ୍ତି ସାମନ୍ତରାୟ କଣାସ ବ୍ଲକ ଦୋଛଆଁ ପଞ୍ଚାୟତରୁ ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

କେହି କଲେନି ନାମାଙ୍କନ

ଦେବଗଡ଼, ୨୧/୧(ଏସଏସନିୟୁଜ) ଦେବଗଡ଼ ତିଲେଇବଣି ବ୍ଲକର ଗଣ୍ଡମ, ଡିମିରିକୁଦା, ପାରପୋଷି, ଝରାଗଗୁଆ ଓ ଝାରମୁଣ୍ଡା ଆଦି ୫ ପଞ୍ଚାୟତବାସୀ ପଞ୍ଚାୟତ ନିର୍ବାଚନରୁ ଓହରିବାକୁ ନିଷ୍ପତି ନେଇଛନ୍ତି ।ଯାହାଫଳରେ ଆଜି ନାମାଙ୍କନ ଦାଖଲର ଶେଷଦିନରେ କେହିଜଣେ ପାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିନଥିଲେ । ପଂଚାୟତବାର୍ସୀଙ୍କ ଦାବି ପରେ ବି ମୋବାଇଲ ଟାୱାର ନବସିବାରୁ ନାମାଙ୍କନ ଭରିଲେନି କୌଣସି ପ୍ରାର୍ଥୀ । ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ, ଜିଦ୍‌ରେ ପଂଚାୟତବାସୀ ରହିଥିବାର ଜଣାପଡିଛି ।

ବିଚରାସ୍ତାରେ ବାର୍ଥ ଡେ’ ସେଲିବ୍ରେସନ: ମହଙ୍ଗା ପଡିଲା

ଭୁବନେଶ୍ୱର,୨୧/୧(ଏସଏସନିୟୁଜ)ଗୋଟେପଟେ ନାଇଟ କର୍ଫ୍ୟୁ ଚାଲିଥିବାବେଳେ ବିଳମ୍ଭିତରାତିରେ ବିଚରାସ୍ତାରେ ବାର୍ଥ ଡେ’ ସେଲିବ୍ରେସନ କରିବା ମହଙ୍ଗା ପଡିଲା ।ଖବରପାଇ ପୋଲିସ ଚଢଉ କରିବାରୁ ଛତ୍ରଭଙ୍ଗ ଦେଇଥିଲେ ଯୁବକ ।ଏହିଭଳି ଘଟଣା ଡେଲ୍ଟା ଛକ ଟ୍ରାଫିକ ପୋଷ୍ଟରେ ଦେଖିବାକୁ ମିଳିଛି । ରାତି ପାଖାପାଖି ସାଢ଼େ ୧୨ଟା । ଡେଲ୍ଟା ଛକ ଟ୍ରାଫିକ ପୋଷ୍ଟ ସାମ୍ନା ମୁଖ୍ୟ ରାସ୍ତାରେ ୧୫ଟି ବାଇକ୍ ସହ ୨ଟି କାର ରଖାଯାଇଥିଲା । ଏକ ବାର୍ଥ ଡେ କେକ୍ ରଖି ସେଲିବ୍ରେସନ କରୁଥିଲେ ।ପୋଲିସକୁ […]

ମୋବାଇଲ୍ ଦୋକାନରୁ ୬୦ଟି ମୋବାଇଲ ଚୋରି

ଯୋଡା,୨୧/୧(ଏସଏସନିୟୁଜ) ବିଳମ୍ବିତ ରାତ୍ରିରେ ଆୟୂଷ କମ୍ୟୁନିକେସନ ନାମକ ଏକ ମୋବାଇଲ ଦୋକାନ ସଟରର ତାଲା ଭାଙ୍ଗି ଦୁର୍ବୁତ୍ତମାନେ ନାମୀଦାମୀ ବ୍ରାଣ୍ଡର ୬୦ଟି ମୋବାଇଲ ସହ ନଗଦ ୧.୮୦ଲକ୍ଷ ଟଙ୍କା ଚୋରି ହୋଇଥିବା ବିଲେଇ ପଦା ଫାଣ୍ଡିରେ ଅଭିଯୋଗ ହୋଇଛି ।ଯୋଡା ଥାନା ବିଲେଇ ପଦା ଫାଣ୍ଡି ଅନ୍ତର୍ଗତ ବିଲେଇପଦା ହାଟବଜାର ନିକଟରେ ଥିବା ଏକ ମୋବାଇଲ ଦୋକାନରୁ ବଡ ଧରଣର ଚୋରି ହୋଇଛି ।ଚୋରମାନେ ଦୋକାନରେ ଲାଗିଥିବା ସିସିଟିଭି ଡିଭିଆର ମେସିନକୁ ସାଙ୍ଗରେ ଧରି ନେଇ ପଳାଇଥିବା […]

ବିଜେଡି ପକ୍ଷରୁ ବବିତାରାଉତ ନାମାଙ୍କନ ପତ୍ର ଦାଖଲ କଲେ

ଭୁବନେଶ୍ୱର,୨୧/୧(ଏସଏସନିୟୁଜ)ରାଜନୈତିକ କ୍ଷେତ୍ରରେ ସବୁସମୟରେଚର୍ଚ୍ଚାରେରହିଆସିଛି ଭୁୁବନେଶ୍ୱରବ୍ଲକର ରଘୁନାଥପୁର, ଦାଢା, କଲ୍ୟାଣପୁର, ବରିମୁଣ୍ଡ,ଇଞଣା ଆଦିକୁ ନେଇ ଗଠିତ ୫ପଂଚାୟତ । ଏହି ୫ପଂଚାୟତକୁନେଇ ଗଠିତ ହୋଇଛି ୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ । ବହୁ ଚର୍ଚ୍ଚିତ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ପାଇଁ ଶେଷରେ ଦାଢାଗ୍ରାମପଂଚାୟତର ବାଲିପଡା ଗ୍ରାମର ବବିତା ରାଉତକୁ ବିଜେଡି ପାର୍ଥିନୀ କରିଛି ।ଶେଷଦିନରେ ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ […]

ନୟାଗଡ଼ ବାଇପାସକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର, ୨୧/୧(ଏସଏସନିୟୁଜ)ଜାତୀୟ ରାଜପଥ-୫୭ରୁ ନୟାଗଡ଼ ଟାଉନ୍ ବାଇପାସ୍ ନିର୍ମାଣକୁ ମଞ୍ଜୁରୀ ମିଳିଥିବାନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥିପାଇଁ ୩ ଶହ କୋଟି ୩୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ବାଇପାସ୍ ମାଙ୍କପାଲ୍ଲୀରୁ ବଡ଼ପଣ୍ଡୁସର ପର‌୍ୟ୍ୟନ୍ତ ୧୭ କିମି ରାସ୍ତା ନିର୍ମାଣ ପାଇଁ ୧୦୪ କୋଟି ଓ ଜମି ଅଧିଗ୍ରହଣ ପାଇଁ ୧୩୦ କୋଟି ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି ।

ପୁଣି ନବୀନ ନମ୍ବର ଓ୍ବାନ୍ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୧/୧(ଏସଏସନିୟୁଜ) ପୁଣି ନବୀନ ନମ୍ବର ଓ୍ୱାନ୍ ମୁଖ୍ୟମନ୍ତ୍ରୀ। ନିଜ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାରେ ଦେଶରେ ସବୁଠୁ ଅଧିକ । ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ଲୋକଙ୍କ ପ୍ରଥମ ପସନ୍ଦ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶାର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ନେସନ୍ ପୋଲରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଏକ ନମ୍ବରରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ।ଦ୍ୱିତୀୟ ସ୍ଥାନର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ […]