ବିଚରାସ୍ତାରେ ବାର୍ଥ ଡେ’ ସେଲିବ୍ରେସନ: ମହଙ୍ଗା ପଡିଲା

ଭୁବନେଶ୍ୱର,୨୧/୧(ଏସଏସନିୟୁଜ)ଗୋଟେପଟେ ନାଇଟ କର୍ଫ୍ୟୁ ଚାଲିଥିବାବେଳେ ବିଳମ୍ଭିତରାତିରେ ବିଚରାସ୍ତାରେ ବାର୍ଥ ଡେ’ ସେଲିବ୍ରେସନ କରିବା ମହଙ୍ଗା ପଡିଲା ।ଖବରପାଇ ପୋଲିସ ଚଢଉ କରିବାରୁ ଛତ୍ରଭଙ୍ଗ ଦେଇଥିଲେ ଯୁବକ ।ଏହିଭଳି ଘଟଣା ଡେଲ୍ଟା ଛକ ଟ୍ରାଫିକ ପୋଷ୍ଟରେ ଦେଖିବାକୁ ମିଳିଛି । ରାତି ପାଖାପାଖି ସାଢ଼େ ୧୨ଟା । ଡେଲ୍ଟା ଛକ ଟ୍ରାଫିକ ପୋଷ୍ଟ ସାମ୍ନା ମୁଖ୍ୟ ରାସ୍ତାରେ ୧୫ଟି ବାଇକ୍ ସହ ୨ଟି କାର ରଖାଯାଇଥିଲା । ଏକ ବାର୍ଥ ଡେ କେକ୍ ରଖି ସେଲିବ୍ରେସନ କରୁଥିଲେ ।ପୋଲିସକୁ ଦେଖି ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ ।ପୋଲିସ ଘଟଣାସ୍ଥଳରୁ ୧୨ ବାଇକ୍ ଜବତ କରିଥିଲା ।

 

Comments (0)
Add Comment